ହ୍ରିତିକ୍‌ ମୋ କ୍ୟାରିଅର ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି: କଙ୍ଗନା

ମୁମ୍ବାଇ: କଙ୍ଗନା ଓ ହ୍ରିତିକ୍‌ଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ବହୁ ବାଦ ବିବାଦ ଉପୁଜି ଥିଲା। ତେବେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ହେବାପରେ ପୁଣି କଙ୍ଗନା ହ୍ରିତିକ୍‌ଙ୍କ ଉପରେ ଦୋଷ ଲଗାଇଛନ୍ତି। ଏଥର କଙ୍ଗନା କହିଛନ୍ତି ହ୍ରିତିକ୍‌ଙ୍କ ପାଇଁ ତାଙ୍କ କ୍ୟାରିଅର ନଷ୍ଟ ହେବାକୁ ଯାଉଛି। ନିକଟରେ କଙ୍ଗନା ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତି, “ ମୋ ପାଖକୁ ଲୋକମାନଙ୍କ ଫୋନ୍‌ ଆସିଥିଲା […]

kangana-ranaut

kangana-ranaut

Rakesh Mallick
  • Published: Saturday, 04 February 2017
  • Updated: 04 February 2017, 07:23 PM IST

Sports

Latest News

ମୁମ୍ବାଇ: କଙ୍ଗନା ଓ ହ୍ରିତିକ୍‌ଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ବହୁ ବାଦ ବିବାଦ ଉପୁଜି ଥିଲା। ତେବେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ହେବାପରେ ପୁଣି କଙ୍ଗନା ହ୍ରିତିକ୍‌ଙ୍କ ଉପରେ ଦୋଷ ଲଗାଇଛନ୍ତି। ଏଥର କଙ୍ଗନା କହିଛନ୍ତି ହ୍ରିତିକ୍‌ଙ୍କ ପାଇଁ ତାଙ୍କ କ୍ୟାରିଅର ନଷ୍ଟ ହେବାକୁ ଯାଉଛି।

ନିକଟରେ କଙ୍ଗନା ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତି, “ ମୋ ପାଖକୁ ଲୋକମାନଙ୍କ ଫୋନ୍‌ ଆସିଥିଲା କି ହ୍ରିତିକ୍‌ ସେମାନଙ୍କୁ ଦେଖା କରି ମୋ ବିପକ୍ଷରେ ପ୍ରମାଣ ଦେଖାଇଛନ୍ତି। ସେହି ଲୋକମାନେ ମୋତେ ଫୋନ୍‌ କରି ଏ ବିଷୟରେ କଥା ହେବା ପାଇଁ କୁହନ୍ତି। କିନ୍ତୁ ଏହି ମାମଲାରେ ଆପଣମାନେ ନପଡ଼ନ୍ତୁ ବୋଲି ମୁଁ କୁହେ।”

ଏହା ପୂର୍ବରୁ କଙ୍ଗନା କହିଥିଲେ,”ଫିଲ୍ମ ଇଣ୍ଡଷ୍ଟ୍ରିରେ ଯଦି ଆପଣ ସାଙ୍ଗ କରିବେ ତେବେ ସଂପର୍କ କେଉଁଠି ନ କେଉଁଠି ଜଟିଳ ହୋଇ ପଡ଼ିବ। ଯାହା ସହ କାମ କରିବେ ଯଦି ସିଏ ସଫଳ ହୋଇଯାଆନ୍ତି ତେବେ ସେ ଆପଣଙ୍କୁ ଅଣଦେଖା କରିଦେବେ। ତାଙ୍କର ସଫଳତା ଆପଣଙ୍କୁ ଆଘାତ ଦେବ। ଯଦି ଆପଣ ନିଜେ ସଫଳ ହୁଅନ୍ତି ତେବେ ଆପଣଙ୍କୁ ମଧ୍ୟ ପଛରେ ରହିଯାଇଥିବା ମଣିଷକୁ ଅଣଦେଖା କରିବାକୁ ପଡ଼ିବ। ମୋ ସଫଳତା ପଛରେ ଆଉ ଏକ କାରଣ ହେଉଛି ମୁଁ ଇଣ୍ଡଷ୍ଟ୍ରିରେ ଅଧିକ ବନ୍ଧୁ ବନାଏ ନାହିଁ। ଇଣ୍ଡଷ୍ଟ୍ରି ବାହାରେ ମୋର ବହୁତ ବନ୍ଧୁ ଅଛନ୍ତି।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos