କାରଗିଲ ଲଢ଼େଇ ଉପରେ ଆଧାରିତ ଇମରାନ୍ ହାଶମୀ ପ୍ରଡକ୍ସନର ପ୍ରଥମ ଫିଲ୍ମ

ମୁମ୍ବାଇ: ଇମରାନ ହାଶମୀଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମର ସୁଟିଂ କାରଗିଲରେ ହେବାକୁ ଯାଉଛି। ଟୋନୀ ଡୀସୁଜା ଫିଲ୍ମର ନିର୍ଦ୍ଦେଶନା ଦେବେ। ସୁତ୍ର ଅନୁଯାୟୀ ଫିଲ୍ମଟି ଆର୍ମିର ପୃଷ୍ଠଭୂମି ଏବଂ ସତ୍ୟଘଟଣା ଉପରେ ଆଧାରିତ। ଡୀସୁଜା କହିଛନ୍ତି,“ଏହି ଫିଲ୍ମଟି କାରଗିଲ ଲଢ଼େଇ ସହ ଜଡ଼ିତ କିଛି ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମର ସୁଟିଂ କାଶ୍ମୀର, ଲେହ, ଲଦାଖ, ଭାରତ-ପାକିସ୍ତାନର ସୀମା, ଦିଲ୍ଲୀ, ହାଇଦ୍ରାବାଦ ଏବଂ ଲଣ୍ଡନରେ ହେବାକୁ ଯାଉଛି। ଆମେ ଡିସେମ୍ବର-ଜାନୁଆରୀରେ ବରଫାବୃତ ପାହାଡ଼ିଆ ଅଞ୍ଚଳରେ […]

EmraanHashmi

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 06:26 PM IST

ମୁମ୍ବାଇ: ଇମରାନ ହାଶମୀଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମର ସୁଟିଂ କାରଗିଲରେ ହେବାକୁ ଯାଉଛି। ଟୋନୀ ଡୀସୁଜା ଫିଲ୍ମର ନିର୍ଦ୍ଦେଶନା ଦେବେ। ସୁତ୍ର ଅନୁଯାୟୀ ଫିଲ୍ମଟି ଆର୍ମିର ପୃଷ୍ଠଭୂମି ଏବଂ ସତ୍ୟଘଟଣା ଉପରେ ଆଧାରିତ।

ଡୀସୁଜା କହିଛନ୍ତି,“ଏହି ଫିଲ୍ମଟି କାରଗିଲ ଲଢ଼େଇ ସହ ଜଡ଼ିତ କିଛି ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମର ସୁଟିଂ କାଶ୍ମୀର, ଲେହ, ଲଦାଖ, ଭାରତ-ପାକିସ୍ତାନର ସୀମା, ଦିଲ୍ଲୀ, ହାଇଦ୍ରାବାଦ ଏବଂ ଲଣ୍ଡନରେ ହେବାକୁ ଯାଉଛି। ଆମେ ଡିସେମ୍ବର-ଜାନୁଆରୀରେ ବରଫାବୃତ ପାହାଡ଼ିଆ ଅଞ୍ଚଳରେ ସୁଟିଂ ଆରମ୍ଭ କରିବୁ।”

ଇମରାନ ହାଶମୀ କହିଛନ୍ତି,“ଟୋନୀ ଜଣେ ଭଲ ନିର୍ଦ୍ଦେଶକ। ସେ ଚତ୍ମକାର କୌଶଳ ସହ ଭଲ କାହାଣୀ କୁହନ୍ତି। ମୋର ପୂରା ବିଶ୍ୱାସ ଅଛି ଯେ ଏଭଳି ବିଷୟ ବସ୍ତକୁ ବଡ଼ ପରଦାରେ ସେ ଭଲ ଭାବେ ଦେଖାଇପାରିବେ। ସେ ପରାମର୍ଶ ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି, କିନ୍ତୁ ଟୋନୀ ନିର୍ଦ୍ଦେଶକ ସେଥିପାଇଁ ନିଷ୍ପତ୍ତି ମଧ୍ୟ ତାଙ୍କର ହେବ।”

Related story