କିଙ୍ଗ୍‌ ଖାନ୍‌ ଜଣେ ଭଲ ବାପା: ସନି ଲିଓନ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ୍‌ ଖାଁ ଜଣେ ଭଲ ଓ ସମର୍ପିତ ବାପା ବୋଲି କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସନି ଲିଓନ।

ସେ କହିଛନ୍ତି,“ମୁଁ  ଅବିରାମଙ୍କୁ ସୁଟିଂ ସେଟ୍‌ରେ ଭେଟିଥିଲି। ପ୍ରାୟ ସାତ ମାସ ତଳେ ମୁଁ ତାଙ୍କୁ ଭେଟିଥିଲି। ସେ ବହୁତ ସୁନ୍ଦର। ଅବିରାମ ତାଙ୍କ ପିତାଙ୍କ ସହ ବହୁତ ବ୍ୟସ୍ତ ଥିଲେ। ତେଣୁ ମୁଁ ତାଙ୍କ ସହ ଅଧିକ ସମୟ ବିତାଇପାରି ନ ଥିଲି।”

କେବଳ ଅବିରାମ ନୁହେଁ, ସେ ତାଙ୍କ ବଡ଼ପୁଅ ଓ ଝଅ ପ୍ରତି ମଧ୍ୟ ଖୁବ୍ ଯତ୍ନଶୀଳ ବୋଲି ସନି କହିଛନ୍ତି।

ନିକଟରେ ରିଲିଜ୍ ହୋଇଥିବା ‘ରଇସ୍‌’ରେ ଏକ ଗୀତ ଅଛି ‘ଲୈଲା ମେ ଲୈଲା’। ଏହି ଗୀତର ସୁଟିଂ ବେଳେ ଶାହାରୁଖଙ୍କ ତିନି ସନ୍ତାନ କିଛି ସମୟ ସେଟ୍‌ରେ ବିତାଇଥିଲେ। ସେତେବେଳେ ସନି ସେମାନଙ୍କୁ ଭେଟିଥିଲେ।