ମୁମ୍ବାଇ: ମୁଁ ଜୋରାବରଙ୍କ ସହ ମିଶ ଡ୍ରଗ୍ସ ନେଇଛି। ଯୁବରାଜ ମଧ୍ୟ ଡ୍ରଗ୍ସ ନେଇଛନ୍ତି। ସେ ନିଜେ ମୋତେ ଏ କଥା କହିଛନ୍ତି ବୋଲି ‘ବିଗ୍ବସ୍-୧୦’ରୁ ବାହାରକୁ ଆସିବା ପରେ ଆକାଂକ୍ଷା ଶର୍ମା କହିଛନ୍ତି।
ଆକାଂକ୍ଷା ‘ବିଗବସ୍-୧୦’ର ଘରେ ଥିବା ବେଳେ ଶାଶୁ ଶବନମ୍ ତାଙ୍କ ବିରୋଧରେ ଗଣମାଧ୍ୟମରେ ବୟାନ ଦେଇଥିଲେ। ‘ବିଗବସ୍’ ଘରେ ନିଜ ପରିବାର ବିଷୟରେ ଆକାଂକ୍ଷା କିଛି କହି ନ ଥିଲେ ମଧ୍ୟ ବାହାରକୁ ଆସିବା ପରେ ନିଜ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,“ଘରେ କେବଳ ଗୋଟିଏ ପିଲାକୁ ଅଧିକ ଗୁରୁତ୍ୱ ଦିଆଯାଇ ଆସିଛି। ପିଲାଦିନରୁ ଜୋରାବର ଏକୁଟିଆ ହୋଇଯାଇଥିଲେ। ଜୋରାବରଙ୍କର ନିଜର ବୋଲି କିଛି ଭାବନା ନାହିଁ। ସେ ତାଙ୍କ ମାଆଙ୍କ ହାତର କାଠ କଣ୍ଢେଇ। ଘରେ ୪ ଜଣ ରୋଷେୟା ଥିଲେ ମଧ୍ୟ ଶବନମ୍ ଚାହୁଁଥିଲେ ମୁଁ ରୋଷେଇ କରେ।”
ଆତ୍ମହତ୍ୟା ଧମକ ଦେଇ ଶାଶୁଘର ଲୋକଙ୍କୁ ଟଙ୍କା ମାଗିବା ପ୍ରଶ୍ନର ଉତ୍ତର ଦେଇ ଆକାଂକ୍ଷା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ,“ମୁଁ ଜଣେ ଫାଇଟ୍ର, ମୁଁ ଏମିତି ଧମକ କାହିଁକି ଦେବି। ବିବାହ ପରେ ମଧ୍ୟ ମୋ ବାପଘର ଲୋକଙ୍କଠାରୁ ମୁଁ ଟଙ୍କା ନେଉଥିଲି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।