ଦେଖନ୍ତୁ ‘ଏକ ଦୋ ତିନ୍‌’ ଗୀତରେ ଜ୍ୟାକଲିନଙ୍କ ବୋଲ୍ଡ ମୁଭ୍‌ସ

ମୁମ୍ୱାଇ: ବଲିଉଡ୍‌ରେ ଏମିତି ଅନେକ ପୁରୁଣା ଗୀତ ଅଛି ଯାହାକୁ ଦର୍ଶକେ ଗୁଣୁ ଗୁଣାନ୍ତି। ଆଜିବି ସେହି ସବୁ ଗୀତର ଖୁବ୍ ଚାହିଦା ରହିଛି। ସେହିଭଳି କିଛି ଗୀତ ମଧ୍ୟରେ ଅଶି ଦଶକର ଫିଲ୍ମ ‘ତେଜାବ’ର ‘ଏକ ଦୋ ତିନ୍’ ଅନ୍ୟତମ। ଏହି ଗୀତରେ ମାଧୁରୀଙ୍କ ନାଚ ସମସ୍ତଙ୍କୁ ଭଲ ଲାଗିଥିଲା। ଗୀତଟି ଯେତେ ଦେଖିଲେ ବି ଆହୁରି ଦେଖିବାକୁ ମନ ହୁଏ। ଦର୍ଶକଙ୍କୁ ପସନ୍ଦକୁ ଦୃଷ୍ଟିରେ ରଖି ଏହି ଗୀତର ଏକ ନୂଆ ଭର୍ସନ ଆସୁଛି। […]

aaa

Rakesh Mallick
  • Published: Monday, 19 March 2018
  • , Updated: 21 March 2018, 02:50 PM IST

ମୁମ୍ୱାଇ: ବଲିଉଡ୍‌ରେ ଏମିତି ଅନେକ ପୁରୁଣା ଗୀତ ଅଛି ଯାହାକୁ ଦର୍ଶକେ ଗୁଣୁ ଗୁଣାନ୍ତି। ଆଜିବି ସେହି ସବୁ ଗୀତର ଖୁବ୍ ଚାହିଦା ରହିଛି। ସେହିଭଳି କିଛି ଗୀତ ମଧ୍ୟରେ ଅଶି ଦଶକର ଫିଲ୍ମ ‘ତେଜାବ’ର ‘ଏକ ଦୋ ତିନ୍’ ଅନ୍ୟତମ। ଏହି ଗୀତରେ ମାଧୁରୀଙ୍କ ନାଚ ସମସ୍ତଙ୍କୁ ଭଲ ଲାଗିଥିଲା। ଗୀତଟି ଯେତେ ଦେଖିଲେ ବି ଆହୁରି ଦେଖିବାକୁ ମନ ହୁଏ।

ଦର୍ଶକଙ୍କୁ ପସନ୍ଦକୁ ଦୃଷ୍ଟିରେ ରଖି ଏହି ଗୀତର ଏକ ନୂଆ ଭର୍ସନ ଆସୁଛି। ଏବେ କିନ୍ତୁ ଏହି ଗୀତରେ ଆଉ ମାଧୁରୀ ଠୁମ୍‌କା ଲଗେଇବେନି। ଏହାକୁ ନୂଆ ରୂପରେ ଉପସ୍ଥାପନ କରିବେ ଜ୍ୟାକ୍‌ଲିନ ଫର୍ଣ୍ଣାଡେଜ୍। ଗୀତଟି ‘ବାଗୀ-୨’ ଫିଲ୍ମର। ଏହି ଗୀତରେ ଜ୍ୟାକ୍‌ଲିନ୍ ଜବରଦସ୍ତ ପରଫରମାନ୍ସ ଦେଇଛନ୍ତି। ତା’ପୁଣି ବୋଲ୍ଡ ଅନ୍ଦାଜରେ।

ମିଡିଆ ରିପୋର୍ଟ ମୁତାବକ ମାଧୁରୀ ଏହି ଗୀତରେ ନାଚିବା ପାଇଁ ୧୬ଦିନ ପ୍ରାକ୍‌ଟିସ୍ କରିଥିଲେ ଓ ସାତଦିନରେ ଏହି ଗୀତର ସୁଟିଂ ଶେଷ ହୋଇଥିଲା। ସେ ସମୟରେ ଗୀତକୁ ସରୋଜ ଖାନ୍ କୋରିଓଗ୍ରାଫି କରିଥିଲେ।

ନୂଆ ଭର୍ସନରେ ଜ୍ୟାକ୍‌ଲିନଙ୍କ ଛଡ଼ା ଅଭିନେତା ପ୍ରତୀକ୍ ବବର ବି ନଜର ଆସିଛନ୍ତି। ନିକଟରେ ଏହି ଗୀତର ଭିଡ଼ଓ ରିଲିଜ୍ ହୋଇଛି। ଭିଡ଼ିଓଟି ଦେଖନ୍ତୁ।

https://www.youtube.com/watch?v=q2gICJFG6uw

Related story