ଆସୁଛି ‘ଏକ୍ସକ୍ୟୁଜ୍ ମିଁ କ’ଣ କଲା ସେ’

କଟକ: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଏବେ କାଷ୍ଟିଂକାଉଚ ଓ ଚିଟଫଣ୍ଡକୁ ନେଇ ଚର୍ଚ୍ଚାରେ। ଏହି ଦୁଇଟି ଘଟଣାରେ ଫିଲ୍ମ କଳାକାରମାନଙ୍କ ସଂପୃକ୍ତି ଓଡ଼ିଆ ସିନେପ୍ରେମୀଙ୍କୁ ବେଶ ମର୍ମାହତ କରିଛି। ତେବେ ଓଡ଼ିଆ ଫିଲ୍ମର ଏହି କଳଙ୍କିତ ଅଧ୍ୟାୟକୁ ନେଇ ଏବେ ନିର୍ମାଣ ହେଉଛି ନୂଆ ଓଡ଼ିଆ ଫିଲ୍ମ ‘ଏକ୍ସକ୍ୟୁଜ୍ ମିଁ କ’ଣ କଲା ସେ’। କଟକରେ ଏହି ନୂଆ ଓଡ଼ିଆ ଫିଲ୍ମର ମହୁରତ ଅନୁଷ୍ଠିତ ହୋଇଯାଇଛି। ଏହି ଫିଲ୍ମର ନିର୍ଦେଶନା ଦେଉଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା […]

excuse

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 10:40 PM IST

କଟକ: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଏବେ କାଷ୍ଟିଂକାଉଚ ଓ ଚିଟଫଣ୍ଡକୁ ନେଇ ଚର୍ଚ୍ଚାରେ। ଏହି ଦୁଇଟି ଘଟଣାରେ ଫିଲ୍ମ କଳାକାରମାନଙ୍କ ସଂପୃକ୍ତି ଓଡ଼ିଆ ସିନେପ୍ରେମୀଙ୍କୁ ବେଶ ମର୍ମାହତ କରିଛି। ତେବେ ଓଡ଼ିଆ ଫିଲ୍ମର ଏହି କଳଙ୍କିତ ଅଧ୍ୟାୟକୁ ନେଇ ଏବେ ନିର୍ମାଣ ହେଉଛି ନୂଆ ଓଡ଼ିଆ ଫିଲ୍ମ ‘ଏକ୍ସକ୍ୟୁଜ୍ ମିଁ କ’ଣ କଲା ସେ’। କଟକରେ ଏହି ନୂଆ ଓଡ଼ିଆ ଫିଲ୍ମର ମହୁରତ ଅନୁଷ୍ଠିତ ହୋଇଯାଇଛି।

ଏହି ଫିଲ୍ମର ନିର୍ଦେଶନା ଦେଉଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ନିର୍ଦେଶକ ସଂଜୟ ନାୟକ। କିଛି ଦିନ ତଳେ ଜଣେ ତଥାକଥିତ ଭଣ୍ଡବାବାଙ୍କ ଉପରେ ଆଧାରିତ ଏକ ଚଳଚିତ୍ର ରଙ୍ଗିଲାବାବା ନିର୍ମାଣ କରି ବେଶ ଚର୍ଚ୍ଚାକୁ ଆସିଥିଲେ ସଂଜୟ। ଏବେ ପୁଣି ଏକ ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ ପରଦାକୁ ଆଣିବାକୁ ଚେଷ୍ଟା କରିଛନ୍ତି ସେ। ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ରହିଛନ୍ତି ଅଭିନେତା ଚନ୍ଦନ।  ନାୟିକା ତମନ୍ନା ଫିଲ୍ମରେ ଏକ ହାସ୍ୟଅଭିନେତାଙ୍କ ସ୍ତ୍ରୀ ଭୂମିକାରେ ଅଛନ୍ତି। ନୂଆ ହିରୋଇନ ଦେବଶ୍ୱେତା ଏହି ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଛନ୍ତି।

ଏ ଫିଲ୍ମରେ ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତି ନିଜେ ଅଭିନେତା  ଅଭିନେତା ଉତ୍ତମ ମହାନ୍ତି ଚରିତ୍ରରେ ଆସୁଛନ୍ତି। ଏହା ସହିତ କୁନା ତ୍ରିପାଠୀ ଓ ପ୍ରେମାଞ୍ଜନ ପରିଡ଼ା ମଧ୍ୟ ଫିଲ୍ମରେ ଏକ ନିଆରା ଚରିତ୍ରରେ ଆସିବେ। ଫିଲ୍ମରେ ହାସ୍ୟଅଭିନେତା ପପୁ ପମପମଙ୍କ ଚରିତ୍ରରେ ଆସୁଛନ୍ତି ନୂଆ କମେଡ଼ିଆନ ବାଳକୃଷ୍ଣ। ପ୍ରଥମକରି ଫିଲ୍ମରେ ପାଦଦେଇଥିବା ବାଳକୃଷ୍ଣଙ୍କୁ ପପୁଙ୍କ ଗେଟଅପ୍‌ରେ ଦେଖିବାକୁ ମିଳିବ।

କିପରି ଜଣେ ହାସ୍ୟ ଅଭିନେତା ପ୍ରଥମେ ଇଣ୍ଡଷ୍ଟ୍ରୀରେ ପାଦ ଦେଉଛନ୍ତି ଓ ରାତାରାତି ଷ୍ଟାର ହେବା ପରେ କାଷ୍ଟିଂକାଉଚ ମାମଲାରେ ଛନ୍ଦି ହୋଇପଡୁଛନ୍ତି, ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

ଏହି ଫିଲ୍ମର ସଂଗୀତ ନିର୍ଦେଶନା ଦେଉଛନ୍ତି ପ୍ରେମଆନନ୍ଦ।

ଗଣେଶ ପୂଜାରେ ଫିଲ୍ମଟି ପରଦାକୁ ଆସିପାରେ।

Related story