୫୦% ଦର୍ଶକଙ୍କୁ ନେଇ ଚାଲି ପାରିବ ଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ମାସ ପାଇଁ ଆଜି ଆସିଛି ଗାଇଡ୍‌ଲାଇନ୍‌। ଏଥିରେ ଯାତ୍ରା ପାଇଁ ଆସିଛି ଖୁସି ଖବର। ରାଜ୍ୟ ସରକାର ମଞ୍ଚ ଖୋଲିବାକୁ ଅନୁମତି ଦେଇଛନ୍ତି। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା ଚାଲି ପାରିବ। ଏଥିପାଇଁ କରୋନା ଗାଇଡ୍‌ଲାଇନ୍‌ ପାଳନ କରିବା ବାଧ୍ୟତା ମୂଳକ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ରାଜ୍ୟରେ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ, ତାହାହେଲେ ଯାତ୍ରା […]

jatra

Manoranjan Sial
  • Published: Saturday, 31 July 2021
  • , Updated: 31 July 2021, 10:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ମାସ ପାଇଁ ଆଜି ଆସିଛି ଗାଇଡ୍‌ଲାଇନ୍‌। ଏଥିରେ ଯାତ୍ରା ପାଇଁ ଆସିଛି ଖୁସି ଖବର। ରାଜ୍ୟ ସରକାର ମଞ୍ଚ ଖୋଲିବାକୁ ଅନୁମତି ଦେଇଛନ୍ତି। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା ଚାଲି ପାରିବ। ଏଥିପାଇଁ କରୋନା ଗାଇଡ୍‌ଲାଇନ୍‌ ପାଳନ କରିବା ବାଧ୍ୟତା ମୂଳକ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ରାଜ୍ୟରେ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ, ତାହାହେଲେ ଯାତ୍ରା ହେବ କେମିତି।

ମହାମାରୀ କରୋନା ପାଇଁ ବନ୍ଦ ରହିଥିଲା ରଙ୍ଗମଞ୍ଚ। ବହୁ ବାଦବିବାଦ ପରେ ଏପ୍ରିଲ୍‌ ମାସ ଗାଇଡ୍‌ଲାଇନ୍‌ରେ ୧୦୦୦ ଦର୍ଶକଙ୍କୁ ନେଇ ମଞ୍ଚ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଏହା ପରେ ବିଭିନ୍ନ ସ୍ଥାନରେ ମଧ୍ୟ ଯାତ୍ରା ପରିବେଷଣ ହୋଇଥିଲା। ଯାତ୍ରା ଚାଲିଥିବା ବେଳେ କରୋନାର ଦ୍ୱିତୀୟ ଲହର ଓଡ଼ିଶାରେ ମାଡ଼ିଥିଲା। ଯାହାକୁ ଦେଖି ରାଜ୍ୟ ସରକାର ପୁଣି ଥରେ ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ତାହା ପରଠାରୁ ରାଜ୍ୟରେ ଯାତ୍ରା ବନ୍ଦ ରହିଛି।

ମଞ୍ଚ ବନ୍ଦ ରହିଥିବାରୁ କଳାକାରଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ନାନା ଅସୁବିଧା ଦେଇ କଳାକାରମାନେ ଗତି କରୁଛନ୍ତି। ପରିବାର ଭରଣ ପୋଷଣ ପାଇଁ କିଏ ରାସ୍ତା କଡ଼ରେ ପାନ ବିକିଲାଣି ତ ଆଉ କିଏ ନିଶା ବେପାରରେ ମାତିଲାଣି। ଆଉ କିଏ ଚିକେନ୍‌ ସେଣ୍ଟର ଖୋଲି ଚଳୁଛନ୍ତି। କହିବାକୁ ଗଲେ ଯାତ୍ରା କଳାକାରଙ୍କ ଜୀବନ ଓ ଜୀବିକା ଏକ ପ୍ରକାର ପଥଭ୍ରଷ୍ଟ ହୋଇଯାଇଛି। ଏପରି ସ୍ଥିତିରେ ମଞ୍ଚ ଖୋଲିବାକୁ କଳାକାରମାନେ ନେହୁରା ହେଉଥିଲେ।

ଅଗଷ୍ଟ ମାସରେ ମଞ୍ଚ ଖୋଲିବାକୁ ଅନୁମତି ମିଳିଥିଲେ ସୁଦ୍ଧା ଯାତ୍ରା ହେଲା ପରି ଲାଗୁନାହିଁ। କାରଣ ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ବର୍ତ୍ତମାନ କଳାକାରମାନେ ରିହେଲ୍‌ସେଲ୍‌ରେ ମାତିଛନ୍ତି। କହିବାକୁ ଗଲେ ଯାତ୍ରା ଆରମ୍ଭ ହେବାକୁ ଆହୁରି ମାସେ ସମୟ ଲାଗିବ। ସେତେବେଳକୁ ନୂଆ ଗାଇଡ୍‌ଲାଇନ୍‌ ଆସିଯାଇଥିବ। ଅନ୍ୟପକ୍ଷରେ ଏବେ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଛି। ତାହାହେଲେ ଯାତ୍ରା ହେବ କେମିତି?

Related story