କରଣଙ୍କ ପ୍ରଶଂସାରେ ଶତମୁଖ ଆମୀର

ମୁମ୍ବାଇ: କରଣ ଜୋହରଙ୍କ ‘ଏ ଦିଲ୍ ହେ ମୁସକିଲ’ର ପ୍ରଶଂସା କରିବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ମିଷ୍ଟର ପରଫେକସନିଷ୍ଟ ଆମୀର ଖାନ୍। ଫିଲ୍ମର ହୀରୋ ରଣବୀର କାପୁରଙ୍କୁ ଶ୍ରେଷ୍ଠ ଅଭିନେତା କହିଥିବା ଅମୀର ଏବେ କରଣଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି,“ମୁଁ ଏହି ଫିଲ୍ମ ଦେଖିଛି। କରଣ ବହୁତ ଭଲ ଫିଲ୍ମ ନିର୍ମାଣ କରିଛନ୍ତି।”

ଏହି ଫିଲ୍ମରେ ଅନୁଷ୍ମା, ଐଶ୍ୱର୍ଯ୍ୟା ଏବଂ ରଣବୀର ବହୁତ ଭଲ ଅଭିନୟ କରିଛନ୍ତି। ଫିଲ୍ମଟି ମୋତେ ବହୁତ ବହୁତ ଭଲ ଲାଗିଲା ବୋଲି ସେ କହିଛନ୍ତି।

ଦୀପାବଳୀରେ ‘ଏ ଦିଲ୍‌ ହେ ମୁସ୍‌କିଲ’ ଓ ଅଜୟ ଦେବଗନ୍‌ଙ୍କ ‘ଶିବାୟ’ ଏକା ସାଙ୍ଗରେ ରିଲିଜ ହୋଇଥିଲା।