ମି-ଟୁରେ ଫସିଥିବା ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଆକ୍ସନ

ମୁମ୍ୱାଇ: #metoo ଅଭିଯାନରେ ଫିଲ୍ମ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଅନେକ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଏହି ସମସ୍ତ ଆରୋପକୁ ଆଧାର କରି ସାଜିଦ୍‌ ଖାନ୍‌ଙ୍କ ଉପରେ IFTDA (Indian film and television association) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇଏଫ୍‌ଟିଡିଏ ପକ୍ଷରୁ ସାଜିଦ୍‌ ଖାନ୍‌ଙ୍କୁ ୧ ବର୍ଷ ପାଇଁ ନିଲମ୍ୱିତ କରାଯାଇଛି। ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ପ୍ରଥମେ ମହିଳା ସାମ୍ୱାଦିକା ସନ୍‌ସନିଖେଜ୍‌ ଅଭିଯୋଗ ଆଣିଥିଲେ। ଏହାପରେ ଜଣକ ପରେ ଜଣେ ଅଭିନେତ୍ରୀ […]

sajid-7

sajid-7

Tapas Behera
  • Published: Wednesday, 12 December 2018
  • Updated: 12 December 2018, 03:03 PM IST

Sports

Latest News

ମୁମ୍ୱାଇ: #metoo ଅଭିଯାନରେ ଫିଲ୍ମ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଅନେକ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଏହି ସମସ୍ତ ଆରୋପକୁ ଆଧାର କରି ସାଜିଦ୍‌ ଖାନ୍‌ଙ୍କ ଉପରେ IFTDA (Indian film and television association) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇଏଫ୍‌ଟିଡିଏ ପକ୍ଷରୁ ସାଜିଦ୍‌ ଖାନ୍‌ଙ୍କୁ ୧ ବର୍ଷ ପାଇଁ ନିଲମ୍ୱିତ କରାଯାଇଛି। ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ପ୍ରଥମେ ମହିଳା ସାମ୍ୱାଦିକା ସନ୍‌ସନିଖେଜ୍‌ ଅଭିଯୋଗ ଆଣିଥିଲେ।

ଏହାପରେ ଜଣକ ପରେ ଜଣେ ଅଭିନେତ୍ରୀ ତଥା ସଲୋନୀ ଚୋପ୍‌ଡା, ରସେଲ୍‌ ୱାଇଟ୍‌, ସିମ୍‌ରନ୍‌ ସୁରୀ ତାଙ୍କ ବିରୋଧରେ ଯୌନ ଶୋଷଣର ମାମଲା ଦାୟର୍ କରିଥିଲେ।ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହିତ ବିଚାର କରି ଆଇଏଫ୍‌ଟିଡିଏ ସାଜିଦ୍‌ଙ୍କୁ ୧ ବର୍ଷ ପାଇଁ ନିଲମ୍ୱିତ କରିଛି। ଆଇଏଫ୍‌ଟିଡିଏର ଏହି ନିଷ୍ପତିକୁ ନେଇ ସାଜିଦ୍‌ ଖାନ୍‌ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

କେବଳ ସାଜିଦ୍‌ ଖାନ୍ ନୁହଁନ୍ତି, ଅଭିନେତା ଆଲୋକ ନାଥଙ୍କ ଉପରେ ମଧ୍ୟ #metooର ଅଭିଯୋଗ ଲାଗିଥିଲା। ଏଥିଯୋଗୁ CINTAA (Cine And TV Artistes' Association) ପକ୍ଷରୁ ଆଲୋକ ନାଥଙ୍କୁ ବହିଷ୍କାର କରାଯିବା ସହିତ ମାମଲା ମଧ୍ୟ ରୁଜୁ ହୋଇଥିଲା।ସାଜିଦ୍‌ ଖାନ୍‌ଙ୍କ ଉପରେ ଅଭିଯୋଗ ଆସିବା ପରେ ତାଙ୍କ ଭଭଣୀ ଫରାହ୍‌ ଖାନ୍‌ ଟ୍ୱିଟ୍‌ କରି ଲେଖିଥିଲେ, “ଏହା ମୋ ପରିବାର ପାଇଁ ଏକ ସଙ୍କଟର ସମୟ”। ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆମକୁ କାମ କରିବାକୁ ଅଛି। ଯଦି ମୋର ଭାଇ ଏପରି କାମ କରିଛନ୍ତି, ତେବେ ତାଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡ଼ିବ। ମୁଁ କୌଣସି ମତେ ଏହି କାର୍ଯ୍ୟ ପାଇଁ ମୋ ଭାଇଙ୍କୁ ସମର୍ଥନ କରିବି ନାହିଁ ଏବଂ ଅନ୍ୟାୟ ହୋଇଥିବା ମହିଳାଙ୍କ ସାଙ୍ଗରେ ମୁଁ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos