ଗୀତାଙ୍କ ବିବାହରେ ଯୋଗଦେବେ ଅମୀର

ମୁମ୍ବାଇ: କୁସ୍ତିଯୋଦ୍ଧା ମହାବୀର ସିଂହଙ୍କ ଝିଅ ଗୀତା ଫୋଗତଙ୍କ ବିବାହ ଉତ୍ସବରେ ଯୋଗ ଦେବେ ଅମୀର ଖାନ୍‌। ଆସନ୍ତା ୨୦ ତାରିଖରେ ଗୀତାଙ୍କ ବିବାହ ହେବ। ଅମୀରଙ୍କ ଅପ୍‌କମିଂ ଫିଲ୍ମ ‘ଦଙ୍ଗଲ’ ମହାବୀର ସିଂହ ଏବଂ ତାଙ୍କ ପରିବାର ଉପରେ ଆଧାରିତ ହୋଇଛି। ‘ଦଙ୍ଗଲ’ର ସୁଟିଂ ସମୟରେ ଅମୀରଙ୍କର ଫୋଗତ ପରିବାର ସହ ଭଲ ବନ୍ଧୁତା ହୋଇଯାଇଥିଲା। କୁସ୍ତିର ବିଭିନ୍ନ କଳା ଠାରୁ ଆରମ୍ଭ କରି ଫିଲ୍ମର ସର୍ଭେ ପର୍ଯ୍ୟନ୍ତ ପୁରା ଫୋଗତ ପରିବାର ଅମୀରଙ୍କୁ ସହଯୋଗ […]

amir

amir

Rakesh Mallick
  • Published: Friday, 04 November 2016
  • Updated: 04 November 2016, 05:35 PM IST

ମୁମ୍ବାଇ: କୁସ୍ତିଯୋଦ୍ଧା ମହାବୀର ସିଂହଙ୍କ ଝିଅ ଗୀତା ଫୋଗତଙ୍କ ବିବାହ ଉତ୍ସବରେ ଯୋଗ ଦେବେ ଅମୀର ଖାନ୍‌। ଆସନ୍ତା ୨୦ ତାରିଖରେ ଗୀତାଙ୍କ ବିବାହ ହେବ। ଅମୀରଙ୍କ ଅପ୍‌କମିଂ ଫିଲ୍ମ ‘ଦଙ୍ଗଲ’ ମହାବୀର ସିଂହ ଏବଂ ତାଙ୍କ ପରିବାର ଉପରେ ଆଧାରିତ ହୋଇଛି।

‘ଦଙ୍ଗଲ’ର ସୁଟିଂ ସମୟରେ ଅମୀରଙ୍କର ଫୋଗତ ପରିବାର ସହ ଭଲ ବନ୍ଧୁତା ହୋଇଯାଇଥିଲା। କୁସ୍ତିର ବିଭିନ୍ନ କଳା ଠାରୁ ଆରମ୍ଭ କରି ଫିଲ୍ମର ସର୍ଭେ ପର୍ଯ୍ୟନ୍ତ ପୁରା ଫୋଗତ ପରିବାର ଅମୀରଙ୍କୁ ସହଯୋଗ କରିଥିଲେ।

ଗୀତାଙ୍କ ବିବାହରେ ଯୋଗ ଦେବାକୁ ଫୋଗତ ପରିବାର ପକ୍ଷରୁ ଆମନ୍ତ୍ରଣ କରାଯିବା ପରେ ଅମୀର ସେଠାକୁ ଯିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିବାହ ଉତ୍ସବରେ ଯୋଗଦେବାକୁ ସେ ତାଙ୍କର ସବୁ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି। ଅମୀରଙ୍କ ସହ ଫିଲ୍ମର ହିରୋଇନ ଏବଂ ନିର୍ଦ୍ଦେଶକ ନୀତିନ ତିୱାରୀ ମଧ୍ୟ ବିବାହ ଉତ୍ସବରେ ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos