ରିଲିଜ୍‌ ହେଲା 'କଲଙ୍କ'ର ଟ୍ରେଲର୍: ମିଳୁଛି ନେଗେଟିଭ୍ କମେଣ୍ଟ

ମୁମ୍ବାଇ: ମଲ୍ଟିଷ୍ଟାରର୍‌ ଫିଲ୍ମ ‘କଲଙ୍କ’ର ଟ୍ରେଲର୍‌ ରିଲଜ୍‌ ହୋଇଯାଇଛି। ପୂର୍ବରୁ ଫିଲ୍ମର ଟିଜର୍‌କୁ ଦମଦାର ରେସ୍‌ପନ୍ସ ମିଳିଥିଲା ହେଲେ ଟ୍ରେଲର୍‌କୁ ଏଭଳି ରେସ୍‌ପନ୍ସ ମିଳିନାହିଁ। ଫିଲ୍ମର ଟ୍ରେଲର୍‌ କରଣ ଜୋହର୍ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ହେଲେ ଅନେକ ଦିନରୁ ଟ୍ରେଲର୍‌କୁ ଆପେକ୍ଷା କରିଥିବା ଦର୍ଶକଙ୍କଠୁ ମିଳୁଛି ନେଗେଟିଭ କମେଣ୍ଟ। ଦର୍ଶକ ଏହାକୁ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମର କପି ବୋଲି କହିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ହା ହା ହା… କ’ଣ ସାର୍‌ କିଛି […]

kalank

Chinmayee Roy
  • Published: Thursday, 04 April 2019
  • , Updated: 04 April 2019, 09:49 AM IST

ମୁମ୍ବାଇ: ମଲ୍ଟିଷ୍ଟାରର୍‌ ଫିଲ୍ମ ‘କଲଙ୍କ’ର ଟ୍ରେଲର୍‌ ରିଲଜ୍‌ ହୋଇଯାଇଛି। ପୂର୍ବରୁ ଫିଲ୍ମର ଟିଜର୍‌କୁ ଦମଦାର ରେସ୍‌ପନ୍ସ ମିଳିଥିଲା ହେଲେ ଟ୍ରେଲର୍‌କୁ ଏଭଳି ରେସ୍‌ପନ୍ସ ମିଳିନାହିଁ। ଫିଲ୍ମର ଟ୍ରେଲର୍‌ କରଣ ଜୋହର୍ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ହେଲେ ଅନେକ ଦିନରୁ ଟ୍ରେଲର୍‌କୁ ଆପେକ୍ଷା କରିଥିବା ଦର୍ଶକଙ୍କଠୁ ମିଳୁଛି ନେଗେଟିଭ କମେଣ୍ଟ। ଦର୍ଶକ ଏହାକୁ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମର କପି ବୋଲି କହିଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ‘ହା ହା ହା... କ’ଣ ସାର୍‌ କିଛି ତ ନୂଆ କରିଥାନ୍ତେ। ପିକ୍ଚରାଇଜେଶନ୍, ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍, ସ୍କ୍ରିନ୍‌ ପ୍ଲେ,କ୍ଲାଇମ୍ୟାକ୍ସ ସହୁକିଛି କପି ହୋଇଛି। ଏହି ଫିଲ୍ମ ଆପଣଙ୍କର କମ୍‌ ସଞ୍ଜୟ  ଲୀଲା ଭଂଶାଲୀ ଓ ଆଦିତ୍ୟ ଚୋପ୍ରାଙ୍କର ଅଧିକ ଲାଗୁଛି। ପୁରା ଫିଲ୍ମ ଭଂଶାଲୀଙ୍କର ଲାଗୁଥିବାବେଳେ କ୍ଲାଇମ୍ୟାକ୍ସ ଆଦିତ୍ୟ ଚୋପ୍ରାଙ୍କର ଲାଗୁଛି।’

https://twitter.com/karanjohar/status/1113380892976787457

https://twitter.com/SUSANTKUMARSAM3/status/1113382969719132160

ଫିଲ୍ମରେ ବିଶାଳକାୟ ସେଟ୍‌ ଓ ଆର୍ଟର ବ୍ୟବହାର ହୋଇଛି। ସାଧରଣତଃ ଏଭଳି ସେଟ୍‌ ସଞ୍ଜୟ ଲୀଲା ଭଂଶାଲୀ ନିଜ ଫିଲ୍ମରେ ବ୍ୟବହାର କରନ୍ତି। ତେଣୁ ସମସ୍ତେ ଏହାକୁ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମର କପି ବୋଲି କହୁଛନ୍ତି।

https://twitter.com/rarjun94/status/1113386947022426113

ଜଣାଇଦେବାକୁ ଚାହୁଁ ଯେ ଏହି ଫିଲ୍ମଟି ହେଉଛି କରଣ ଓ ତାଙ୍କ ପିତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ, ଯାହାକୁ ସେ ତିଆରି କରିପାରି ନଥିଲେ। ଏବେ ତାଙ୍କର ଏହି ସ୍ୱପ୍ନକୁ ତାଙ୍କ ପୁଅ କରଣ ଜୋହର୍‌ ପୂରା କରିବାକୁ ଯାଉଛନ୍ତି। ଧର୍ମା ପ୍ରଡକ୍ସନ  ବ୍ୟାନରରେ  ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଅଭିଷେକ ବର୍ମନ ଦେଇଥିବା ବେଳେ ପ୍ରୟୋଜନା ଦାୟିତ୍ୱରେ ଅଛନ୍ତି କରନ୍‌ ଜୋହର, ସାଜିଦ ନାଡ଼ିୟାବାଲା, ହୀରୋ ଜୋହର ଓ ଅପୂର୍ବ ମେହେତା।

ବରୁଣ ଧୱନ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାସହ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର, ସୋନାକ୍ଷି ସିହ୍ନା ଓ ମାଧୁରୀ ଦିକ୍ଷୀତ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମଟି ଆସନ୍ତା ଏପ୍ରିଲ୧୭ରେ ପରଦାକୁ ଆସିବ। ଏହି ଫିଲ୍ମ ଜରିଆରେ ଦୀର୍ଘ ୨୨ ବର୍ଷ ପରେ ସଞ୍ଜୟ ଦତ୍ତ ଓ ମାଧୁରୀ ସ୍କ୍ରିନ୍‌ ଶେଆର କରିଛନ୍ତି। ଦୁହିଁଙ୍କୁ ଶେଷ ଥର ଫିଲ୍ମ ‘ମହାନତା’ ରେ ଦେଖିବାକୁ ମିଳିଥିଲା।

https://youtu.be/p4Z_ueeT_XQ

Related story