ସେଦିନର ସେଇ ଚର୍ଚ୍ଚିତ ଚୁମ୍ବନ, ଯାହାକୁ ଦିନେ ଲୁଚିଲୁଚି ଦେଖିଥିବେ କେହି

ମୁମ୍ବଇ: ରୋମାନ୍ସ, ସ୍ମୁଚ୍‌ ଆଉ କିସ୍‌ । ଏଭଳି କେତୋଟି ଏରୋଟିକ୍‌ ବା କାମୁଦ ଶବ୍ଦ ବଲିଉଡ୍‌ ଫିଲ୍ମ ସାଙ୍ଗେ ଅଙ୍ଗାଙ୍ଗୀ ହୋଇଗଲାଣି। ଆଜିକାଲି ଫିଲ୍ମରେ ଚୁମ୍ବନ କି ଆଲିଙ୍ଗନର ଦୃଶ୍ୟ ସେମିତି କିଛି ବଡ କଥା ନୁହେଁ। କାଁ ଭାଁ କେତୋଟି ଫିଲ୍ମକୁ ଛାଡି ପ୍ରାୟ ଅଧିକାଂଶ ସିନେମାରେ ଏଭଳି ଦୃଶ୍ୟ ରହୁଛି। ସମୟ ସହ ତାଳ ମିଳେଇ ଆମେ ବି ସାଙ୍ଗସାଥିରେ ବସି ସେ ସବୁ ଦେଖିବାରେ ଅଭ୍ୟସ୍ତ ହେଲେଣି । କାହାଣୀ ଆଧାରରେ […]

kiss

kiss

Rakesh Mallick
  • Published: Saturday, 18 November 2017
  • Updated: 19 November 2017, 10:28 AM IST

ମୁମ୍ବଇ: ରୋମାନ୍ସ, ସ୍ମୁଚ୍‌ ଆଉ କିସ୍‌ । ଏଭଳି କେତୋଟି ଏରୋଟିକ୍‌ ବା କାମୁଦ ଶବ୍ଦ ବଲିଉଡ୍‌ ଫିଲ୍ମ ସାଙ୍ଗେ ଅଙ୍ଗାଙ୍ଗୀ ହୋଇଗଲାଣି। ଆଜିକାଲି ଫିଲ୍ମରେ ଚୁମ୍ବନ କି ଆଲିଙ୍ଗନର ଦୃଶ୍ୟ ସେମିତି କିଛି ବଡ କଥା ନୁହେଁ। କାଁ ଭାଁ କେତୋଟି ଫିଲ୍ମକୁ ଛାଡି ପ୍ରାୟ ଅଧିକାଂଶ ସିନେମାରେ ଏଭଳି ଦୃଶ୍ୟ ରହୁଛି। ସମୟ ସହ ତାଳ ମିଳେଇ ଆମେ ବି ସାଙ୍ଗସାଥିରେ ବସି ସେ ସବୁ ଦେଖିବାରେ ଅଭ୍ୟସ୍ତ ହେଲେଣି । କାହାଣୀ ଆଧାରରେ ହେଉ ବା ଦର୍ଶକୀୟ ଆଦୃତି ପାଇବାକୁ ଅଧିକାଂଶ ଫିଲ୍ମରେ ରହୁଛି ଏକାଧିକ କିସିଂ ସିନ୍‌ । ଅନ୍ତରଙ୍ଗ ମୁହୂର୍ତ୍ତ ସବୁର ଚିତ୍ର ପ୍ରାଞ୍ଜଳ ଭାବେ ଉତୁରୀପଡୁଛି ପରଦାରେ ।

ହେଲେ ଥରେ ଚିନ୍ତା କଲେ, ଯେତେବେଳେ ପ୍ରଥମେ ଏଭଳି ଦୃଶ୍ୟ ପରଦାକୁ ଆସିଥିବା ସେତେବେଳର ଦର୍ଶକ କେମିତି ଗ୍ରହଣ କରିଥିବେ ? ରକ୍ଷଣଶୀଳ ଭାରତୀୟ ସମାଜରେ ପ୍ରଥମେ ଏଭଳି ଦୃଶ୍ୟ ପ୍ରଦର୍ଶନ କାଠିକର ପାଠ ହୋଇଥିବ ନିଶ୍ଚୟ । ଆଉ ମାତ୍ର ଗୋଟିଏ ଚମ୍ବନ ଦୃଶ୍ୟ ପାଇଁ ଅନେକ ଟେକ୍‌ ଦେବାକୁ ପଡିଥିବ ଅଭିନତ୍ରୀଙ୍କୁ । ଆଉ ଯାହାକୁ ଦେଖିବା ପାଇଁ ଦର୍ଶକ ଲୁଚିଛପି ଯାଇଥିବେ ସିନେମା ହଲ୍‌କୁ । ତା ହେଲେ ଆସନ୍ତୁ ଜାଣିବା କଳାଧଳା ଚଳଚ୍ଚିତ୍ରରେ ଦୃଶ୍ୟାୟିତ ଏମିତି ଏକ ଚର୍ଚ୍ଚିଚ ଚୁମ୍ବନ ପ୍ରସଙ୍ଗରେ।

୧୯୩୩ରେ ପରଦାକୁ ଆସିଥିଲା ଚଳଚ୍ଚିତ୍ର ‘କର୍ମା’ । ହିନ୍ଦୀ ଓ ଇଂରାଜୀ ଭାଷାରେ ଦୃଶ୍ୟାୟିତ ଏହି ଚଳଚ୍ଚିତ୍ରରେ ଭାରତୀୟ ଦର୍ଶକ ପ୍ରଥେମ ଚୁମ୍ବନ ଦୃଶ୍ୟ ଦେଖିବାକୁ ପାଇଥିଲେ। ଜଣେ ଦମ୍ପତିଙ୍କ ଅନାବିଳ ଭଲପାଇବାକୁ ଦୃଶ୍ୟାୟିତ କରିବାକୁ ଯାଇ ଅଭିନେତ୍ରୀ ଦେବିକା ରାଣୀ ଅଭିନେତା ହିମାଂଶୁ ରାଏଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା। ଅତି ଅନ୍ତରଙ୍ଗ ଭାବେ ହିମାଂଶୁଙ୍କ ଉପରେ ଲୋଟି ମନଭରି ରୋମାନ୍ସ କରିଥିଲେ ଦେବିକା। ସ୍ୱଳ୍ପ ସମୟର ସେହି ଚର୍ଚ୍ଚିତ ଚୁମ୍ବନ ଭାରି ଚହଳ ପାକାଇଥିଲା ସେତେବେଳେ।  ଅବଶ୍ୟ ଫିଲ୍ମ ଭାରତରେ ଚାଲିବା ପରେ ବିବାଦୀୟ ହୋଇ ଫ୍ଲପ୍‌ ହୋଇଥିଲା। ତେବେ ଯାହା ହେଉନା କାହିଁକି ଏହା ଭାରତୀୟ ସିନେମାରେ ବୋଲ୍ଡ ଧାରାର ଅୟମାରମ୍ଭ କରାଇବାକୁ ସକ୍ଷକ ହୋଇଥିଲା ।

କିଏ ସେହି ଅଭିନେତ୍ରୀ

ଦେବିକାଙ୍କ ପୁରା ନାଁ ଦେବିକା ରାଣୀ ଚୌଧୁରୀ । ୩୦ ମାର୍ଚ୍ଚ ୧୯୦୮ରେ ଜନ୍ମିତ ଏହି ଭାରତୀୟ ଅଭିନେତ୍ରୀ ଜଣକ ‘କର୍ମା’ ପାଇଁ ସେତେବେଳେ ଚର୍ଚ୍ଚିତ ହୋଇଥିଲେ। ଇଂଲଣ୍ଡରେ ଶିକ୍ଷା ଗ୍ରହଣ କରିଥିବା ଦେବିକାଙ୍କର ୧୯୨୮ରେ ଚଳଚ୍ଚିତ୍ର ନିର୍ମାତା ହିମାଂଶୁ ରାୟଙ୍କ ସହ ଭଟ ହୁଏ। ୧୯୨୯ରେ ନିର୍ମିତ ‘A throw of dice’ ପାଇଁ ହିମାଂଶୁଙ୍କୁ କଷ୍ଟ୍ୟୁମ୍‌ ଡିଜାଇନ୍‌ ଲାଗି ସହାୟତା କରନ୍ତି ଦେବିକା। ପରେ ଉଭୟ କର୍ମାରେ ଅଭିନୟ କରି ଚର୍ଚ୍ଚିତ ହୁଅନ୍ତି। ଆଉ ଶେଷରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇ ସଫଳ ଦାମ୍ପତ୍ୟ ଜୀବନର ଆରମ୍ଭ କରନ୍ତି। ୧୯୫୮ରେ ଉତ୍କୃଷ୍ଟ ଅଭିନୟ ପାଇଁ ଦେବିକାଙ୍କୁ ମିଳ ପଦ୍ମଶ୍ରୀ । ୧୯୭୦ରେ ଦାଦା ସାହେବ ଫାଲକେ ଓ ୧୯୯୦ରେ ସୋଭିଏତ୍‌ ଳ୍ୟାଣ୍ଡ ନେହେରୁ ପୁରସ୍କାର ପାଇଥିବା ଏହି ଚର୍ଚ୍ଚିତ ଅଭିନେତ୍ରୀ ଜଣକ ୯ ମାର୍ଚ୍ଚ ୧୯୯୪ରେ ଇହଲୀଳା ସମ୍ବରଣ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos