ମଇଦାନକୁ ଆସିବା ପୂର୍ବରୁ ‘କରୋନା’ ଯୋଦ୍ଧା ସାଜିଲା ‘ଯାତ୍ରା କଳାମନ୍ଦିର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାତ୍ରା କଳାମନ୍ଦିର। ଏବେ ଏବେ ଜନ୍ମ ହୋଇଛି। କିନ୍ତୁ ମଇଦାନକୁ ଆସିବା ପୂର୍ବରୁ ‘କରୋନା’ ଯୋଦ୍ଧା ସାଜିଲାଣି। ମଞ୍ଚରେ ନାଟକ ଆରମ୍ଭ କରିବା ପୂର୍ବରୁ ଯୋଦ୍ଧାଟିଏ ପରି ‘କରୋନା’ ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରିଛି ‘ଯାତ୍ରା କଳାମନ୍ଦିର’। ଅନୁଷ୍ଠାନର ପ୍ରଯୋଜକ ନିରଞ୍ଜନ ସାହୁ ଓ ପୋଖତ ନାଟୁଆ ବ୍ରଜ ବିହାରୀ ନାୟକ ଓରଫ କୁନା ବାବୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଏହି ଚେକ୍‌ […]

jatra-kalamandir

Manoranjan Sial
  • Published: Wednesday, 01 April 2020
  • , Updated: 01 April 2020, 04:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାତ୍ରା କଳାମନ୍ଦିର। ଏବେ ଏବେ ଜନ୍ମ ହୋଇଛି। କିନ୍ତୁ ମଇଦାନକୁ ଆସିବା ପୂର୍ବରୁ ‘କରୋନା’ ଯୋଦ୍ଧା ସାଜିଲାଣି। ମଞ୍ଚରେ ନାଟକ ଆରମ୍ଭ କରିବା ପୂର୍ବରୁ ଯୋଦ୍ଧାଟିଏ ପରି ‘କରୋନା’ ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରିଛି ‘ଯାତ୍ରା କଳାମନ୍ଦିର’। ଅନୁଷ୍ଠାନର ପ୍ରଯୋଜକ ନିରଞ୍ଜନ ସାହୁ ଓ ପୋଖତ ନାଟୁଆ ବ୍ରଜ ବିହାରୀ ନାୟକ ଓରଫ କୁନା ବାବୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଏହି ଚେକ୍‌ ପ୍ରଦାନ କରିଛନ୍ତି।

୨୦୨୦-୨୧ ମସିହାରେ ପ୍ରକାଶ ପାଇବ ‘ଯାତ୍ରା କଳାମନ୍ଦିର’। ଏଥିପାଇଁ ପ୍ରାୟତଃ କଳାକାର ଚୟନ ସରିଛି। ଏଥିରେ ଯଲିଉଡର ପ୍ରତିଷ୍ଠିତ କଳାକାରମାନେ ଯୋଗଦେଇଛନ୍ତି। ତେବେ ପ୍ରମୁଖ ଭୂମିକା ନେଇଛନ୍ତି ପୁଖତ କଳାକାର କୁନାବାବୁ। ଏଥିପାଇଁ ପ୍ରାୟତଃ ସବୁ ପ୍ରସ୍ତୁତି ସରିଛି। ସିଜିନ୍‌ ଆରମ୍ଭରୁ ଏହି ଅନୁଷ୍ଠାନ ତା’ର ଯାତ୍ରା ସିଜିନ୍‌ ଆରମ୍ଭ କରିବ।

ସୂଚନାରୁ ପ୍ରକାଶ, ‘କରୋନା’ର ମାୟାଜାଲରେ ସମଗ୍ର ବିଶ୍ୱ ପଡ଼ିଛି। ଦିନକୁ ଦିନ ଭାରତରେ ‘କରୋନା’ କାୟା ବିସ୍ତାର କରୁଥିବା ଦେଖି ସରକାର ତତ୍ପର ହୋଇଛି। ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଯେଉଁଥିରୁ ବର୍ତ୍ତିପାରିନି ଯଲିଉଡ୍‌ ଇଣ୍ଡଷ୍ଟ୍ରୀ। ଯାତ୍ରା ଅଧାରୁ ମଞ୍ଚକୁ ଅନ୍ଧାର କରି କଳାକାରମାନେ ଫେରିଲେ ଘରକୁ। କଳାକାରମାନେ କେବେ ମଞ୍ଚକୁ ଫେରିବେ, ତାହା କହିବା ଜଣାନାହିଁ। ସମସ୍ତେ ଏବେ ଘରେ ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରୁଛନ୍ତି। ‘କରୋନା’ରେ ବେଶୀ ପ୍ରଭାବିତ ହୋଇଛି ଯଲିଉଡ୍‌ ଇଣ୍ଡଷ୍ଟ୍ରୀ।

Related story