ଏହି ଷ୍ଟାରମାନେ କେବେ ପାଇ ନାହାଁନ୍ତି ଫିଲ୍ମ ଫେୟାର ବେଷ୍ଟ ଆକ୍ଟର ଆୱାର୍ଡ

ଫିଲ୍ମ ଫେୟାର ଆୱାର୍ଡର ନିଜର ଏକ ସ୍ୱତନ୍ତ୍ରତା ରହିଆସିଛି। ହିନ୍ଦୀ ଫିଲ୍ମ ପାଇଁ ବିଭିନ୍ନ ବର୍ଗରେ ଦିଆଯାଉଥିବା ଏହି ପୁରସ୍କାର ୧୯୫୪ ମସିହାରୁ ଆରମ୍ଭ ହୋଇଛି। ଅନେକ ବଡ଼ ବଡ଼ ଷ୍ଟାର ଏହି ପୁରସ୍କାର ପାଇଛନ୍ତି। ଶାହାରୁଖ ଖାନ ଓ ଦିଲ୍ଲୀପ କୁମାର ଶ୍ରେଷ୍ଠ ଅଭିନେତା ଭାବେ ୮ ଥର ଲେଖାଏଁ ଏହି ପୁରସ୍କାର ହାତେଇଛନ୍ତି। ଅମିତାଭ ବଚ୍ଚନ ୫ ଥର ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପାଇଛନ୍ତି। ଏମାନଙ୍କ ବ୍ୟତୀତ ରାଜେଶ ଖନ୍ନା, ରାଜ […]

award

award

Rakesh Mallick
  • Published: Friday, 02 February 2018
  • Updated: 02 February 2018, 11:21 AM IST

Sports

Latest News

ଫିଲ୍ମ ଫେୟାର ଆୱାର୍ଡର ନିଜର ଏକ ସ୍ୱତନ୍ତ୍ରତା ରହିଆସିଛି। ହିନ୍ଦୀ ଫିଲ୍ମ ପାଇଁ ବିଭିନ୍ନ ବର୍ଗରେ ଦିଆଯାଉଥିବା ଏହି ପୁରସ୍କାର ୧୯୫୪ ମସିହାରୁ ଆରମ୍ଭ ହୋଇଛି। ଅନେକ ବଡ଼ ବଡ଼ ଷ୍ଟାର ଏହି ପୁରସ୍କାର ପାଇଛନ୍ତି। ଶାହାରୁଖ ଖାନ ଓ ଦିଲ୍ଲୀପ କୁମାର ଶ୍ରେଷ୍ଠ ଅଭିନେତା ଭାବେ ୮ ଥର ଲେଖାଏଁ ଏହି ପୁରସ୍କାର ହାତେଇଛନ୍ତି। ଅମିତାଭ ବଚ୍ଚନ ୫ ଥର ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପାଇଛନ୍ତି। ଏମାନଙ୍କ ବ୍ୟତୀତ ରାଜେଶ ଖନ୍ନା, ରାଜ କପୁର, ଅଶୋକ କୁମାର, ଦେବ ଆନନ୍ଦ, ସୁନୀଲ ଦତ୍ତ, ସଞ୍ଜୀବ କୁମାର, ନଶିରୁଦ୍ଦିନ ଶାହା, ଅନୀଲ କପୁର, ଆମୀର ଖାନ, ରଣବୀର କପୁର, ହ୍ରିତିକ ରୋଶନ, ସଞ୍ଜୟ ଦତ୍ତ ଓ ଇରଫାନ ପ୍ରମୁଖ ବେଷ୍ଟ ଆକ୍ଟର ଭାବେ ଏହି ପୁରସ୍କାର ହାତେଇଛନ୍ତି। କିନ୍ତୁ ଅନେକ ଷ୍ଟାର ଯେଉଁମାନେ କୋଟି କୋଟି ସିନେପ୍ରେମୀଙ୍କ ହୃଦୟ ଜିତିଛନ୍ତି ସେମାନେ ବେଷ୍ଟ ଆକ୍ଟର ଭାବେ ଫିଲ୍ମ ଫେୟାର ଆୱାର୍ଡ ପାଇ ନାହାନ୍ତି। ଆସନ୍ତୁ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ବିଷୟରେ ଜାଣିବା।

salmanସଲମାନ ଖାନ

ବଲିଉଡର ଦବଙ୍ଗ ଖାନ ସଲମାନଙ୍କ ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥାଏ। କାଁ ଭାଁ କେଉଁଟା ସୁପରହିଟ୍ ହୋଇପାରେନି। ସଲ୍ଲୁ ମିଆଁଙ୍କର କୋଟି କୋଟି ଫ୍ୟାନ୍ ଅଛନ୍ତି। କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇନାହାନ୍ତି। ୧୯୯୯ରେ ସେ ‘କୁଛ୍ କୁଛ୍ ହୋତା ହେ’ ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ୧୯୯୦ରେ ‘ମୈନେ ପ୍ୟାର୍‌ କିୟା’ ପାଇଁ ସେ ବେଷ୍ଟ୍ ମେଲ୍ ଡେବ୍ୟୁ ଭାବେ ଏହି ପୁରସ୍କାର ଜିତି ଥିଲେ। ପ୍ରାୟ ୧୦ ଥର ତାଙ୍କ ନାଁ ଶ୍ରେଷ୍ଠ ଅଭିନେତା ଭାବେ ନୋମିନେଟ୍‌ ହୋଇଥିଲା। କିନ୍ତୁ ସେ ଏହି ବର୍ଗରେ କେବେ ପୁରସ୍କାର ପାଇପାରି ନାହାଁନ୍ତି।

akshayଅକ୍ଷୟ କୁମାର

ବଲିଉଡ୍‌ରେ ଖିଲାଡି କୁମାର ନାମରେ ପରିଚିତ ଅକ୍ଷୟ ସବୁ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି। ନେଗେଟିଭ୍ ଓ କମେଡି ଚରିତ୍ରରେ ବି ଅଭିନୟ କରି ପ୍ରଶଂସିତ ହୋଇଛନ୍ତି। ଅନେକ ଭଲ ଫିଲ୍ମ କରି ମଧ୍ୟ ଆଜି ପର୍ଯ୍ୟନ୍ତ ଶ୍ରେଷ୍ଠ ଅଭିନେତା ଭାବେ କେବେ ଫିଲ୍ମ ଫେୟାର ପୁରସ୍କାର ଜିତି ନାହାଁନ୍ତି।  ସେ ବେଷ୍ଟ୍ କମିକ୍‌ ଓ ବେଷ୍ଟ୍ ନେଗେଟିଭ୍ ରୋଲରେ ଥରେ ଲେଖାଏଁ ଏହି ପୁରସ୍କାର ପାଇଛନ୍ତି। ବେଷ୍ଟ ଆକ୍ଟର ଭାବେ ୫ ଥର ନୋମିନେଟ୍ ହୋଇଥିଲେ, କିନ୍ତୁ ଜିତି ପାରି ନଥିଲେ। ତେବେ ସେ ବେଷ୍ଟ୍ ଆକ୍ଟର ଭାବେ ଥରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

ସୈଫ ଅଲ୍ଲୀ ଖାନ

ରୋମାଣ୍ଟିକ ହିରୋ ହେଉ ଅବା ଖଳନାୟକ ସବୁ ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି ବଲିଉଡ୍‌ର ଏହି ଛୋଟେ ନବାବ। ସେ ୬ ଥର ଫିଲ୍ମ ଫେୟାର ଆୱାର୍ଡ ଜିତିଛନ୍ତି। ଏଥିରୁ ଗୋଟିଏ ଥର ନେଗେଟିଭ୍ ରୋଲ୍ ପାଇଁ ଓ ଦୁଇ ଥର କମିକ୍ ରୋଲ୍ ପାଇଁ। ବେଷ୍ଟ ଆକ୍ଟର ଭାବେ ସେ ଦୁଇ ଥର ନୋମିନେଟ୍ ହୋଇଥିଲେ, କିନ୍ତୁ ଜିତି ପାରି ନଥିଲେ।

ଅଜୟ ଦେବଗନ

ଆକ୍ସନ ହେଉ ଅବା କମେଡି ସବୁ ଚରିତ୍ରକୁ ନିଖୁଣ ଭାବେ ନିଭାନ୍ତି ଅଜୟ। ତାଙ୍କ ଅଭିନୟରେ ରହିଛି ଏକ ଭିନ୍ନ ଷ୍ଟାଇଲ୍‌। ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଥିବା ଅଜୟ ଅନେକ ସୁପରହିଟ ସିନେମା ଦେଇଥିଲେ ମଧ୍ୟ କେବେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ଆୱାର୍ଡ ପାଇ ନାହାଁନ୍ତି। ସେ ତିନି ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ନେଗେଟିଭ୍ ରୋଲ, ବେଷ୍ଟ୍ ମେଲ୍ ଡେବ୍ୟୁ ଓ କ୍ରିଟିକ୍ସ ଆୱାର୍ଡ ଫର ବେଷ୍ଟ ଆକ୍ଟର ଭାବେ ସେ ଏହି ପୁରସ୍କାର ପାଇଛନ୍ତି। କିନ୍ତୁ ଶ୍ରେଷ୍ଠ ଅଭିନେତା ଭାବେ ସେ ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ୧୯୯୮ରେ ‘ଜଖମ’ ଓ ୨୦୦୨ରେ ‘ଦ ଲିଜେଣ୍ଡ ଅଫ୍ ଭଗତ ସିଂହ’ ପାଇଁ ସେ ଏହି ପୁରସ୍କାର ପାଇଥିଲେ।

ସୁନିଲ୍‌ ସେଟ୍ଟୀ

ସମୟ ଥିଲା ସୁନୀଲ ସେଟ୍ଟୀଙ୍କ ସିନେମା ଦେଖିବା ଲାଗି ଦର୍ଶକ ପାଗଳ ଥିଲେ। କେବଳ ଆକ୍ସନ ନୁହେଁ, କମେଡି ଫିଲ୍ମରେ ମଧ୍ୟ କାମ କରିଛନ୍ତି ସୁନୀଲ। କିନ୍ତୁ ସେ କେବେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ଆୱାର୍ଡ ପାଇନାହାନ୍ତି। ସେ କେବଳ ଥରେ ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ତାହା ପୁଣି ବେଷ୍ଟ୍ ନେଗେଟିଭ୍ ରୋଲ୍ ପାଇଁ। ୨୦୦୧ରେ ‘ଧଡ଼କନ୍’ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos