କରୋନାରେ ଚାଲିଗଲେ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡା

ନୀଳଗିରି/ବାଲେଶ୍ୱର(ରଣଜିତ/ବିଶ୍ୱମ୍ଭର): ଯଲିଉଡ୍‌ର ଚୁଲ୍‌ବୁଲି ନାୟିକା ତୃପ୍ତି ପଣ୍ଡାଙ୍କ ବିୟୋଗ ହୋଇଯାଇଛି। ମହାକାରୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଆସନ୍ତାକାଲି କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି। ତୃପ୍ତି ଓ ତାଙ୍କ ସ୍ୱାମୀ ବାବୁଲି ପଣ୍ଡା ଚଳିତବର୍ଷ ଯାତ୍ରା ମଞ୍ଜରୀରେ ଅଭିନୟ କରୁଥିଲେ। ବାଲେଶ୍ୱର ଜିଲ୍ଲା ଲଙ୍ଗଳେଶ୍ୱରରେ ଯାତ୍ରା କରିବାକୁ ଅନୁମତି ନମିଳିବାରୁ ସବୁ କଳାକାର ଘରକୁ ଫେରିଆସିଥିଲେ। ତୃପ୍ତି ଓ ବାବୁଲି ମଧ୍ୟ ଘରକୁ ଫେରି ଆସି ହୋମ୍‌ ଆଇସୋଲେସନ୍‌ରେ […]

trupti

Manoranjan Sial
  • Published: Tuesday, 27 April 2021
  • , Updated: 27 April 2021, 11:53 PM IST

ନୀଳଗିରି/ବାଲେଶ୍ୱର(ରଣଜିତ/ବିଶ୍ୱମ୍ଭର): ଯଲିଉଡ୍‌ର ଚୁଲ୍‌ବୁଲି ନାୟିକା ତୃପ୍ତି ପଣ୍ଡାଙ୍କ ବିୟୋଗ ହୋଇଯାଇଛି। ମହାକାରୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଆସନ୍ତାକାଲି କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି।

ତୃପ୍ତି ଓ ତାଙ୍କ ସ୍ୱାମୀ ବାବୁଲି ପଣ୍ଡା ଚଳିତବର୍ଷ ଯାତ୍ରା ମଞ୍ଜରୀରେ ଅଭିନୟ କରୁଥିଲେ। ବାଲେଶ୍ୱର ଜିଲ୍ଲା ଲଙ୍ଗଳେଶ୍ୱରରେ ଯାତ୍ରା କରିବାକୁ ଅନୁମତି ନମିଳିବାରୁ ସବୁ କଳାକାର ଘରକୁ ଫେରିଆସିଥିଲେ। ତୃପ୍ତି ଓ ବାବୁଲି ମଧ୍ୟ ଘରକୁ ଫେରି ଆସି ହୋମ୍‌ ଆଇସୋଲେସନ୍‌ରେ ଥିଲେ। ତିନି ଦିନ ତଳେ ହଠାତ୍‌ ତୃପ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ଯଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି। ତୃପ୍ତିଙ୍କ ପରିବାରରେ ଅନେକ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେସନ୍‌ ଓ କ୍ୱାରେଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି।

‘କୋଣାର୍କ ଗଣନାଟ୍ୟ’ରୁ ଯାତ୍ରା କ୍ୟାରିଆର ଆରମ୍ଭ କରିଥିଲେ ତୃପ୍ତି। ଆଉ ସେହିଠାରେ ନିଜ ଜୀବନ ସାଥୀ ବାବୁଲି ପଣ୍ଡାଙ୍କୁ ପାଇଥିଲେ। ବାହାଘର ପରେ ସ୍ୱାମୀ-ସ୍ତ୍ରୀ ଗୋଟିଏ ପାର୍ଟିରେ ଅଛନ୍ତି। ସେ ଦୀର୍ଘ ଦିନ ଧରି ଇଷ୍ଟର୍ଣ୍ଣ-ରେଡ୍‌ରେ ଅଭିନୟ କରୁଥିଲେ। ଚଳିତବର୍ଷ ସେ ଯାତ୍ରା ମଞ୍ଜରୀରେ ଅଭିନୟ କରୁଥିଲେ। ସେ ହେଉଛନ୍ତି ଯଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡାଙ୍କ ଭାଇ ବୋହୂ।

ଆଜି ସକାଳେ ମଞ୍ଚ ଦୁନିଆର ବରିଷ୍ଠ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ(ଜଗା)ଙ୍କର ବିୟୋଗ ହୋଇଯାଇଥିଲା। କୋଭିଡ୍‌ରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୮୫ ବର୍ଷ ହୋଇଥିଲା।

 

Related story