୪ ବର୍ଷ ରିଲେସନ୍‌ସିପ୍‌ରେ ରହିବା ପରେ ନିଜଠୁ ୪ ବର୍ଷ ବଡ଼ ହିରୋଇନ୍‌ଙ୍କୁ ବାହା ହୋଇଥିଲେ

ମୁମ୍ୱାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନ୍ୟତମ ସୁପର୍‌ଷ୍ଟାର୍‌ ମହେଶ ବାବୁ ଆଜି ତାଙ୍କର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୫ ମସିହା ଅଗଷ୍ଟ ୯ ତାରିଖରେ ସେ ଚେନ୍ନାଇରେ ଜନ୍ମ ହୋଇଥିଲେ। ୪ ବର୍ଷ ବୟସରୁ ଜଣେ ଶିଶୁ କଳାକାର ଭାବରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଜନ୍ମଦିନରେ ଆସନ୍ତୁ ଜାଣିବା ମହେଶ ବାବୁଙ୍କ ବିଷୟରେ କିଛି ଜଣାଅଜଣା କଥା। ୧. ୧୯୯୯ରେ ହୋଇଥିବା ଫିଲ୍ମ ‘ରାଜା କୁମାରୁଦୁରୁ’ରେ ମହେଶ ବାବୁ ଲିଡ୍‌ ଆକ୍ଟର […]

mahesh1

mahesh1

Puspanjali Panda
  • Published: Friday, 09 August 2019
  • Updated: 09 August 2019, 04:46 PM IST

Sports

Latest News

ମୁମ୍ୱାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନ୍ୟତମ ସୁପର୍‌ଷ୍ଟାର୍‌ ମହେଶ ବାବୁ ଆଜି ତାଙ୍କର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୫ ମସିହା ଅଗଷ୍ଟ ୯ ତାରିଖରେ ସେ ଚେନ୍ନାଇରେ ଜନ୍ମ ହୋଇଥିଲେ। ୪ ବର୍ଷ ବୟସରୁ ଜଣେ ଶିଶୁ କଳାକାର ଭାବରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଜନ୍ମଦିନରେ ଆସନ୍ତୁ ଜାଣିବା ମହେଶ ବାବୁଙ୍କ ବିଷୟରେ କିଛି ଜଣାଅଜଣା କଥା।

୧. ୧୯୯୯ରେ ହୋଇଥିବା ଫିଲ୍ମ ‘ରାଜା କୁମାରୁଦୁରୁ’ରେ ମହେଶ ବାବୁ ଲିଡ୍‌ ଆକ୍ଟର ଭାବରେ ଡେବ୍ୟୁ କରିଥିଲେ। ଫିଲ୍ମଟି ସୁପରହିଟ୍‌ ହୋଇଥିଲା। ଏଥିରେ ତାଙ୍କ ସହିତ ପ୍ରୀତି ଜିଣ୍ଟା ଅଭିନୟ କରିଥିଲେ।

୨. ମହେଶ ବାବୁ ତାଙ୍କଠାରୁ ୪ ବର୍ଷ ବଡ଼ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କୁ ବିବାହ କରିଛନ୍ତି। ୨୦୦୦ ମସିହାରେ ମହେଶ ଓ ନମ୍ରତାଙ୍କ ପ୍ରଥମ ଦେଖା ହୋଇଥିଲା। ୪ ବର୍ଷ ରିଲେସନ୍‌ସିପ୍‌ରେ ରହିବା ପରେ ୨୦୦୫ ମସିହାରେ ଦୁହେଁ ବିବାହ କରିଥିଲେ।

୩. ତାଙ୍କର ଦୁଇ ଛୁଆଙ୍କ ନାଁ ସୀତାରା ଓ ଗୌତମ।
୪. ମହେଶଙ୍କର ଭ୍ୟାନିଟି ଭ୍ୟାନ୍‌ର ମୂଲ୍ୟ ୬.୨ କୋଟି ଟଙ୍କା। ଏହା ଶାହରୁଖ୍‌ ଖାନ୍‌ଙ୍କ ଭ୍ୟାନିଟି ଭ୍ୟାନ୍‌ଠାରୁ ମଧ୍ୟ ମହଙ୍ଗା।

୫. ଗୋଟିଏ ଫିଲ୍ମ ପାଇଁ ମହେଶ ୧୬ରୁ ୧୮ କୋଟି ଟଙ୍କା ଡିମାଣ୍ଡ କରିଥା’ନ୍ତି।
୬. ମହେଶ ୨୦୦୭-୦୮ ବର୍ଷରେ ଟ୍ୟାକ୍ସ ଫାଙ୍କି ଥିଲେ। ତେଣୁ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଫ୍ରିଜ୍‌ କରି ଦିଆଯାଇଥିଲା। ପରେ ସେ ସମସ୍ତ ଟଙ୍କା ପୈଠ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos