ରିଲିଜ୍‌ର ଦିନକ ପୂର୍ବରୁ ‘କବାଲୀ’ ଫିଲ୍ମରେ ରଜନୀକାନ୍ତଙ୍କ ଇଣ୍ଟ୍ରୋଡକ୍ସନ ସିନ୍‌ ଲିକ୍

ମୁମ୍ବାଇ: ‘କବାଲୀ’ ଫିଲ୍ମ ରିଲିଜ୍‌ ହେବାର କେବଳ ଗୋଟିଏ ଦିନ ବାକି ଅଛି। କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଏହି ଫିଲ୍ମ ଅନ୍‌ଲାଇନରେ ଲିକ୍‌ ହୋଇଯାଇଛି। କିନ୍ତୁ ସେତେବେଳେ ଫିଲ୍ମ ନିର୍ମାତା ଏହି କଥାକୁ ଅସ୍ୱୀକାର କାରିଥିଲେ। କିନ୍ତୁ ଏବେ ଖବର ଆସୁଛି ଯେ ଏହି ଫିଲ୍ମରେ ରଜନୀକାନ୍ତଙ୍କ ଇଣ୍ଟ୍ରୋଡକ୍ସନ୍‌ ସିନ୍‌ ସୋସିଆଲ ମିଡିଆରେ ଲିକ୍‌ ହୋଇଯାଇଛି। ‘କବାଲୀ’ ର ଏକ ସ୍ୱତନ୍ତ୍ର ପ୍ରିମିୟର ବୁଧବାର ଦିନ ଆମେରିକାରେ ହୋଇଥିଲା। ସେଠାରେ କିଏ ଜଣେ […]

kabali-mos_032616012548

Rakesh Mallick
  • Published: Thursday, 21 July 2016
  • , Updated: 21 July 2016, 08:32 PM IST

ମୁମ୍ବାଇ: ‘କବାଲୀ’ ଫିଲ୍ମ ରିଲିଜ୍‌ ହେବାର କେବଳ ଗୋଟିଏ ଦିନ ବାକି ଅଛି। କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଏହି ଫିଲ୍ମ ଅନ୍‌ଲାଇନରେ ଲିକ୍‌ ହୋଇଯାଇଛି। କିନ୍ତୁ ସେତେବେଳେ ଫିଲ୍ମ ନିର୍ମାତା ଏହି କଥାକୁ ଅସ୍ୱୀକାର କାରିଥିଲେ। କିନ୍ତୁ ଏବେ ଖବର ଆସୁଛି ଯେ ଏହି ଫିଲ୍ମରେ ରଜନୀକାନ୍ତଙ୍କ ଇଣ୍ଟ୍ରୋଡକ୍ସନ୍‌ ସିନ୍‌ ସୋସିଆଲ ମିଡିଆରେ ଲିକ୍‌ ହୋଇଯାଇଛି।

‘କବାଲୀ’ ର ଏକ ସ୍ୱତନ୍ତ୍ର ପ୍ରିମିୟର ବୁଧବାର ଦିନ ଆମେରିକାରେ ହୋଇଥିଲା। ସେଠାରେ କିଏ ଜଣେ ୧.୫ ମିନିଟର ଭିଡିଓ ଶୁଟ୍‌ କରି ତାକୁ ହ୍ୱାଟସପରେ ଛାଡିଦେଇଛି। ଏହି ପ୍ରିମିୟରରେ ରଜନୀକାନ୍ତ ମଧ୍ୟ ସିନେମା ହଲରେ ଉପସ୍ଥିତ ଥିଲେ। ସେହି ଭିଡିଓରେ ରଜନୀକାନ୍ତ “ମାଇଁ ଫାଦର ବାଲିହା” ବହି ପଢୁଥିବାର ଦେଖାଯାଉଛନ୍ତି। ଆରମ୍ଭ ସିନ୍‌ରେ ଜେଲ ଦେଖାଯାଇଛି। ଏହି ଷ୍ଟାଟସ୍‌ରେ ରଜନୀ ଜେଲରୁ ଖଲାସ ହେଉଥିବା ଦେଖାଯାଉଛନ୍ତି। ଖଲାସ ହେବା ପୂର୍ବରୁ ସେ ଜେଲରୁ ତାଙ୍କର ସମସ୍ତ ଜିନିଷ ନେଉଛନ୍ତି ଏବଂ ପତ୍ନୀ ରାଧିକା ଆପ୍ଟେଙ୍କ ଫଟୋ ଉପରେ ଅଙ୍ଗୁଠି ଚଳାଉଛନ୍ତି। ଏହି ଭିଡିଓ ଜଣେ ଓକିଲଙ୍କ ଡାଇଲଗ୍‌ ସହିତ ଶେଷ ହୋଇଛି, “ଇଏ ଭାଗ୍ୟଶାଳୀ ଅଟନ୍ତି ଯିଏ ମରିବା ପୂର୍ବରୁ ଜେଲରୁ ବାହାରି ଆସିଛନ୍ତି। ନିକଟରେ ୪୦ ଜଣଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଯେଉଁଥିରେ ୩୦ ଜଣ ତାମିଲିୟନ ଥିଲେ। ଏଠାରେ ତାମିଲିୟନ ମାନଙ୍କୁ ଖଳନାୟକ ବୋଲି ମନେ କରାଯାଏ”।

Related story