ଝିଲିକ୍‌ କଲେ ପ୍ରିୟା ପ୍ରକାଶଙ୍କ କପି: ଦେଖନ୍ତୁ ତାଙ୍କ ‘ବୁଲେଟ୍‌ କିସ୍‌’ର ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଦିନ ହେବ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି ପ୍ରିୟା ପ୍ରକାଶଙ୍କର ଭିଡିଓ। ଯାହାକୁ ଦେଖି ଏବେ ପୁଅମାନେ ତାଙ୍କ ପ୍ରେମରେ ପଡ଼ିଗଲେଣି! ଚାରିଆଡେ ଏବେ ଖାଲି ତାଙ୍କର ସେଇ ଭିନ୍ନ ଅନ୍ଦାଜର ଆଖିମରା ଓ ବୁଲେଟ୍‌ କିସ୍‌ର ଆଲୋଚନା। ତାଙ୍କର କିସ୍‌ ଷ୍ଟାଇଲ୍‌କୁ ଅନ୍ୟମାନେ କପି କରିବା ଆରମ୍ଭ କଲେଣି। ଏଇ ଯେମିତି ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌। ପ୍ରିୟା ପ୍ରକାଶଙ୍କର ସେଇ ବନ୍ଧୁକରୁ ଗୁଳି ଛାଡ଼ିବା ଭଳି କିସ୍‌ ମାରିବା ଷ୍ଟାଇଲ୍‌କୁ କପି କରି ସେ ମଧ୍ୟ ଏକ ଭିଡିଓ ଛାଡିଛନ୍ତି। ଏବେ ଏହା ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଝିଲିକ୍‌ଙ୍କ ସହ ଅଛନ୍ତି ଅଭିନେତା ଜ୍ୟୋତି। ସେ ବି କଛି କମ୍‌ ନୁହଁନ୍ତି। ପ୍ରିୟା ପ୍ରକାଶଙ୍କର ସେହି କିସ୍‌ ସମୟରେ ତାଙ୍କ ସହ ଥିବା ପୁଅଟି ଯେମିତି ଆକ୍ସନ କରୁଥିଲେ ଜ୍ୟୋତି  ମଧ୍ୟ ସେମିତି କିଛି କରିଛନ୍ତି।  ଭିଡିଓଟି ଦେଖି ଆପଣଙ୍କର ପୁଣି ଥରେ ପ୍ରିୟା ପ୍ରକାଶ ମନେ ପଡ଼ିଯିବେ। ଭିଡିଓଟି ଦେଖନ୍ତୁ: