ଫ୍ୟାନ୍‌ଙ୍କୁ ଘାଇଲା କଲେ ବେବୋ

ମୁମ୍ବାଇ: କରୀନା କପୁର ଖାନ୍‌ ବଲିଉଡ୍‌ର ସବୁଠୁ ଅଧିକ ଷ୍ଟାଇଲିଶ୍‌ ଓ ଫ୍ୟାଶନେବଲ୍ ହିରୋଇନ୍‌। ସେ ସବୁବେଳେ ନିଜ ଲୁକ୍‌କୁ ନେଇ ନୂଆ ନୂଆ ପରୀକ୍ଷା କରିଥା’ନ୍ତି। କରୀନା ଏବେ ଜିଟିଭିରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୭’ରେ ଜଜ୍‌ ଅଛନ୍ତି। ଆଉ ଏଠି ପ୍ରତି ଏପିସୋଡ୍‌ରେ ତାଙ୍କୁ ନୂଆ ନୂଆ ଲୁକ୍‌ରେ ଦେଖିବାକୁ ମିଳୁଛି। ଫ୍ୟାନ୍‌ମାନେ ମଧ୍ୟ ତାଙ୍କ ନୂଆ ନୂଆ ଲୁକ୍‌କୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ‘ଡ୍ୟାନ୍ସ ଇଣ୍ଡିଆ […]

kareena-kapoor

kareena-kapoor

Chinmayee Roy
  • Published: Sunday, 01 September 2019
  • Updated: 01 September 2019, 02:40 PM IST

Sports

Latest News

ମୁମ୍ବାଇ: କରୀନା କପୁର ଖାନ୍‌ ବଲିଉଡ୍‌ର ସବୁଠୁ ଅଧିକ ଷ୍ଟାଇଲିଶ୍‌ ଓ ଫ୍ୟାଶନେବଲ୍ ହିରୋଇନ୍‌। ସେ ସବୁବେଳେ ନିଜ ଲୁକ୍‌କୁ ନେଇ ନୂଆ ନୂଆ ପରୀକ୍ଷା କରିଥା’ନ୍ତି। କରୀନା ଏବେ ଜିଟିଭିରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୭’ରେ ଜଜ୍‌ ଅଛନ୍ତି। ଆଉ ଏଠି ପ୍ରତି ଏପିସୋଡ୍‌ରେ ତାଙ୍କୁ ନୂଆ ନୂଆ ଲୁକ୍‌ରେ ଦେଖିବାକୁ ମିଳୁଛି। ଫ୍ୟାନ୍‌ମାନେ ମଧ୍ୟ ତାଙ୍କ ନୂଆ ନୂଆ ଲୁକ୍‌କୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ର ନୂଆ ଏପିସୋଡ୍‌ରେ ବେବୋଙ୍କ ବୋଲ୍ଡ ଲୁକ୍‌ ଫ୍ୟାନ୍‌ମାନଙ୍କୁ ଘାଇଲା କରିଛି।

ଏଥିରେ ସେ ଏକ ଡାର୍କ ବ୍ଲୁ ଅଫ୍-ସୋଲ୍ଡର ଡ୍ରେସ୍‌ ପିନ୍ଧିଥିଲେ। ଏହି ଡ୍ରେସ୍‌ର ବିଶେଷ ଆକର୍ଷଣ ହେଉଛି, ଏହାର ସବୁଜ ଲମ୍ବା ଟେଲ୍। ଏହି ଡ୍ରେସ୍‌ ସହ ସ୍ମୋକି ଆଇ ଓ କର୍ଲ ହେୟାର୍‌ରେ ସେ ହଟ୍‌ ଆଣ୍ଡ ବୋଲ୍ଡ ଦେଖାଯାଉଥିଲେ। ଏହାର ଏକ ଫଟୋ କରୀନା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍ କରିଛନ୍ତି। ଆଉ ଫଟୋଟି ଏବେ ଭାଇରାଲ୍ ହେଉଛି।

https://www.instagram.com/p/B1sy0MjF76T/?utm_source=ig_web_copy_link

https://www.instagram.com/p/B1s6mi0FPUP/?utm_source=ig_web_copy_link

କରୀନାଙ୍କ ଏହି ଡ୍ରେସ୍‌ର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏହି ଡ୍ରେସ୍‌ଟିର ମୂଲ୍ୟ ୨,୩୧୦ ଡଲାର ଅର୍ଥାତ୍‌ ପାଖାପାଖି ୧ ଲକ୍ଷ ୬୫ ହଜାର ୨୩୮ ଟଙ୍କା। ସାଧାରଣତଃ ପିଲା ହେବା ପରେ ହିରୋଇନ୍‌ମାନଙ୍କ ଡିମାଣ୍ଡ୍‌ କମିଯାଏ। ହେଲେ କରୀନାଙ୍କ କ୍ଷେତ୍ରରେ ଏହି ଫର୍ମୂଲା ଫେଲ୍ ମାରିଛି। ମା’ ହେବା ପରେ ବି ତାଙ୍କ ଡିମାଣ୍ଡ୍‌ ଏବେ ଟପ୍‌ ଲେଭଲ୍‌ରେ। ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୭’ ପାଇଁ ସେ ପ୍ରତି ଏପିସୋଡ୍ ପିଛା ୩ କୋଟି ଟଙ୍କା ନେଉଛନ୍ତି। ତାଙ୍କ ପାଇଁ ଏହି ଶୋ’ର ଟିଆର୍‌ପି ମଧ୍ୟ ହାଇ ଲେଭଲ୍‌ରେ ଅଛି।  ଏହା ବ୍ୟତୀତ କରୀନାଙ୍କ ହାତରେ ଆହୁରି ଅନେକ ଅଫର୍‌ ରହିଛି। ଖୁବ୍‌ଶୀଘ୍ର ତାଙ୍କୁ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ଗୁଡ୍ ନ୍ୟୁଜ୍‌’ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ଆମୀର ଖାନ୍‌ଙ୍କ ସହିତ  ‘ଲାଲ୍‌ ସିଂହ ଚଡ୍ଡା’, ଇରଫାନ୍‌ଙ୍କ ସହ ‘ଅଙ୍ଗରେଜୀ ମିଡିୟମ୍’ ଓ କରଣ ଜୋହରଙ୍କ ଫିଲ୍ମ ‘ତଖ୍‌ତ’ରେ କରୀନାଙ୍କୁ ଦେଖିବାକୁ ପାଇବେ ଦର୍ଶକ।

https://www.instagram.com/p/B1uKo_FFsdF/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos