ମୁମ୍ବାଇ: ଗୋଟିଏ ଫିଲ୍ମରେ ହିରୋ ଓ ହିରୋଇନ୍ମାନେ ବିଭିନ୍ନ ଡିଜାଇନ୍ର ଡ୍ରେସ୍ ପିନ୍ଧନ୍ତି। ଚରିତ୍ରକୁ ମାନିଲା ଭଳି ଡ୍ରେସ୍ ସେମାନେ ପିନ୍ଧନ୍ତି। ତେବେ ଗୋଟିଏ ଫିଲ୍ମରେ ଜଣେ ହିରୋ ବା ହିରୋଇନ୍ ଅତିବେଶୀରେ କେତୋଟି ଡିଜାଇନ୍ର ପୋଷାକ ପିନ୍ଧୁଥିବେ ବୋଲି ଆପଣ ଭାବୁଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ନିଜ ପୋଷାକ ପ୍ରତି ସବୁବେଳେ ସଚେତନ ଥିବା କରୀନା ଗୋଟିଏ ଫିଲ୍ମରେ ୧୩୦ଟି ଡିଜାଇନର ପୋଷାକ ପିନ୍ଧିଥିଲେ। ଏହା ଆଜି ପର୍ଯ୍ୟନ୍ତ ବଲିଉଡ୍ରେ ଏକ ରେକର୍ଡ ହୋଇ ରହିଛି। ଆଉ କୌଣସି ହିରୋଇନ୍ ଗୋଟିଏ ଫିଲ୍ମରେ ଏତେ ଡିଜାଇନର ଡ୍ରେସ୍ ପିନ୍ଧି ନାହାନ୍ତି।
୨୦୧୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘ହିରୋଇନ୍’ରେ କରୀନା ୧୩୦ଟି ଡିଜାଇନର ପୋଷାକ ପିନ୍ଧିଥିଲେ। ଖାସ୍ କଥା ହେଉଛି, ଏହି ଫିଲ୍ମରେ ସେ ପିନ୍ଧିଥିବା ପୋଷାକ କେବଳ ଭାରତ ନୁହେଁ, ଦେଶ ବାହାରର ବିଭିନ୍ନ ଡିଜାଇନର ଡିଜାଇନ୍ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଏତେ ସଫଳ ହୋଇ ନଥିଲେ ବି ଫିଲ୍ମରେ କରୀନା ନିଜ ଦମଦାର ଅଭିନୟ ଓ ଲୁକ୍ ପାଇଁ ଦର୍ଶକଙ୍କ ମନରେ ରହିଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।