କଟ୍ରିନାଙ୍କ ସହିତ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରଣବୀର

ମୁମ୍ୱାଇ: ବଲିଉଡ୍‌ର ମୋଷ୍ଟ୍‌ ଏଲିଜିବଲ୍‌ ବେଚ୍‌ଲର ରଣବୀର କପୁର ପ୍ରେମିକା କଟ୍ରିନା କୈଫ୍‌ଙ୍କ ସମ୍ପର୍କରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “କଟ୍ରିନା କୈଫ୍‌ଙ୍କ ସହିତ ମୋର ବ୍ରେକ୍ଅପ୍‌ ହୋଇଛି ବୋଲି ମୁଁ କେବେ କହିନାହିଁ। କଟ୍ରିନାଙ୍କ ସହିତ ମୁଁ ଯେତିକି ସମୟ ବିତାଇଛି ତାହା ଭୁଲି ହେବନାହିଁ। କଟ୍ରିନାଙ୍କ ସହିତ କାମ କରିବାକୁ ମଜା ଲାଗେ। ସେ ସବୁ ବେଳେ ନିଜ କାମକୁ ନେଇ ଉତ୍ସାହିତ ଥାନ୍ତି। ମୁଁ ଆଶା କରୁଛି […]

ranbir

Rakesh Mallick
  • Published: Friday, 19 August 2016
  • , Updated: 19 August 2016, 05:24 PM IST

ମୁମ୍ୱାଇ: ବଲିଉଡ୍‌ର ମୋଷ୍ଟ୍‌ ଏଲିଜିବଲ୍‌ ବେଚ୍‌ଲର ରଣବୀର କପୁର ପ୍ରେମିକା କଟ୍ରିନା କୈଫ୍‌ଙ୍କ ସମ୍ପର୍କରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି, “କଟ୍ରିନା କୈଫ୍‌ଙ୍କ ସହିତ ମୋର ବ୍ରେକ୍ଅପ୍‌ ହୋଇଛି ବୋଲି ମୁଁ କେବେ କହିନାହିଁ। କଟ୍ରିନାଙ୍କ ସହିତ ମୁଁ ଯେତିକି ସମୟ ବିତାଇଛି ତାହା ଭୁଲି ହେବନାହିଁ। କଟ୍ରିନାଙ୍କ ସହିତ କାମ କରିବାକୁ ମଜା ଲାଗେ। ସେ ସବୁ ବେଳେ ନିଜ କାମକୁ ନେଇ ଉତ୍ସାହିତ ଥାନ୍ତି। ମୁଁ ଆଶା କରୁଛି ଆଗାମୀ ଦିନରେ ଆମେ ଦୁହେଁ ପୁଣି ଏକାଠି କାମ କରିବୁ”।

ପୂର୍ବରୁ ଦୀପିକା ପାଦୁକନ୍‌ଙ୍କ ସହିତ ରଣବୀରଙ୍କ ପ୍ରେମ ଚାଲିଥିବା ଆଲୋଚନା ହେଉଥିଲା। ଉଭୟ ବିଭିନ୍ନ ପାର୍ଟିକୁ ଯାଉଥିବାର ଫଟୋ ବିଭିନ୍ନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିଲା। ପରେ ସେମାନଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଭବିଷ୍ୟତରେ କେବେ ସେମାନେ ଏକାଠି ହେବେନି ବୋଲି ଜଣାପଡ଼ୁଥିଲା। ବ୍ରେକ୍‌ଅପ୍‌ ପରେ ଉଭୟଙ୍କ ‘ୟେ ଯବାନୀ ହୈ ଦିବାନୀ’ ଓ  ‘ତମାସା’ ପରି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା।

Related story