ୱାଶିଂଟନ: ହଲିଉଡର ପ୍ରସିଦ୍ଧ ଗାୟିକା ଲିସା ମାରି ପ୍ରେସଲେ ଆଉ ନାହାନ୍ତି । ମାତ୍ର ୫୪ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ତାଙ୍କ ମୃତ୍ୟୁ ଖବର ବହୁ ସଙ୍ଗୀତ ପ୍ରେମୀଙ୍କୁ ଶକ୍ତ ଝଟକା ଦେଇଛି। ହୃଦ୍ଘାତରେ ଏହି ସୁପ୍ରସିଦ୍ଧ ଗାୟିକାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଲିସା ମାରି ହଲିଉଡର ପ୍ରସିଦ୍ଧ ସିଙ୍ଗର ମାଇକେଲ ଜ୍ୟାକସନଙ୍କୁ ବି ବିବାହ କରିଥିଲେ ।
ଲିସା ମାରିଙ୍କ ମା’ ପ୍ରିସକିଲା ପ୍ରେସଲେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆମ ସୁନ୍ଦର ଝିଅ ଲିସା ମାରି ମାତ୍ର ୫୪ ବର୍ଷ ବୟସରେ ଆମକୁ ଛାଡ଼ି ଚାଲି ଯାଇଛି। ଏପରି କଠିନ ସମୟରେ ଆମ ଗୋପନୀୟତା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରୁଛୁ।
[caption id="attachment_796723" align="aligncenter" width="650"] ପିତା ମାତାଙ୍କ ସହ ଲିସା ମାରି ପ୍ରେସଲେ ।[/caption]
୨ ଦିନ ପୂର୍ବରୁ ନିଜ ମା’ଙ୍କ ସହ ଗୋଲଡେନ ଗ୍ଲୋବ ଆୱାର୍ଡରେ ସାମିଲ ହୋଇଥିଲେ ଲିସା ମାରି ପ୍ରେସଲେ। ଗତକାଲି ସେ ନିଜ କାଲିଫର୍ଣ୍ଣିଆସ୍ଥିତ ଘରେ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଲିସା ମାରି ହଲିଉଡର ସୁପ୍ରସିଦ୍ଧ କଳାକାର ଏଲିବ୍ସ ପ୍ରେସଲେ ଓ ପ୍ରିସକିଲା ପ୍ରେସଲେଙ୍କର ଏକମାତ୍ର ସନ୍ତାନ ଥିଲେ। ଲିସା ଜଣେ ସୁପ୍ରସିଦ୍ଧ ସିଙ୍ଗର ଭାବେ ମଧ୍ୟ ବେଶ୍ ନାଁ କରିଥିଲେ। ୨୦୦୩ ମସିହାରେ ତାଙ୍କର ପ୍ରଥମ ଆଲବମ୍ "To Whom It May Concern." ରିଲିଜ ହୋଇଥିଲା ଯାହାକି ବ୍ଲକବଷ୍ଟର ହିଟ୍ ହୋଇଥିଲା। ଏହାପରେ ୨୦୦୫ ମସିହାରେ ତାଙ୍କର "Now What," ଆଲବମ୍ ବଜାରକୁ ଆସିଥିଲା ଯାହାକି ବେଶ୍ ଦର୍ଶକଙ୍କ ଆଦୃତି ହାସଲ କରିଥିଲା। ଏହି ୨ ଆଲବମ୍ ବିଲବୋର୍ଡର ୨୦୦ ଆଲବମ୍ ମଧ୍ୟରୁ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଥିଲା। ୨୦୧୨ ମସିହାରେ ତାଙ୍କ ଆଲବମ୍ "Storm and Grace," ରିଲିଜ ହୋଇଥିଲା।
[caption id="attachment_796724" align="aligncenter" width="650"] ନିଜ ୪ ସନ୍ତାନଙ୍କ ସହ ଲିସା ମାରି ପ୍ରେସଲେ ।[/caption]
ଲିସା ମାତ୍ର ୪ ବର୍ଷର ହୋଇଥିବା ବେଳେ ତାଙ୍କ ପିତାମାତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଲିସାଙ୍କୁ ୯ ବର୍ଷ ହୋଇଥିବା ବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ୨୫ ବର୍ଷ ବୟସରେ ଲିସା ମାରି ନିଜ ପିତାଙ୍କ ୧୦୦ ମିଲିୟନ ଡଲାର ସମ୍ପତ୍ତିର ଏକମାତ୍ର ମାଲିକ ହୋଇ ପାରିଥିଲେ। ଏତେ ସମ୍ପତ୍ତିର ମାଲିକ ହୋଇ ବି ଲିସା ମାରିଙ୍କ ବ୍ୟକ୍ତିଗତ ଜୀବନ ବେଶ୍ କଷ୍ଟଦାୟକ ଥିଲା।
ପିତାମାତାଙ୍କ ବିଚ୍ଛେଦ ପରେ ମା’ଙ୍କ ପୁରୁଷ ବନ୍ଧୁଙ୍କ ଦ୍ୱାରା ମାତ୍ର ୧୨ ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିବା କହିଥିଲେ ଲିସା ମାରି । ସେ ନିଜ ଜୀବନରେ ୪ ଥର ବିବାହ କରିଥିଲେ ବି କୌଣସି ବିବାହ ବେଶି ଦିନ ତିଷ୍ଠି ପାରି ନ ଥିଲା। ପ୍ରଥମ ବିବାହରୁ ଲିସାଙ୍କର ୨ଟି ସନ୍ତାନ ଥିଲେ। ପ୍ରଥମ ବିବାହ ବିଚ୍ଛେଦର ମାତ୍ର ୨୦ ଦିନ ପରେ ସେ ହଲିଉଡର ସୁପ୍ରସିଦ୍ଧ ସିଙ୍ଗର ମାକେଲ ଜ୍ୟାକସନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ୧୯୯୬ ମସିହାରେ ଲିସା ଡିଭୋର୍ସ ଫାଇଲ କରିଥିଲେ। ଏହାପରେ ତାଙ୍କ ତୃତୀୟ ବିବାହ ମାତ୍ର ୪ ମାସ ତିଷ୍ଠି ଥିବା ବେଳେ ଚତୁର୍ଥ ବିବାହ ୧୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠିଥିଲା। ୨୦୨୧ ମସିହାରେ ଲିସା ନିଜ ଚତୁର୍ଥ ସ୍ୱାମୀଙ୍କଠାରୁ ଅଲଗା ହୋଇ ଯାଇଥିଲେ।
ଲିସାଙ୍କର ସମୁଦାୟ ୪ ସନ୍ତାନ ଥିବା ବେଳେ ତାଙ୍କ ବଡ଼ ପୁଅ ମାତ୍ର ୨୭ ବର୍ଷ ବୟସରେ ୨୦୨୦ ମସିହାରେ ନିଜ ମୁଣ୍ଡକୁ ଗୁଳି କରି ଅତ୍ମହତ୍ୟା କରିଥିଲେ। ଏହା ତାଙ୍କୁ ଶକ୍ତ ଧକ୍କା ଦେଇଥିଲା। ବିଭିନ୍ନ ସମୟରେ ସେ ସୋଶାଲ ମିଡିଆରେ ନିଜ ପୁଅର ଫଟୋ ସହ ଇମୋସନାଲ ନୋଟ୍ ବି ଶେଆର କରୁଥିଲେ। ଏହାବାଦ ତାଙ୍କର ଜଣେ ୩୩ ବର୍ଷୀୟା ଝିଅଙ୍କ ସମେତ ୧୪ ବର୍ଷୀୟା ଯାଆଁଳା କନ୍ୟା ସନ୍ତାନ ବି ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।