ନାଗିନ୍‌ରୁ ମୋନି ଆଉଟ୍

ମୁମ୍ବାଇ: ‘ନାଗିନ୍’ କଥା ଭାବିଲେ ମନରେ ଚାଲିଆସନ୍ତି ଏହି ସିରିଏଲ୍‌ର ଲିଡ୍ ନାୟିକା ମୋନି ରୟ। ‘କ୍ୟୁଁକି ଶାଶ୍ ଭି କଭି ବହୁ ଥି’ ସିରିଏଲ୍‌ରୁ ଅଭିନୟ ଆରମ୍ଭ କରିଥିବା ମୋନି ରୟଙ୍କୁ ନାଗିନ୍ ସିରିଏଲ୍‌ରୁ ଏକ ଭିନ୍ନ ପରିଚୟ ମିଳିଥିଲା। କାରଣ ଥିଲା ଏଥିରେ ତାଙ୍କର ଚମତ୍କାର ଅଭିନୟ। ଏହି ସିରିଏଲ୍‌ର ଦୁଇଟି ସିଜନ୍‌ରେ ନିଜର ଅଭିନୟ ବଳରେ ସେ ଦର୍ଶକଙ୍କୁ ବେସ୍ ମନୋରଞ୍ଜନ କରିଆସିଛନ୍ତି। ଏହି ସରିଏଲ୍‌ ପରଠୁ ତାଙ୍କର ଫ୍ୟାନ ଫୋଲୋଇଙ୍ଗ ମଧ୍ୟ ବଢି ଯାଇଛନ୍ତି। ତେବେ ମୋନିଙ୍କର ଫ୍ୟାନ୍‌ମାନଙ୍କ ପାଇଁ ଆମ ପାଖରେ ରହିଛି ଏକ ଦୁଃଖ ଖବର। ଏହି ସିରିଏଲ୍‌ର ଆଗାମୀ ସିଜନ୍‌ରେ ମୋନିଙ୍କୁ ଦେକିବାକୁ ମିଳିବନାହିଁ। କେବଳ ମୋନି ନୁହେଁ, ଏଥିରେ କଳା ନାଗିନ୍ ଭୂମିକାର ଅଭିନୟ କରି ଆସୁଥିବା ଅଦା ଖାନ୍‌ଙ୍କୁ ମଧ୍ୟ ବାହାର କରିଦିଆଯାଇଛି। ଏ ଖବରକୁ ଏକତା କପୁର ନିଜେ ଏକ ସାକ୍ଷାତକାରରେ ଜଣାଇଛନ୍ତି।ତେବେ ଆଗାମୀ ସିଜନ୍‌ରେ ନାଗିନ୍‌ ଭୂମିକାରେ କିଏ ଅଭିନୟ କରିବ ସେ ସମ୍ପର୍କରେ କିଥି ସ୍ପଷ୍ଟ ସୂଚନା ମିଳିନି।

ସେପଟେ ମୋନି, ଅକ୍ଷୟ କୁମାରଙ୍କ ସହ ‘ଗୋଲ୍ଡ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବଲିଉଡରେ ଡେବ୍ୟୁ ନେଇ ମୋନି ବେସ୍ ଖୁସି ଅଛନ୍ତି।

ଆହୁରି ପଢ଼ନ୍ତୁ

ଲୁଡୋ: ଏଥର ଦୀପାବଳିକୁ ମଜାଦାର କରିବେ ରାଜକୁମାର ଓ ଅଭିଷେକ

ପରଲୋକରେ ‘ଇନ୍ଦୁ ଦାଦୀ’

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

ହାପି ବର୍ଥ ଡେ’ ସ୍ମିତା ପାଟିଲ୍: ଅଭିନେତ୍ରୀ ପୂର୍ବରୁ ସେ ଥିଲେ ଟିଭି ଉପସ୍ଥାପିକା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କଲା ମୁମ୍ୱାଇ ପୁଲିସ୍

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

କଙ୍ଗନାଙ୍କ ନୂଆ ଟ୍ୱିଟ୍: କେଉଁଥିରେ ମଜା ଓ କେଉଁଥିରେ ସଜା

ଆସନ୍ତାକାଲିଠାରୁ ଖୋଲିବ ସିନେମା ହଲ୍

ଏବେ ବି ଅଧୁରା ରହିଛି ଅମିତାଭ ଏବଂ ଜୟାଙ୍କ ଫିଲ୍ମ

‘ରିପବ୍ଲିକ୍ ଟିଭି’ ଏବଂ ‘ଟାଇମ୍ସ ନାଓ’ ବିରୋଧରେ ସୁପ୍ରିମକୋର୍ଟ ଗଲା ବଲିଉଡ୍

ଗତ ୪ ବର୍ଷ ହେଲା ଅବସାଦଗ୍ରସ୍ତ ଆମିରଙ୍କ ଝିଅ