‘ସୀମରନ୍‌’ରେ କଙ୍ଗନାଙ୍କ ନାୟକ ହେବେ ରାଜକୁମାର ରାଓ

ମୁମ୍ବାଇ:  ହଂସଲ ମେହେତାଙ୍କ ଅପ୍‌କମିଂ ଫିଲ୍ମ ‘ସୀମରନ୍‌’ରେ ‘ତନୁ ୱେଡ୍ସ ମନୁ ରିଟର୍ଣ୍ଣ’ ଷ୍ଟାର କଙ୍ଗନା ରନାୱତଙ୍କ ବିପକ୍ଷରେ ନାୟକ ସାଜିବେ ‘ସିଟିଲାଇଟ୍ସ’ ଷ୍ଟାର ରାଜକୁମାର ରାଓ। ଏନେଇ ନିଜେ ସୂଚନା ଦେଇଛନ୍ତି ‘କ୍ୱିନ୍‌’ଷ୍ଟାର କଙ୍ଗନା। ସେ କହିଛନ୍ତି,“ହଂସଲ ମେହେତା ସାର୍ ଏପରି କିଛି କରୁଛନ୍ତି। ଦେଖାଯାଉ କ’ଣ ହେଉଛି। ଏ ବିଷୟରେ ମୁଁ କିଛି କହିବା ଉଚିତ ହେବ ନାହିଁ।” ରାଜକୁମାର କହିଛନ୍ତି,“ଏହି ଫିଲ୍ମ ଏବେ ସ୍କ୍ରିପ୍ଟିଂ କାର୍ଯ୍ୟ ଜାରି ରହିଛି। ଏନେଇ କୌଣସି ମନ୍ତବ୍ୟ […]

raj-kumar

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 07:03 PM IST

ମୁମ୍ବାଇ:  ହଂସଲ ମେହେତାଙ୍କ ଅପ୍‌କମିଂ ଫିଲ୍ମ ‘ସୀମରନ୍‌’ରେ ‘ତନୁ ୱେଡ୍ସ ମନୁ ରିଟର୍ଣ୍ଣ’ ଷ୍ଟାର କଙ୍ଗନା ରନାୱତଙ୍କ ବିପକ୍ଷରେ ନାୟକ ସାଜିବେ ‘ସିଟିଲାଇଟ୍ସ’ ଷ୍ଟାର ରାଜକୁମାର ରାଓ।

ଏନେଇ ନିଜେ ସୂଚନା ଦେଇଛନ୍ତି ‘କ୍ୱିନ୍‌’ଷ୍ଟାର କଙ୍ଗନା। ସେ କହିଛନ୍ତି,“ହଂସଲ ମେହେତା ସାର୍ ଏପରି କିଛି କରୁଛନ୍ତି। ଦେଖାଯାଉ କ’ଣ ହେଉଛି। ଏ ବିଷୟରେ ମୁଁ କିଛି କହିବା ଉଚିତ ହେବ ନାହିଁ।”

ରାଜକୁମାର କହିଛନ୍ତି,“ଏହି ଫିଲ୍ମ ଏବେ ସ୍କ୍ରିପ୍ଟିଂ କାର୍ଯ୍ୟ ଜାରି ରହିଛି। ଏନେଇ କୌଣସି ମନ୍ତବ୍ୟ ଦେବା ଅନୁଚିତ ହେବ।”

ମେହେତ ଓ ରାଜକୁମାର ଦୁହେଁ ‘ସାହିଦ’,‘ସିଟିଲାଇଟ୍ସ’ ଓ ‘ଅଲିଗଡ’ପରି ଫିଲ୍ମରେ ଏକାଠି କାର୍ଯ୍ୟ କରିସାରିଛନ୍ତି।

Related story