‘ଡିଭାଇନ୍‌ ଲଭର୍ସ’ରେ ଇର୍ଫାନଙ୍କ ସହ ସ୍କ୍ରୀନ ସାୟାର କରିବେ ଜରୀନ

ମୁମ୍ବାଇ: ସାଇ କବୀର ନିର୍ଦ୍ଦେଶନା ଦେଉଥିବା ‘ଡିଭାଇନ୍‌ ଲଭର୍ସ’ରେ ‘ମଦାରୀ’ଷ୍ଟାର ଇର୍ଫାନ ଖାନ୍‌ଙ୍କ ବିପକ୍ଷରେ ନାୟିକା ସାଜିବେ ‘ହେଟ୍‌ ଷ୍ଟୋରୀ-୨’ ଷ୍ଟାର ଜରୀନ ଖାନ୍‌। ଏହି ଫିଲ୍ମରେ ‘ମନୁ ୱେଡ୍ସ ତନୁ ରିଟର୍ଣ୍ଣ’ଷ୍ଟାର କଙ୍ଗନା ରନାୱତ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ତାଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ‘ଭୀର’ ଷ୍ଟାର। ଜରନ ନିଜଆ ଅବଶ୍ୟ ଏ ବିଷୟରେ ସ୍ପଷ୍ଟ କରିନାହନ୍ତି। ସେ କହିଛନ୍ତି,“ମୁଁ ଜାଣିନି ଏହି ନ୍ୟୁଜ୍‌ କେଉଁଠୁ ଓ କିପରି ଗଣମାଧ୍ୟମକୁ […]

irrfan-khan-zarine-khan

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 06:44 PM IST

ମୁମ୍ବାଇ: ସାଇ କବୀର ନିର୍ଦ୍ଦେଶନା ଦେଉଥିବା ‘ଡିଭାଇନ୍‌ ଲଭର୍ସ’ରେ ‘ମଦାରୀ’ଷ୍ଟାର ଇର୍ଫାନ ଖାନ୍‌ଙ୍କ ବିପକ୍ଷରେ ନାୟିକା ସାଜିବେ ‘ହେଟ୍‌ ଷ୍ଟୋରୀ-୨’ ଷ୍ଟାର ଜରୀନ ଖାନ୍‌। ଏହି ଫିଲ୍ମରେ ‘ମନୁ ୱେଡ୍ସ ତନୁ ରିଟର୍ଣ୍ଣ’ଷ୍ଟାର କଙ୍ଗନା ରନାୱତ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ତାଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ‘ଭୀର’ ଷ୍ଟାର।

ଜରନ ନିଜଆ ଅବଶ୍ୟ ଏ ବିଷୟରେ ସ୍ପଷ୍ଟ କରିନାହନ୍ତି। ସେ କହିଛନ୍ତି,“ମୁଁ ଜାଣିନି ଏହି ନ୍ୟୁଜ୍‌ କେଉଁଠୁ ଓ କିପରି ଗଣମାଧ୍ୟମକୁ ଆସିଲା। ମୁଁ ଭାବୁଛି କେଉଁ ଏକ ପାର୍ଟିରେ କିଛି ଗଣମାଧ୍ୟମ ପ୍ରତିନିଧି ମତେ ଏନେଇ ପ୍ରଶ୍ନ କରିଥିଲେ। ମୁଁ ଏହାକୁ ଏଡେଇ ଯାଇଥିଲି। ସେହି ଫିଲ୍ମରେ ଅଭିନୟ କରିବି ବୋଲି ମୁଁ କେବେ କହି ନାହିଁ। ଯଦି ଏହି ଫିଲ୍ମ ପାଇଁ ମତେ ସୁଯୋଗ ମିଳେ ତେବେ ହାତଛଡା କରିବି ନାହିଁ।”

Related story