ଏମିତି ବି ହୋଇଥିଲା: ମାତ୍ର ୨ ଘଣ୍ଟା ଭିତରେ ଏକ କ୍ଲିନିକ୍‌ରେ ବିବାହ କରିଥିଲେ ପ୍ରସିଦ୍ଧ ଅଭିନେତ୍ରୀ ମୀନା କୁମାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦି ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ମୀନା କୁମାରୀଙ୍କ ଜନ୍ମ ୧୯୩୨ ମସିହାର ଆଜିର ଦିନରେ ହୋଇଥିଲା। ଅଭିନେତ୍ରୀ ଭାବେ ସେ ଖୁବ୍ ଲୋକପ୍ରିୟ ଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଏକ ବିଶେଷ ସ୍ଥାନ ହାସଲ କରିବାରେ ସେ ସଫଳ ହୋଇଥିଲେ। କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ଥିଲା ବେଶ ଦୁଃଖଭରା। ୧୯୭୨ ମସିହା ମାର୍ଚ୍ଚ ୩୧ ତାରିଖରେ ମୀନାଙ୍କର ଦେହାନ୍ତ ହୋଇଯାଇଥିଲା। ହେଲେ ତାଙ୍କ ଅଭିନୟ ଆଜି ବି ଦର୍ଶକଙ୍କ ହୃଦୟରେ ଅଲିଭା […]

meena-kumari-759

meena-kumari-759

Rakesh Mallick
  • Published: Wednesday, 01 August 2018
  • Updated: 08 August 2018, 04:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦି ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ମୀନା କୁମାରୀଙ୍କ ଜନ୍ମ ୧୯୩୨ ମସିହାର ଆଜିର ଦିନରେ ହୋଇଥିଲା। ଅଭିନେତ୍ରୀ ଭାବେ ସେ ଖୁବ୍ ଲୋକପ୍ରିୟ ଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଏକ ବିଶେଷ ସ୍ଥାନ ହାସଲ କରିବାରେ ସେ ସଫଳ ହୋଇଥିଲେ। କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ଥିଲା ବେଶ ଦୁଃଖଭରା।

୧୯୭୨ ମସିହା ମାର୍ଚ୍ଚ ୩୧ ତାରିଖରେ ମୀନାଙ୍କର ଦେହାନ୍ତ ହୋଇଯାଇଥିଲା। ହେଲେ ତାଙ୍କ ଅଭିନୟ ଆଜି ବି ଦର୍ଶକଙ୍କ ହୃଦୟରେ ଅଲିଭା ସ୍ମୃତି ହୋଇ ରହିଯାଇଛି। ଅନେକ ଫିଲ୍ମର ଦୁଃଖଭରା ଦୃଶ୍ୟରେ ତାଙ୍କର ହୃଦୟସ୍ପର୍ଶୀ ଅଭିନୟ ପାଇଁ ମୀନାଙ୍କୁ ବଲିଉଡର ଟ୍ରାଜେଡି କ୍ୱିନ୍ ବୋଲି ମଧ୍ୟ କୁହାଯାଏ।

ମାତ୍ର ୭ ବର୍ଷ ବୟସରେ ହିଁ ଅଭିନୟ ଆରମ୍ଭ କରିଦେଇଥିଲେ ମୀନାକୁମାରୀ। ଫିଲ୍ମ ନିର୍ମାତା କମାଲ୍ ଅମରୋହୀ ତାଙ୍କ ଅଭିନୟ ପ୍ରତିଭା ଦ୍ଵାରା ବେଶ୍‌ ପ୍ରଭାବିତ ହୋଇଥିଲେ ଓ ନିଜ ଫିଲ୍ମରେ ନେବାକୁ ଚାହିଁଥିଲେ। ହେଲେ କମାଲଙ୍କର ରସିକିଆ ସ୍ୱଭାବ ପାଇଁ ତାଙ୍କ ସହ କାମ କରିବାକୁ  ଚାହିଁ ନଥିଲେ ମୀନା।

ହେଲେ କମାଲ୍‌ଙ୍କ ଫିଲ୍ମରେ ଅଭିନୟ କରିବାକୁ ମୀନାଙ୍କ ବାପା ଅଡ଼ି ବସିଥିଲେ। ଫଳରେ ଏହି ଫିଲ୍ମଟି ପାଇଁ ଶେଷରେ ରାଜି ହୋଇଥିଲେ। ହେଲେ ସେ ଫିଲ୍ମଟି ଆଉ ନିର୍ମାଣ ହୋଇପାରି ନଥିଲା।

ଫିଲ୍ମ ସିନା ହେଲାନି, ନିର୍ମାତା କମାଲ ଅମରୋହୀ କିନ୍ତୁ ମୀନାଙ୍କ ଦିୱାନା ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ମୀନା ମଧ୍ୟ ତାଙ୍କ ପ୍ରେମକୁ ସ୍ୱୀକାର କରିନେଇଥିଲେ। ହେଲେ ସେମାନେ ବିବାହ କରିବା ସହଜ ନଥିଲା। କାରଣ କମାଲ ପୂର୍ବରୁ ହିଁ ବିବାହିତ ଥିଲେ।

ହେଲେ ପ୍ରେମ ତ ବାଧାବନ୍ଧନ ମାନେନି। ତେଣୁ ଧୀରେ ଧୀରେ ମୀନା ଓ କମାଲ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଭୀର ହେବାରେ ଲାଗିଲା। ତେଣୁ ସ୍ଥିତି ଏମିତି ହେଲା ଯେ, ଦୁହେଁ ନ ବାହା ହୋଇ ଆଉ ଉପାୟ ନଥିଲା।

କିନ୍ତୁ ମୀନା କୁମାରୀଙ୍କ ବାପା ଏହି ବାହାଘରରେ ରାଜି ନଥିଲେ। ଏପରି ସ୍ଥିତିରେ କମାଲ ଓ ତାଙ୍କ ବନ୍ଧୁମାନେ ମୀନାଙ୍କୁ ବୁଝାଇ ଦେଇଥିଲେ ଯେ, ଦୁହେଁ ପ୍ରଥମେ ନିକାହ କରିଦିଅନ୍ତୁ, ପରେ ସମୟ ଦେଖି ବାପା ମା'ଙ୍କୁ ବୁଝାଇ ଦେବେ। ଏହାପରେ ୧୯୫୨ ମସିହା ଫେବୃଆରୀ ୧୪ ତାରିଖରେ ତାଙ୍କର ନିକାହ ହୋଇଗଲା।

ଦୁହିଁଙ୍କ ବାହାଘରର କାହାଣୀ ମଧ୍ୟ ମନେରହିବା ପରି ଥିଲା। ପରିସ୍ଥିତିକୁ ଦେଖି ଦୁହେଁ ମାତ୍ର ଦୁଇଘଣ୍ଟା ଭିତରେ ସମସ୍ତଙ୍କୁ ଲୁଚି ଲୁଚି ବାହା ହୋଇଯାଇଥିଲେ। ମୀନାଙ୍କର ଫିଜିଓଥେରାପି ଯେଉଁ କ୍ଲିନିକ୍‌ରେ ଚାଲିଥିଲା, ସେଠି ତାଙ୍କ ବାପା ଅଲ୍ଲୀ ବକ୍ସ, ପ୍ରତିଦିନ ସନ୍ଧ୍ୟା ୮ଟାରେ ମୀନା ଓ ତାଙ୍କ ଭଉଣୀଙ୍କୁ ସେଠାରେ ଛାଡ଼ିଦେଇ ଯାଉଥିଲେ ଓ ରାତି ୧୦ଟାରେ ନେବାକୁ ଆସୁଥିଲେ।

୧୯୫୨ ମସିହା ଫେବୃଆରୀ ୧୪ ତାରିଖ ଦିନ, ଦୁହିଁଙ୍କର ବିବାହ ମାତ୍ର ସେହି ଦୁଇଘଣ୍ଟା ସମୟ ଭିତରେ ସାରିବାକୁ ଦୁହେଁ ଯୋଜନା କରିଥିଲେ।

କମାଲଙ୍କର ବନ୍ଧୁ , କାଜି ଓ କାଜିଙ୍କ ଦୁଇପୁଅ ସେହି କ୍ଲିନିକ୍‌ରେ ପହଞ୍ଚି ନିକାହର ରୀତିନୀତି ସମ୍ପନ୍ନ କରିଥିଲେ। କାଜିଙ୍କ ଦୁଇପୁଅ ଓ କମାଲଙ୍କ ବନ୍ଧୁ ନିକାହର ସାକ୍ଷୀ ମଧ୍ୟ ହୋଇଥିଲେ। କିନ୍ତୁ ମୀନା ଓ କମାଲଙ୍କର ଏହି ବିବାହକୁ ଦୁହିଁଙ୍କ ପରିବାର ଲୋକେ କେବେହେଲେ ସ୍ୱୀକାର କରିନଥିଲେ।

ଏହାପରେ ମୀନା କୁମାରୀ ତାଙ୍କ ଘରେ ରହିଥିଲେ ଓ କମାଲ୍‌ଙ୍କ ସହ ଏକାଠି ରହିବାର ଶୁଭ ଦିନକୁ ଅପେକ୍ଷା କରିଥିଲେ। କିନ୍ତୁ ସ୍ଥିତି ବଦଳି ଯାଉଥିଲା। ଦୁହେଁ ଆଉ ଅଧିକ  ଅପେକ୍ଷା କରିବାକୁ ଚାହିଁ ନ ଥିଲେ। ଶେଷରେ କମାଲ ମୀନାଙ୍କୁ ଏକ ଚିଠି ଲେଖିଥିଲେ। ସେଥିରେ ସେ ଲେଖିଥିଲେ- 'ମୀନା, ଆମ ନିକାହକୁ ଏକ ଦୁର୍ଘଟଣା ଭାବି ତମେ ମତେ ଭୁଲିଯାଅ।'

ଏହାର ଜବାବରେ ମୀନା ଲେଖିଥିଲେ- 'ତୁମେ ମତେ କେବେ ବୁଝି ପାରିନଥିଲ, କିମ୍ବା ଆଗକୁ କେବେ ବୁଝି ବି ପାରିବନାହିଁ। ତେଣୁ ଭଲ ହେବ, ତୁମେ ମୋତେ ତଲାକ୍ ଦେଇଦିଅ।'

ଆଜି ମୀନାଙ୍କ ଜନ୍ମଦିନ ଉପଲକ୍ଷେ ସାରା ବଲିଉଡ୍ ତାଙ୍କୁ ମନେପକାଉଛି। ଏପରିକି ଗୁଗୁଲ୍‌ ମଧ୍ୟ ମୀନା କୁମାରୀଙ୍କ ଡୁଡ୍‌ଲ ବନାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story