ଲଭ୍ ୟୋର କଣ୍ଟ୍ରି’ ସଙ୍ଗୀତ ମାଧ୍ୟମରେ ଭାରତୀୟ ଯବାନଙ୍କୁ ସଲାମ ଜଣାଇଲେ କଙ୍ଗନା

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ କଙ୍ଗନା ରନାୱତ ଏକ ଭିଡ଼ିଓ ମାଧ୍ୟମରେ ଭାରତୀୟ ସେନାକୁ ସଲାମ ଜଣାଇଛନ୍ତି। ‘ଲଭ୍ ୟୋର କଣ୍ଟ୍ରି’ ନାମରେ ଏକ ସଙ୍ଗୀତ ଶୁକ୍ରବାର ସୋସିଆଲ ମିଡ଼ିଆରେ ଛଡ଼ା ଯାଇଛି। ଏହି ଭିଡ଼ିଓ ବଳାତ୍କାର, କନ୍ୟାଭ୍ରୁଣ ହତ୍ୟା, ବାଲ୍ୟ ବିବାହ, ଯୌତୁକ ଓ ଉଦାସୀନତା ଆଦି ସାମାଜିକ ସମସ୍ୟାକୁ ନେଇ ପର୍ଯ୍ୟବେଶିତ ହୋଇଛି। ତିନିମିନିଟ୍ ଭିଡ଼ିଓରେ କଙ୍ଗନା ଦେଶର ବୀର ଯବାନ ମାନଙ୍କୁ ସଲାମ ଦେଉଥିବା ଦେଖିବାକୁ ମିଳିଛି। ଏହି ଗୀତକୁ ସର୍ଦ୍ଧାଥ ଶର୍ମା, […]

kangana

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 04:27 PM IST

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ କଙ୍ଗନା ରନାୱତ ଏକ ଭିଡ଼ିଓ ମାଧ୍ୟମରେ ଭାରତୀୟ ସେନାକୁ ସଲାମ ଜଣାଇଛନ୍ତି। ‘ଲଭ୍ ୟୋର କଣ୍ଟ୍ରି’ ନାମରେ ଏକ ସଙ୍ଗୀତ ଶୁକ୍ରବାର ସୋସିଆଲ ମିଡ଼ିଆରେ ଛଡ଼ା ଯାଇଛି। ଏହି ଭିଡ଼ିଓ ବଳାତ୍କାର, କନ୍ୟାଭ୍ରୁଣ ହତ୍ୟା, ବାଲ୍ୟ ବିବାହ, ଯୌତୁକ ଓ ଉଦାସୀନତା ଆଦି ସାମାଜିକ ସମସ୍ୟାକୁ ନେଇ ପର୍ଯ୍ୟବେଶିତ ହୋଇଛି।

ତିନିମିନିଟ୍ ଭିଡ଼ିଓରେ କଙ୍ଗନା ଦେଶର ବୀର ଯବାନ ମାନଙ୍କୁ ସଲାମ ଦେଉଥିବା ଦେଖିବାକୁ ମିଳିଛି। ଏହି ଗୀତକୁ ସର୍ଦ୍ଧାଥ ଶର୍ମା, ପିୟୁଷ ୱାସନିକ ଏବଂ ୟଶ ଚୌହାନ ଗାଇଛନ୍ତି।

ଏହି ସଙ୍ଗୀତରେ କଙ୍ଗନା ଏକ ସଫେଦ ରଙ୍ଗର କପଡ଼ାରେ “ଡୁ ୟୁ ଭୋଟ’ କହୁଥିବା ନଜର ଆସୁଛନ୍ତି।

Related story