ଲସ୍ ଏଞ୍ଜେଲସ୍: ଲୋକପ୍ରିୟ ’ଜେମ୍ସ ବଣ୍ଡ୍’ ସିରିଜ୍ର ନୂଆ ଫିଲ୍ମର ମୋଶନ୍ ପୋଷ୍ଟର୍ ରିଲିଜ୍ ହୋଇଛି। ତା’ସହିତ ଫିଲ୍ମର ନାଁ ବି ଘୋଷଣା କରାଯାଇଛି। ଫିଲ୍ମର ନାଁ ରଖାଯାଇଛି- ‘ନୋ ଟାଇମ୍ ଟୁ ଡାଏ’। ଏହା ହେଉଛି ‘ଜେମ୍ସ ବଣ୍ଡ୍’ ସିରିଜ୍ର ୨୫ତମ ଫିଲ୍ମ।
ଏହି ଫିଲ୍ମରେ ଡ୍ୟାନିଏଲ୍ କ୍ରେଗ୍ ‘ଜେମ୍ସ ବଣ୍ଡ୍’ ଭୂମିକାରେ ଅଭିନୟ କରିବେ। ଏହା ସହିତ ତାଙ୍କୁ ୫ମ ଥର ପାଇଁ ଏହି ଚରିତ୍ରରେ ଦେଖିବାକୁ ମିଳିବ। ତାଙ୍କ ସହିତ ଏହି ଫିଲ୍ମରେ ରାମୀ ମଲେକ୍ ଅଛନ୍ତି। ଏଥିରେ ସେ ନେଗେଟିଭ୍ ରୋଲ୍ରେ ଅଭିନୟ କରୁଛନ୍ତି। ‘ଫ୍ରେଡ୍ଡି ମରକ୍ୟୁରୀ’ ଫିଲ୍ମରେ ଅଭିନୟ କରି ଚଳିତ ବର୍ଷ ସେ ଶ୍ରେଷ୍ଠ ଅଭିନେତା ଭାବେ ‘ଅସ୍କାର’ ପୁରସ୍କାର ପାଇଥିଲେ।
https://twitter.com/007/status/1163843400644403200
‘ଜେମ୍ସ ବଣ୍ଡ’ ସିରିଜ୍ର ଏହି ନୂଆ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କ୍ୟାରୀ ଜୋଜୀ ଫୁକୁନାଗା। ଫିଲ୍ମଟି ବ୍ରିଟେନ୍ରେ ୨୦୧୦ ଏପ୍ରିଲ୍ ୩ ତାରିଖରେ ରିଲିଜ୍ ହେବାକୁ ଥିବା ବେଳେ ଏପ୍ରିଲ୍ ୮ ତାରିଖରେ ଆମେରିକାରେ ରିଲିଜ୍ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଗାୟକ ଦିଲଜିତ ଦୋସାଞ୍ଜଙ୍କୁ ତେଲାଙ୍ଗାନା ସରକାରଙ୍କ ନୋଟିସ୍
ଆଜି ହାଇଦ୍ରାବାଦରେ ଗାୟକ ଦିଲଜିତ ଦୋସାଞ୍ଜଙ୍କ ମ୍ୟୁଜିକ୍ କନ୍ସର୍ଟର କାର୍ଯ୍ୟକ୍ରମ ରହିଛି।
Crime
ଯୌନ ନିର୍ଯାତନା ଅଭିଯୋଗରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ ଗିରଫ
କୋଲକାତାରେ ନିଜ ସଙ୍ଗୀତ ଶିକ୍ଷାକେନ୍ଦ୍ରର ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ। ସାଙ୍ଗ ଘରୁ ବାନ୍ଧିଲା କୋଲକାତା ପୁଲିସ।
Entertainment
ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; କିଏ କେଉଁ ପୁରସ୍କାର ପାଇଲେ ପଢ଼ନ୍ତୁ
୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ।
National
ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ - ଶାନ୍ତି ଓ ମାନବିକତାକୁ ସିନେମା ଜରିଆରେ ଶ୍ରଦ୍ଧାଞ୍ଜଳି
ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ପାଇଁ ଆନୁଷ୍ଠାନିକ ଭାବେ ମନୋନୀତ ଚଳଚିତ୍ର ଗୁଡ଼ିକୁ ଉନ୍ମୋଚନ କରାଯାଇଛି, ଯାହା (ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ଫର୍ ଫିଲ୍ମ, ଟେଲିଭିଜନ ଆଣ୍ଡ ଅଡିଓଭିଜୁଆଲ୍ କମ୍ୟୁନିକେସନ୍ (ଆଇସିଏଫଟି) ପ୍ୟାରିସ୍ ଏବଂ ମିଳିତ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି।
Entertainment
ବଢ଼ିଲା ଓଲିଉଡ୍ କଳି: ମନୋଜଙ୍କ ଆରୋପର ଜବାବ ଦେଲେ ସବ୍ୟସାଚୀ ଓ ତାପସ
ଫିଲ୍ମ ‘ଭୂଖା’କୁ ନେଇ ମନୋଜ ମିଶ୍ରଙ୍କ ମନ୍ତବ୍ୟରେ ସେ କହିଛନ୍ତି, ଭୂଖା ଫିଲ୍ମ ସେତେବେଳେ ଚହଳ ପକାଇଥିଲା। ବର୍ତ୍ତମାନ ସମୟ ପରି ସେତେବେଳେ ବେଶୀ ଫିଲ୍ମ ଫେଷ୍ଟିଭାଲ୍ ହେଉନଥିଲା। ତଥାପି ସ୍ପେନ୍ ଓ ଫ୍ରାନ୍ସରେ ପୁରସ୍କୃତ ହୋଇଥିଲା।