ବାପାଙ୍କ ଆଗରେ ଚୁମ୍ବନ ଦେବାକୁ ଖରାପ ଲାଗୁଥିଲା!

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଏବେ ବଲିଉଡ୍‌ରେ ଡେବ୍ୟୁ କରିବା ପାଇଁ ଏକଦମ୍‌ ପ୍ରସ୍ତୁତ। ଖୁବ୍‌ ଶୀଘ୍ର କରଣ ଦେଓଲଙ୍କ ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ କରଣଙ୍କ ସହ ଲିଡ୍‌ ହିରୋଇନ୍‌ ସହର ବାମ୍ବା ମଧ୍ୟ ଡେବ୍ୟୁ କରୁଛନ୍ତି। ନିକଟରେ ଫିଲ୍ମର ଟାଇଟଲ୍ ଟ୍ରାକ୍‌ ମଧ୍ୟ ରିଲିଜ୍‌ କରାଯାଇଛି। ‌ଏହି ଗୀତର ଶେଷରେ କରଣ ଓ ସହରଙ୍କ ଭିତରେ ଏକ ଚୁମ୍ବନ ଦୃଶ୍ୟ ରହିଛି।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସନ୍ନି ଦେଓଲ। କରଣ ନିଜ ଡେବ୍ୟୁ ଫିଲ୍ମରେ ପିତାଙ୍କ ସାମ୍ନାରେ ଚୁମ୍ବନ ଦୃଶ୍ୟ ଶୁଟିଂ କରିବାବେଳର ଅନୁଭୂତି କେମିତି ଥିଲା ତାହା ପରିପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ କରଣ କହିଛନ୍ତି ଯେ ଫିଲ୍ମର ଟାଇଟଲ୍ ଟ୍ରାକ୍‌ରେ ପିତାଙ୍କ ସାମ୍ନାରେ କିସିଂ ସିନ୍‌ କରିବା ସମୟରେ ବହୁତ ଖରାପ ଲାଗୁଥିଲା। କେମିତି ଏକ ଅଜବ ପ୍ରକାରର ଅନୁଭୂତ ହେଉଥିଲା। ପିତାଙ୍କ ଆଗରେ କିସ୍‌ କରିବା କୌଣସି ବି ପିଲାଙ୍କୁ ଭଲ ନଲାଗିବା ସ୍ବାଭାବିକ୍‌। ଏଥିସହ ସେ ଏହା ମଧ୍ୟ କହିଥିଲେ ଯେ ଏହି ସିନ୍‌ କରିବାକୁ ତାଙ୍କର କୌଣସି ଆପତ୍ତି ନଥିଲା। କାରଣ ଫିଲ୍ମର କାହାଣୀ ପାଇଁ ଏହି ସିନ୍‌ର ଆବଶ୍ୟକ ଥିଲା।

ଜଣାଇଦେବାକୁ ଚାହୁଁ ଯେ ଫିଲ୍ମର ଟାଇଟଲ୍‌ ଟ୍ରାକ୍‌ ବେଶ୍‌ ରୋମାଣ୍ଟିକ୍‌ ହୋଇଛି। ଏଥିରେ କରଣ ଓ ସହର୍‌ଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏହି ଗୀତକୁ ହିମାଚଳ ପ୍ରଦେଶରେ ସୁଟିଂ କରାଯାଇଛି। ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ ସେପ୍ଟେମ୍ବର ୨୦ରେ ପରଦା ଉପରକୁ ଆସିବ।