ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଏଜେଣ୍ଡା ଏବଂ ଭାରତକୁ ପରିବର୍ତ୍ତନ କରିବାରେ ତାଙ୍କର ଦୃଷ୍ଟିକୋଣକୁ ନେଇ ତିଆରି କରାଯାଉଛି ଦୁଇଘଣ୍ଟାର ଏକ ଫିଲ୍ମ। ଫିଲ୍ମକୁ ବିହାରର ଜଣେ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସୁରେଶ ଝାଙ୍କ ସହାୟତାରେ ତିଆରି କରାଯାଉଛି। ଏହା ବାୟୋପିକ୍ ନୁହେଁ ବୋଲି ନିର୍ଦ୍ଦେଶକ ଝା କହିଛନ୍ତି।
ଫିଲ୍ମର ସୁଟିଂ ମୋଦିଙ୍କ ଗାଁ ସହ ପାଟଣା, ଦରଭଙ୍ଗା ଏବଂ ମୁମ୍ବାଇରେ କରାଯାଇଛି। ଏହାର ପୋଷ୍ଟ ପ୍ରଡକ୍ସନ କାମ ମଧ୍ୟ ସରିବା ଉପରେ। ଫିଲ୍ମରେ ମୋଦିଙ୍କ ଭୂମିକାରେ ମୁମ୍ବାଇର ଜଣେ ବ୍ୟବସାୟୀ ବିକାଶ ମହାନ୍ତେ ନଜର ଆସିବେ। ବିକାଶ ଦେଖିବାକୁ ମୋଦିଙ୍କ ଭଳି ହୋଇଥିବାରୁ ତାଙ୍କୁ ମୋଦିଙ୍କ ଭୂମିକା ପାଇଁ ଚୟନ କରାଯାଇଛି।
ମଧ୍ୟମ ବଜେଟ୍ର ଏହି ପିଲ୍ମରେ ଟିଭି କଳାକାର ଚନ୍ଦ୍ରମଣି ଏମ୍ ଏବଂ ଜେବା ଏ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଖୁବ୍ ଶୀଘ୍ର ଫିଲ୍ମଟି ରିଲିଜ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।