ଜାଣନ୍ତୁ ସୌନ୍ଦର୍ଯ୍ୟା ଶର୍ମାଙ୍କ ଡ୍ରିମ୍ ରୋଲ କ’ଣ ?

Ordigital Desk
  • Published: Friday, 10 November 2017
  • , Updated: 10 November 2017, 12:26 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ ରିଲିଜ୍ ହୋଇଥିଛି ଫିଲ୍ମ &lsquo;ରାଞ୍ଚି ଡାଏରୀଜ୍&rsquo;। ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଛନ୍ତି ଜଣେ ସୁନ୍ଦରୀ ନାୟିକା ସୌନ୍ଦର୍ଯ୍ୟା ଶର୍ମା। ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରିଛନ୍ତି। ସୌନ୍ଦର୍ଯ୍ୟାଙ୍କ ବ୍ୟତୀତ ଏହି ଫିଲ୍ମରେ ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି ଅନୁପମ୍ ଖେର୍, ହିମାଂଶୁ କୋହଲି ଏବଂ ଜିମି ସରଗିଲ୍। ଫିଲ୍ମର ନିର୍ଦ୍ଦେଶନା ସାତ୍ତ୍ୱିକ ମହାନ୍ତି ଦେଇଥିବା ବେଳେ ଛୋଟ ସହରରେ ରହୁଥିବା ଯୁବକଯୁବତୀଙ୍କ ସ୍ୱପ୍ନକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି।</p> <p>ଏହି ଫିଲ୍ମରେ ସୌନ୍ଦର୍ଯ୍ୟାଙ୍କ ଅଭିନୟ ଦକ୍ଷତା ଦେଖିବାକୁ ମିଳିଛି। ଡେବ୍ୟୁ ଫିଲ୍ମରେ ଚମତ୍କାର ଅଭିନୟ କରି ସେ ଏବେ ଚର୍ଚ୍ଚାରେ। ଫିଲ୍ମ ରିଲିଜ୍ ହେବାପରେ ବଲିଉଡର ଅନେକ ବଡ଼ ବଡ଼ କଳାକାର ତାଙ୍କୁ ପ୍ରଶଂସା କରିସାରିଲେଣି। ନିକଟରେ ଭୁବନେଶ୍ୱରର କିସ୍ ପରିସରରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସେ ଯୋଗଦେଇଥିଲେ। ସେଠାରେ &#039;ଓଡ଼ିଶା ରିପୋର୍ଟର&#039; ପ୍ରତିନିଧି ତାଙ୍କୁ ଭେଟି ଥିଲେ। ଏହି ସାକ୍ଷାତକାରରେ ସେ &#039;କୁଇନ୍&zwnj;&#039;ରେ କଙ୍ଗନା, &#039;ପରିନୀତା&#039;ରେ ବିଦ୍ୟା ବାଲନ, &#039;ବାଜିରାଓ ମସ୍ତାନି&#039;ରେ ଦୀପିକାଙ୍କ ଚରିତ୍ର ଯେପରି ଦମ୍&zwnj;ଦାର ଥିଲା ସେମିତି କିଛି ରୋଲ୍&zwnj; କରିବାକୁ ପସନ୍ଦ କରିବେ ବୋଲି କହିଥିଲେ।</p>

Related story