ଜୋକର୍ ଚରିତ୍ର ପାଇଁ ୨୩ କିଲୋ ଓଜନ ହ୍ରାସ କଲେ

ଲସ୍‌ ଏଞ୍ଜେଲସ୍‌: ହଲିଉଡ୍‌ ଅଭିନେତା ୱାକିନ୍ ଫିନିକ୍ସ (Joaquin Phoenix) ତାଙ୍କ ଅପ୍‌କମିଂ ଫିଲ୍ମ ‘ଜୋକର୍‌’କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମର ଫାଇନାଲ୍‌ ଟ୍ରେଲର୍‌ ରିଲିଜ୍‌ ହୋଇସାରିଛି। ଏଥିରେ ଜଣେ ଜୋକର୍‌ଙ୍କ ସଂଘର୍ଷ କାହାଣୀକୁ ଦେଖାଯାଇଛି, ଯିଏ ସମୟର ଚାପରେ ପଡ଼ି ଭିଲେନ୍‌ ବା ଖଳନାୟକ ହେବାକୁ ବାଧ୍ୟ ହୋଇଛନ୍ତି।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଟୋଡ୍‌ ଫିଲିପ୍ସ। ଫିଲ୍ମରେ ୱାକିନ୍ ଫିନିକ୍ସଙ୍କ ସହିତ ରବର୍ଟ ଡି ନିରୋ, ଜୈଜୀ ବିଟ୍‌ଜ, ବ୍ରେଟ୍‌ କୁଲେନ୍‌, ଡଗଲ୍‌ସ ହାଁଜ୍‌ ଓ ଡାଣ୍ଟେ ଓଲସନ୍‌ ପରି ହଲିଉଡ୍‌ ଅଭିନେତା ଅଭିନୟ କରିଛନ୍ତି। ଫିଲ୍ମଟି ଅକ୍ଟୋବର ୪ ତାରିଖରେ ରିଲିଜ୍‌ ହେବ।

hollywoodଏହି ଫିଲ୍ମର ଶୁଟିଂ ପୂର୍ବରୁ ‘ଜୋକର୍‌’ ଚରିତ୍ରରେ ଅଭିନୟ କରିବା ପାଇଁ ୱାକିନ୍‌ଙ୍କୁ ୨୩ କିଲୋ ଓଜନ ହ୍ରାସ କରିବାକୁ ପଡ଼ିଥିଲା। ତେବେ ଏହି ଚରିତ୍ର ପାଇଁ ସେ କାହିଁକି ଓଜନ କମାଇଲେ, ତାହା ସେ ନିଜେ ବି ଜାଣି ନାହାନ୍ତି। ଏହି ଚରିତ୍ରରେ ଏତେ ଜଟିଳତା ରହିଛି ଯେ, ଏଯାବତ୍ ସେ ନିଜେ କିଛି କିଛି କଥା ବୁଝି ପାରି ନାହାନ୍ତି ବୋଲି ୱାକିନ୍ କହିଛନ୍ତି। ତେବେ ଏନେଇ ତାଙ୍କୁ ଅଭିନୟ କଲା ବେଳେ କିଛି ଅସୁବିଧା ହୋଇନି ବୋଲି ସେ ସ୍ପଷ୍ଟ କରିଛନ୍ତି। ତା’ସହିତ ତାଙ୍କ ଚରିତ୍ରକୁ ସେ ନିଜ ଦକ୍ଷତା ଅନୁସାରେ ଶତପ୍ରତିଶତ ନ୍ୟାୟ ଦେବାକୁ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି।

‘ଜୋକର୍‌’ ପ୍ରିମିୟର୍‌ ସର୍ବପ୍ରଥମେ ‘ଭେନିସ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ହେବ। ଏହି ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ମିଳୁଛି। ଦର୍ଶକ ଫିଲ୍ମଟିକୁ ପସନ୍ଦ କରିବେ ବୋଲି ୱାକିନ୍ ଆଶା ରଖିଛନ୍ତି।