ହାପି ବାର୍ଥ ଡେ’ ଶ୍ରୀଦେବୀ

ମୁମ୍ୱାଇ: ହିନ୍ଦୀ, ତାମିଲ, ମାଲାୟଲମ୍, କନ୍ନଡ଼ ଓ ତେଲୁଗୁ ଫିଲ୍ମରେ ନିଜ ତାଙ୍କ ଅଭିନୟର ଯାଦୁ ଦେଖାଇଥିବା ଜଣାଶୁଣା ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଜି ହେଉଛି ତାଙ୍କର ଜନ୍ମଦିନ। ସେ ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ତାମିଲନାଡୁର ଶିବକାଶୀରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀଦେବୀ ୧୯୭୬ରେ ପ୍ରଥମେ ତାମିଲ ଫିଲ୍ମ  ‘ମୁନଦ୍ରୁ ମୁଦ୍ରିଚୁ’ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି […]

sridevi

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 05:14 PM IST

ମୁମ୍ୱାଇ: ହିନ୍ଦୀ, ତାମିଲ, ମାଲାୟଲମ୍, କନ୍ନଡ଼ ଓ ତେଲୁଗୁ ଫିଲ୍ମରେ ନିଜ ତାଙ୍କ ଅଭିନୟର ଯାଦୁ ଦେଖାଇଥିବା ଜଣାଶୁଣା ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଜି ହେଉଛି ତାଙ୍କର ଜନ୍ମଦିନ। ସେ ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ତାମିଲନାଡୁର ଶିବକାଶୀରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀଦେବୀ ୧୯୭୬ରେ ପ୍ରଥମେ ତାମିଲ ଫିଲ୍ମ  ‘ମୁନଦ୍ରୁ ମୁଦ୍ରିଚୁ’ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।

ହିନ୍ଦୀ ଫିଲ୍ମ ‘ସୋଲହୱାଁ ସାୱାନ’ରୁ ସେ ବଲିଉଡକୁ ଏଣ୍ଟ୍ରି କଲେ। ହେଲେ ‘ହିମତୱାଲା’ ଫିଲ୍ମରେ ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ। ‘ନାଗିନ’, ‘ମିଷ୍ଟର ଇଣ୍ଡିଆ’,‘ଚାଲବାଜ୍’,‘ଲମହ’,‘ଖୁଦା ଗୱାହ’ ଓ ‘ଜୁଦାଇ’ ହେଉଛି କେତୋଟି ତାଙ୍କର ସୁପରହିଟ୍ ଫିଲ୍ମ।

ସେ ବଲିଉଡର ପ୍ରଯୋଜକ ବୋନି କପୁରଙ୍କୁ ବିବାହ କରିଛନ୍ତି । ତାଙ୍କର ଜାହ୍ନବୀ ଓ ଖୁସି ନାମକ ଦୁଇଟି ଝିଅ ଅଛନ୍ତି।

Related story