କୁମାର ସାନୁ, ଅଲ୍‌କା ୟାଗ୍‌ନିକ୍‌ ଓ ଉଦିତ୍‌ ନାରାୟଣଙ୍କୁ FWICE ପଠାଇଲା ନୋଟିସ୍

ମୁମ୍ବାଇ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢ଼ିଯାଇଛି। ବିଶେଷ କରି ପାକିସ୍ତାନ କଳେ, ବଳେ ଓ କୌଶଳେ ଭାରତକୁ ଘେରିବାକୁ ଚେଷ୍ଟା କରୁଛି ଏବଂ ବିଫଳ ହେଉଛି। ତେବେ ୟା ଭିତରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ (FWICE) ପ୍ରତ୍ୟେକ ଭାରତୀୟ କଳାକାରଙ୍କୁ ପାକିସ୍ତାନ ଯିବାକୁ ତଥା ପାକିସ୍ତାନ ସହ ଜଡ଼ିତ କୌଣସି ପ୍ରେଗ୍ରାମ୍‌ରେ ଯୋଗ ଦେବାକୁ ବାରଣ କରିଛି। ଆପଣମାନଙ୍କର ତ […]

singers

singers

Chinmayee Roy
  • Published: Thursday, 19 September 2019
  • Updated: 19 September 2019, 12:16 PM IST

Sports

Latest News

ମୁମ୍ବାଇ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢ଼ିଯାଇଛି। ବିଶେଷ କରି ପାକିସ୍ତାନ କଳେ, ବଳେ ଓ କୌଶଳେ ଭାରତକୁ ଘେରିବାକୁ ଚେଷ୍ଟା କରୁଛି ଏବଂ ବିଫଳ ହେଉଛି। ତେବେ ୟା ଭିତରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ (FWICE) ପ୍ରତ୍ୟେକ ଭାରତୀୟ କଳାକାରଙ୍କୁ ପାକିସ୍ତାନ ଯିବାକୁ ତଥା ପାକିସ୍ତାନ ସହ ଜଡ଼ିତ କୌଣସି ପ୍ରେଗ୍ରାମ୍‌ରେ ଯୋଗ ଦେବାକୁ ବାରଣ କରିଛି। ଆପଣମାନଙ୍କର ତ ମନେ ଥିବ ମିକା ସିଂହ ପାକିସ୍ତାନରେ ଗୀତ ଗାଇ କେମିତି ହଇରାଣ ହୋଇଥିଲେ। କ୍ଷମା ମାଗିବା ପରେ ଯାଇ ତାଙ୍କ ଉପରୁ ବ୍ୟାନ୍ ନିର୍ଦ୍ଦେଶ ହଟାଇଥିଲା FWICE। ଆଉ ଏବେ ଫେଡେରେସନ୍‌ର ଟାର୍ଗେଟ୍‌କୁ ଆସିଛନ୍ତି ବଲିଉଡ୍‌ ଅନ୍ୟତମ ପ୍ରସିଦ୍ଧ ଗାୟିକା ଓ ଗାୟକ-  ଅଲ୍‌କା ୟାଗ୍‌ନିକ୍‌, କୁମାର ସାନୁ ଓ ଉଦିତ୍‌ ନାରାୟଣ।

ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ୧୭ରେ ଆମେରିକାରେ କିଛି ପାକିସ୍ତାନୀ ଆୟୋଜନ କରୁଥିବା କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଏହି ତିନି ଜଣଙ୍କୁ ନିମନ୍ତ୍ରଣ କରାଯାଇଛି। ଆଉ ଏ ନେଇ FWICE ସେମାନଙ୍କୁ ନୋଟିସ୍ ପଠାଇଛି। ସେହି ପ୍ରୋଗ୍ରାମରେ ଯୋଗ ନ ଦେବାକୁ ଫେଡେରେସନ୍‌ ପକ୍ଷରୁ ସେମାନଙ୍କୁ କୁହାଯାଇଛି।

ଏହି ତିନି ଜଣ ଗାୟକ,ଗାୟିକାଙ୍କ ପାଖକୁ ପଠାଯାଇଥିବା ପୃଥକ ପୃଥକ ନୋଟିସ୍‌ରେ ଲେଖାଯାଇଛି, ‘ସୂଚନା ମିଳିଛି ଯେ, ଆପଣ ଜଣେ ପାକିସ୍ତାନୀ ନାଗରିକ ମୋଜାମା ହୁସେନ୍‌ଙ୍କ ଦ୍ୱାରା ଆମେରିକାରେ ଆୟୋଜିତ ହେଉଥିବା ଏକ କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଯାଉଛନ୍ତି। FWICE ଆପଣଙ୍କୁ ନିବେଦନ କରୁଛି ଯେ ଆପଣ ଏହି ପ୍ରୋଗ୍ରାମରୁ ଓହରିଯାଆନ୍ତୁ।’ ଫିଲ୍ମ ନିର୍ମାତା ତଥା ଫେଡେରେସନ୍‌ର ମୁଖ୍ୟ ଉପଦେଷ୍ଟା ଅଶୋକ ପଣ୍ଡିତ ଏହି ନୋଟିସ୍‌ଗୁଡ଼ିକୁ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ମଧ୍ୟ ପୋଷ୍ଟ୍ କରିଛନ୍ତି।

https://twitter.com/ashokepandit/status/1174157845677260801

ଅଶୋକ ପଣ୍ଡିତ୍‌ ଆଶା ରଖିଛନ୍ତି ଯେ ଏ ତିନି ସେଲେବ୍ରିଟି ସଂଘର କଥା ମାନିବେ। ସେ ଏ କଥା ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ଲେଖିଛନ୍ତି।

ପୂର୍ବରୁ ସଂଘ ପକ୍ଷରୁ ଦଲ୍‌ଜିତ୍ ଦୋସାଞ୍ଝଙ୍କୁ ମଧ୍ୟ ଏ ଭଳି ଏକ ନୋଟିସ୍ ପଠାଯାଇ ଆମେରିକାରେ ପାକିସ୍ତାନୀଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୀତ ନଗାଇବାକୁ କୁହାଯାଇଥିଲା। ସେ ସଂଘ କଥା ମାନିଥିଲେ ଓ ଉକ୍ତ କାର୍ଯ୍ୟକ୍ରମରୁ ଓହରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos