ସ୍ୱାମୀଙ୍କ ‘ଓଲେ ଓଲେ’ ଗୀତର ତାଳରେ ଝୁମିଲେ କରିନା

ମୁମ୍ୱାଇ:  ବଲିଉଡର  ଆଗଧାଡିର ଅଭିନେତ୍ରୀ କରିନା କପୁର ଖାନ ରିଆଲିଟି ଡ ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଜରିଆରେ ଛୋଟ ପରଦାରେ ଏଣ୍ଟ୍ରି କରିଛନ୍ତି। ଏହି ଶୋ’ରେ ସେ ଜଜ୍‌ ଭୂମିକାରେ ନଜର ଆସିଛନ୍ତି ।  ଏହି ଶୋ’ର ଏକ ଏପିସୋଡରେ କରିନା ପ୍ରତିଯୋଗୀଙ୍କ ସହ ଡ୍ୟାନ୍ସ କରି ଶୋ’ର ଗ୍ଲାମର ବଢାଇ ଦେଇଛନ୍ତି। ସେ ସ୍ୱାମୀ ସୈଫଙ୍କ  ଫିଲ୍ମ ‘ଦିଲଲଗି’ର ଆଇକନିକ ହିଟ୍‌ ଗୀତ ‘ଓଲେ-ଓଲେ’ ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଏହାବ୍ୟତୀତ ସେ ନିଜ […]

kareena-5..

Niharika Rout
  • Published: Saturday, 29 June 2019
  • , Updated: 29 June 2019, 01:38 PM IST

ମୁମ୍ୱାଇ:  ବଲିଉଡର  ଆଗଧାଡିର ଅଭିନେତ୍ରୀ କରିନା କପୁର ଖାନ ରିଆଲିଟି ଡ ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଜରିଆରେ ଛୋଟ ପରଦାରେ ଏଣ୍ଟ୍ରି କରିଛନ୍ତି। ଏହି ଶୋ’ରେ ସେ ଜଜ୍‌ ଭୂମିକାରେ ନଜର ଆସିଛନ୍ତି ।  ଏହି ଶୋ’ର ଏକ ଏପିସୋଡରେ କରିନା ପ୍ରତିଯୋଗୀଙ୍କ ସହ ଡ୍ୟାନ୍ସ କରି ଶୋ’ର ଗ୍ଲାମର ବଢାଇ ଦେଇଛନ୍ତି।

ସେ ସ୍ୱାମୀ ସୈଫଙ୍କ  ଫିଲ୍ମ ‘ଦିଲଲଗି’ର ଆଇକନିକ ହିଟ୍‌ ଗୀତ ‘ଓଲେ-ଓଲେ’ ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଏହାବ୍ୟତୀତ ସେ ନିଜ ଭଉଣୀ କରିସ୍ମାଙ୍କ ସୁପରହିଟ ଗୀତ ’ ମେଁ ତୋ ରାସ୍ତେ ପେ ଯା ରହିଥି’ରେ ମଧ୍ୟ ଖୁବ୍‌ ନାଚିଛନ୍ତି। ଷ୍ଟେଜ ଉପରେ କରିନାଙ୍କ ପରଫର୍ମାନ୍ସକୁ  ଉପସ୍ଥିତ ଜଜ୍‌ ଓ ପ୍ରତିଯୋଗୀ ଖୁବ୍‌ ଏନଜୟ କରିଥିଲେ। ନିଜ ସ୍ୱାମୀଙ୍କ ଗୀତରେ ଷ୍ଟେପ ପକାଇ କରିନା ବହୁତ ଖୁସି ଥିଲେ।

‘ଦିଲଲଗି’ ଫିଲ୍ମ ରିଲିଜ ହେବା ସମୟରେ ସେ ସ୍କୁଲରେ ପଢୁଥିବା କଥା କହିଥିଲେ। ସୈଫଙ୍କ ତୁଳନାରେ ଏହି ଗୀତର ତାଳରେ ସେ ଭଲ ଡ୍ୟାନ୍ସ କରିଥିବା କହି ନିଜ ପ୍ରଶଂସା ମଧ୍ୟ କରିଦେଇଥିଲେ କରିନା। ଏହି ଶୋ’କୁ କରିନା ଗ୍ରୀନ କଲରର ଆଉଟଫିଟ୍‌ ପିନ୍ଧି ଆସିଥିବା ବେଳେ ଖୁବ୍‌ ସୁନ୍ଦର ଲାଗୁଥିଲେ । ପରିବାର ସହ ଲଣ୍ଡନରେ ଛୁଟି କାଟୁଥିବା ବେଳେ ଡିଆଇଡିର ଶୁଟିଂ ଲାଗି କରିନା ମୁମ୍ବାଇ ଆସିଛନ୍ତି ଏହି ବଲିଉଡ ବିୟୁଟି।

https://www.instagram.com/p/BzFlO8klacm/?utm_source=ig_web_copy_link

Related story