ଖୁବଶୀଘ୍ର ଆସିବ ‘କ୍ରୋନିକଲ୍ସ ଅଫ୍‌ ନାର୍ନିଆ’-୪

ମୁମ୍ବାଇ: ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛି ହଲିଉଡ୍‌ ଫିଲ୍ମ ‘କ୍ରୋନିକଲ୍ସ ଅଫ୍‌ ନାର୍ନିଆ’ର ଚତୁର୍ଥ ପାର୍ଟ। ଏହାର ନାମ ରଖାଯାଇଛି ‘ଦି ସିଲ୍‌ଭର ଚେୟାର’। ଏହାକୁ ଟ୍ରାଇଷ୍ଟାର ଦି ମାର୍କ ଗୋର୍ଡାନ୍‌ ଏବଂ ଏଣ୍ଟରଟେନ୍‌ମେଣ୍ଟ କମ୍ପାନୀ ନିର୍ମାଣ କରିବାକୁ ଯାଉଛି। ତୃତୀୟ ପାର୍ଟରୁ କିଛି ଅଂଶରୁ ଫିଲ୍ମଟିର କାହାଣୀ ଗତିଶୀଳ ହେବ ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି। ଏହି ଫିଲ୍ମରେ ପୂର୍ବ ସିରିଜ୍‌ର ଅଭିନେତା ଓ ଅଭିନେତ୍ରୀମାନେ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ […]

narnia-4

Rakesh Mallick
  • Published: Wednesday, 10 August 2016
  • , Updated: 10 August 2016, 05:41 PM IST

ମୁମ୍ବାଇ: ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛି ହଲିଉଡ୍‌ ଫିଲ୍ମ ‘କ୍ରୋନିକଲ୍ସ ଅଫ୍‌ ନାର୍ନିଆ’ର ଚତୁର୍ଥ ପାର୍ଟ। ଏହାର ନାମ ରଖାଯାଇଛି ‘ଦି ସିଲ୍‌ଭର ଚେୟାର’। ଏହାକୁ ଟ୍ରାଇଷ୍ଟାର ଦି ମାର୍କ ଗୋର୍ଡାନ୍‌ ଏବଂ ଏଣ୍ଟରଟେନ୍‌ମେଣ୍ଟ କମ୍ପାନୀ ନିର୍ମାଣ କରିବାକୁ ଯାଉଛି।

ତୃତୀୟ ପାର୍ଟରୁ କିଛି ଅଂଶରୁ ଫିଲ୍ମଟିର କାହାଣୀ ଗତିଶୀଳ ହେବ ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି। ଏହି ଫିଲ୍ମରେ ପୂର୍ବ ସିରିଜ୍‌ର ଅଭିନେତା ଓ ଅଭିନେତ୍ରୀମାନେ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ପ୍ରଯୋଜକ ସଂସ୍ଥା ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବ ବୋଲି କମ୍ପାନୀ କହିଛି।

ସୂଚନାଯୋଗ୍ୟ, ୨୦୦୫ରେ ଦି ଲାୟନ୍‌, ଦି ୱିଚ୍‌ ଆଣ୍ଡ ଦି ୱାର୍ଡରୋବ୍‌, ୨୦୦୮ରେ ପ୍ରିନ୍ସ କାସ୍ପିୟାନ୍‌ ଓ ୨୦୧୦ରେ ଦି ଭୟେଜ୍‌ ଅଫ୍‌ ଦି ଡାଉନ୍‌ ଟ୍ରେଡର ରିଲିଜ୍‌ ହୋଇ ବ୍ୟବସାୟିକ ସଫଳତା ପାଇଛି।

Related story