‘ରୁସ୍ତମ’ ଫିଲ୍ମକୁ ମହିଳାମାନେ ଦେଖିବାକୁ ପସନ୍ଦ କରିବେ: ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଆଗାମୀ ଫିଲ୍ମ ‘ରୁସ୍ତମ’ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, “ଫିଲ୍ମ ‘ରୁସ୍ତମ’କୁ ମହିଳାମାନେ ଦେଖିବାକୁ ବେଶୀ ପସନ୍ଦ କରିବେ। ମହିଳାମାନଙ୍କ ବିବାହିତ ଜୀବନକୁ ଆଗେଇ ନେବା ସହ ଛାଡ଼ପତ୍ର ଦବାରୁ ସୁରକ୍ଷା ଦେବ।  ବାସ୍ତାବିକ ଘଟଣାକୁ ନେଇ ଏହି ଫିଲ୍ମ ଆଧାରିତ। ପ୍ରଥମ ଥର ପାଇଁ ଜଣେ ପ୍ୟାରିସର ନୌବାହିନୀ ଅଫିସରଙ୍କୁ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।” ଅକ୍ଷୟ କହିଛନ୍ତି, “ସଲମାନ ଖାନ୍, ସୋନାକ୍ଷୀ […]

rustam

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 03:32 PM IST

ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଆଗାମୀ ଫିଲ୍ମ ‘ରୁସ୍ତମ’ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, “ଫିଲ୍ମ ‘ରୁସ୍ତମ’କୁ ମହିଳାମାନେ ଦେଖିବାକୁ ବେଶୀ ପସନ୍ଦ କରିବେ। ମହିଳାମାନଙ୍କ ବିବାହିତ ଜୀବନକୁ ଆଗେଇ ନେବା ସହ ଛାଡ଼ପତ୍ର ଦବାରୁ ସୁରକ୍ଷା ଦେବ।  ବାସ୍ତାବିକ ଘଟଣାକୁ ନେଇ ଏହି ଫିଲ୍ମ ଆଧାରିତ। ପ୍ରଥମ ଥର ପାଇଁ ଜଣେ ପ୍ୟାରିସର ନୌବାହିନୀ ଅଫିସରଙ୍କୁ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।”

ଅକ୍ଷୟ କହିଛନ୍ତି, “ସଲମାନ ଖାନ୍, ସୋନାକ୍ଷୀ ସିହ୍ନା, ସୋନମ କପୁର ଏବଂ କରଣ ଜୋହର ଏକ ସ୍ୱତନ୍ତ୍ର ଭିଡ଼ିଓ ମାଧ୍ୟମରେ ଫିଲ୍ମ ରୁସ୍ତମକୁ  ସମର୍ଥନ ଜଣାଇଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ କେହି ସମର୍ଥନ କଲେ ଭଲ ଲାଗିଥାଏ। ଏହା ସହ ଦର୍ଶକମାନଙ୍କୁ ଏହି ଫିଲ୍ମ ଦେଖିବାକୁ  ସେମାନେ କହିଛନ୍ତି। ସେଥିପାଇଁ  ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ୧୨ ଅଗଷ୍ଟରେ ‘ରୁସ୍ତମ’ ରିଲିଜ୍‌ ହେବ।”

Related story