ଫିଲ୍ମ ରିଲିଜ୍‌ ପୂର୍ବଦିନ ଶୋଇବାକୁ ଭଲ ପା’ନ୍ତି ପ୍ରଭାସ

ମୁମ୍ୱାଇ : ଦକ୍ଷିଣୀ ତାରକା ପ୍ରଭାସ ଓ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସାହୋ’ ରିଲିଜ୍‌ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛି। ଫିଲ୍ମର ଟ୍ରେଲର ଓ ଗୀତକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ବର୍ତ୍ତମାନ ପ୍ରଭାସ ଓ ଶ୍ରଦ୍ଧା ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋସନ୍‌ କରିବା ସମୟରେ ପ୍ରଭାସ ତାଙ୍କର ଏକ ସିକ୍ରେଟ୍‌ ବିଷୟରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସେହି ସିକ୍ରେଟ୍‌ଟି ହେଉଛି ଫିଲ୍ମ ପରଦାକୁ ଆସିବା ପୂର୍ବରୁ ପ୍ରଭାସ ଅଧିକ ଶୋଇବା ପାଇଁ […]

saho1

Puspanjali Panda
  • Published: Saturday, 24 August 2019
  • , Updated: 24 August 2019, 02:09 PM IST

ମୁମ୍ୱାଇ : ଦକ୍ଷିଣୀ ତାରକା ପ୍ରଭାସ ଓ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସାହୋ’ ରିଲିଜ୍‌ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛି। ଫିଲ୍ମର ଟ୍ରେଲର ଓ ଗୀତକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ବର୍ତ୍ତମାନ ପ୍ରଭାସ ଓ ଶ୍ରଦ୍ଧା ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି।

ଫିଲ୍ମର ପ୍ରମୋସନ୍‌ କରିବା ସମୟରେ ପ୍ରଭାସ ତାଙ୍କର ଏକ ସିକ୍ରେଟ୍‌ ବିଷୟରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସେହି ସିକ୍ରେଟ୍‌ଟି ହେଉଛି ଫିଲ୍ମ ପରଦାକୁ ଆସିବା ପୂର୍ବରୁ ପ୍ରଭାସ ଅଧିକ ଶୋଇବା ପାଇଁ ଚେଷ୍ଟା କରିଥା’ନ୍ତି। ଫିଲ୍ମର ପ୍ରମୋସନ୍ କରିବାକୁ ଯାଇ କପିଲ ଶର୍ମାଙ୍କ ଶୋ’ରେ ପ୍ରଭାସ ତାଙ୍କର ଏହି ସିକ୍ରେଟ୍‌କୁ କହିଛନ୍ତି।

ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ପ୍ରଭାସ ଅଧିକ ଶୋଇଥା’ନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ସତ କି ନୁହେଁ ବୋଲି କପିଲ ପ୍ରଭାସଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ପ୍ରଭାସ କହିଥିଲେ, ହଁ ଫିଲ୍ମ ରିଲିଜ୍‌ ପୂର୍ବରୁ ମୁଁ ଅଧିକ ଶୋଇବା ପାଇଁ ଚେଷ୍ଟା କରିଥାଏ। କିନ୍ତୁ କାମର ଚାପ ଓ ଚିନ୍ତା ଯୋଗୁ ଶୋଇପାରି ନଥାଏ। ’

 

ସେହିପରି କପିଲ୍‌ ଶ୍ରଦ୍ଧାଙ୍କୁ ପ୍ରଶ୍ନ କରିଥିଲେ ଯେ ଶୁଣିବାକୁ ମିଳୁଛି ଫିଲ୍ମ ରିଲିଜ୍‌ର ପୂର୍ବ ଦିନ ଆପଣ ବଦ୍‌ହଜମି ସମସ୍ୟାରେ ପୀଡ଼ିତ ରୁହନ୍ତି। ଏହି କଥା ମଧ୍ୟ ସତ ବୋଲି ଶ୍ରଦ୍ଧା ଉତ୍ତର ଦେଇଥିଲେ।

ପ୍ରଭାସ ଓ ଶ୍ରଦ୍ଧାଙ୍କ ଅଭିନୀତ ଫିଲ୍ମ ସାହୋ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ଅନ୍ୟ ଅଭିନେତାଙ୍କ ମଧ୍ୟରେ ଜ୍ୟାକି ଶ୍ରଫ, ନୀଲ୍‌ ନୀତୀଶ୍‌ ମୁକେଶ, ମନ୍ଦିରା ବେଦୀ, ଚଙ୍କି ପାଣ୍ଡେ, ମହେଶ ମଞ୍ଜରେକର୍‌, ଅର୍ଜୁନ ବିଜୟ ଓ ମୁରଲୀ ଶର୍ମା ରହିଛନ୍ତି। ଅଗଷ୍ଟ ୩୦ ତାରିଖରେ ଫିଲ୍ମଟି ପରଦାକୁ ଆସୁଛି।

Related story