‘ଜଜବା’ରେ ଆଇନଜୀବୀ ଭୂମିକାରେ ଐଶ

ମୁମ୍ବାଇ: ୫ ବର୍ଷ ପରେ ପୁଣି ସିଲଭର୍ ସ୍କ୍ରିନକୁ ଦମଦାର୍ ରିଟର୍ଣ୍ଣ କରୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଅପକମିଂ ବଲିଉଡ୍ ଫିଲ୍ମ ‘ଜଜବା’ରେ ଜଣେ ଆଇନଜୀବୀ ଭୂମିକାରେ ଦେଖାଦେବେ ଐଶ୍ୱର୍ଯ୍ୟା। ତେବେ ରିଲିଜ୍ ପୂର୍ବରୁ ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ସଞ୍ଜୟ ଗୁପ୍ତାଙ୍କ ନିଦ୍ଦେର୍ଶିତ ଏହି ଫିଲ୍ମରେ ଇର୍ଫ।ନ୍ ଖାନ୍, ଜ୍ୟାକି ଶ୍ରଫ୍, ଶବାନା ଆଜମିଙ୍କୁ ମଧ୍ୟ ଦେଖିବାକୁ ମିଳିବ ଭିନ୍ନ ଭିନ୍ନ ଭୂମିକାରେ। ଝିଅ ଅପହରଣ ହୋଇଯିବା ପରେ ଜଣେ ଓକିଲ ନୁହେଁ […]

aishwarya-rai

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 05:20 AM IST

[embed]https://www.youtube.com/watch?v=nx7z1enCLWs[/embed]

ମୁମ୍ବାଇ: ୫ ବର୍ଷ ପରେ ପୁଣି ସିଲଭର୍ ସ୍କ୍ରିନକୁ ଦମଦାର୍ ରିଟର୍ଣ୍ଣ କରୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଅପକମିଂ ବଲିଉଡ୍ ଫିଲ୍ମ ‘ଜଜବା’ରେ ଜଣେ ଆଇନଜୀବୀ ଭୂମିକାରେ ଦେଖାଦେବେ ଐଶ୍ୱର୍ଯ୍ୟା। ତେବେ ରିଲିଜ୍ ପୂର୍ବରୁ ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ସଞ୍ଜୟ ଗୁପ୍ତାଙ୍କ ନିଦ୍ଦେର୍ଶିତ ଏହି ଫିଲ୍ମରେ ଇର୍ଫ।ନ୍ ଖାନ୍, ଜ୍ୟାକି ଶ୍ରଫ୍, ଶବାନା ଆଜମିଙ୍କୁ ମଧ୍ୟ ଦେଖିବାକୁ ମିଳିବ ଭିନ୍ନ ଭିନ୍ନ ଭୂମିକାରେ। ଝିଅ ଅପହରଣ ହୋଇଯିବା ପରେ ଜଣେ ଓକିଲ ନୁହେଁ ବରଂ ଜଣେ ମା'ର ସଂଘର୍ଷକୁ ନିଜ ଅଭିନୟରେ ଦେଖାଉଛନ୍ତି ଐଶ୍। ଅକଟୋବର ୯ରେ ଏହି ଫିଲ୍ମ ପରଦାକୁ ଆସିବ। ୨୦୧୦ରେ ରିଲିଜ ହୋଇଥିବା ‘ଗୁଜାରିଶ୍’ ପରେ ଐଶ୍ୱର୍ଯ୍ୟା ଚର୍ଚ୍ଚାରେ ଥିଲେ ମଧ୍ୟ ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନଥିଲା।

Related story