ଜାଣିଛନ୍ତି ରିୟଲିଟି ଶୋ’ରେ ଜଜ୍‌ଙ୍କ ଫି’ କେତେ

ଆଜିକାଲି ଟିଭି ପରଦାରେ ରିୟଲିଟି ଶୋ’ର ଚାହିଦା ବହୁତ। ଏଥିରେ ପ୍ରତିଯୋଗୀ ଯେତେ ଚର୍ଚ୍ଚାରେ ରହୁ ନାହାଁନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଜଜ୍‌ମାନେ। ଆପଣ ବି ଏପରି ରିୟଲିଟି ଶୋ’ ଦେଖୁଥିବେ। ଜାଣିଛନ୍ତି ଏହାକୁ ଜଜ୍‌ କରୁଥିବା ଏହି ସେଲିବ୍ରେଟିମାନେ କେତେ ଟଙ୍କା ନେଇଥାନ୍ତି। ଆସନ୍ତୁ ଜାଣିବା ଏମିତି କିଛି ସେଲିବ୍ରେଟିଙ୍କ ଫି’ ବାବଦରେ।

karanକରଣ ଜୋହର: କରଣ ଜୋହରଙ୍କୁ ଅନେକ ଟିଭି ଶୋ’ରେ ଦେଖିବାକୁ ମିଳିଥାଏ। ଗୋଟେ ସିଜିନ ପାଇଁ ସେ ୧୦ କୋଟି ଟଙ୍କା ନେଇଥାନ୍ତି।

Remo-1ରେମୋ ଡିସୁଜା: ରେମୋ ଡିସୁଜା ଜଣେ ପ୍ରସିଦ୍ଧ ଡ୍ୟାନ୍ସର ଓ କୋରିଓଗ୍ରାଫର। ଡିସୁଜାଙ୍କୁ ଏକାଧିକ ଡ୍ୟାନ୍ସ ଶୋ’ରେ ଜର୍ଜ ଭାବେ ଦେଖିବାକୁ ମିଳିଥାଏ। ‘ଡ୍ୟାନ୍ସ ପ୍ଲସ’ର ସିଜିନ-୩ରେ ଏବେ ତାଙ୍କୁ ଜଜ୍‌ଙ୍କ ସିଟ୍‌ରେ ଦେଖିବାକୁ ମିଳୁଛି। ବହୁତ ଲୋକପ୍ରିୟତା ହାସଲ କରୁଛି,ଏହି ଶୋରେ ବିଚାରପତି ରେମୋ ଥିଲେ ,ସେ ପ୍ରତି ଏପିସୋଡ ପାଇଁ ଅଢେଇ କୋଟି ଟଙ୍କା ନେଉଛନ୍ତି।

ଶାହିଦ କପୁର: ଶାହିଦ ଟିଭି ଶୋ’ରେ ଖୁବ କମ ଦେଖିବାକୁ ମିଳିନ୍ତି। ତଥାପି ଫିସ୍ ନେବାରେ ସେ ଖୁବ ଆଗରେ। ପ୍ରତି ଏପିସୋଡକୁ ସେ ୨.୭୫ କୋଟି ଟଙ୍କା ନେଉଛନ୍ତି।

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ: ନିକଟରେ ସରିଥିବା ‘ନଚବଲିଏ’ର ଜଜ୍‌ ସିଟ୍‌ରେ ଅଛନ୍ତି ଜାକଲିନ। ସେ ପ୍ରତି ଏପିସୋଡ ପାଇଁ ୧.୨୫ କୋଟି ଟଙ୍କା ନେଇଛନ୍ତି।

ସୋହେଲ ଖାନ: ସୋହେଲଙ୍କୁ ମଧ୍ୟ ରିୟଲିଟି ଶୋ’ରେ କମ ଦେଖିବାକୁ ମିଳିଥାଏ। ସେ ଗୋଟି ସିଜନ ପାଇଁ ୩ କୋଟି ଯଙ୍କା ନେଇଥାନ୍ତି।