ନୂଆ ହିରୋଙ୍କ ସହ ଖୋଲାଖୋଲି ସପିଂ କରୁଛନ୍ତି ଅଭିନେତ୍ରୀ ଝିଲିକ୍, ଜାଣନ୍ତୁ କାହିଁକି ଓ କେଉଁଠି

ଭୁବନେଶ୍ୱର: ମଲ୍ ଭିତରେ ସପିଂ କରିବାରେ ବ୍ୟସ୍ତ ଥିଲେ ଅଭିନେତ୍ରୀ ଝିଲିକ। ଏକା ନୁହେଁ, ସାଥୀରେ ଅଛନ୍ତି ଅଭିନେତା ଜ୍ୟୋତି। ସପିଂ ଭିତରେ ଦୁଇ ଷ୍ଟାରଙ୍କ ଭିତରେ ମସ୍ତି ବି ଚାଲିଛି। ଏପରି ସିକୁଏନ୍ସ କଥା ଶୁଣି ଆପଣ ଟିକେ କନଫ୍ୟୁଜ୍ ହୋଇଯିବେଣି। ଝିଲିକ୍ କାହିଁକି ସପିଂ କରୁଛନ୍ତି ଏବଂ ଆମେ ତାଙ୍କ ବ୍ୟକ୍ତିଗତ କଥା କାହିଁକି କହୁଛୁ। ପାଠକେ, ବାସ୍ତବରେ କଥାଟା ପୂରା ସତ, କିନ୍ତୁ ତାହା ରିଅଲ୍ ଲାଇଫ୍ କଥା ନୁହେଁ, ରିଲ୍ ଲାଇଫ୍ କାହାଣୀ।

କାରଣ ସପିଂ ମଲରେ ଚାଲିଥିଲା ଅପକମିଂ ଓଡ଼ିଆ ଫିଲ୍ମ ‘ତୁ ମୋ ହିରୋ’ର ସୁଟିଂ। ନୂଆ ଫିଲ୍ମର ସୁଟିଂ ସେଟରେ ପହଞ୍ଚିଥିଲା ଓଡିଶା ରିପୋର୍ଟର ଟିମ୍। ଗୋଟିଏ ପରେ ଗୋଟିଏ ଚଟ୍ ପଟା ସିନ୍ କ୍ୟାପଚର ହୋଇ ଚାଲିଥିଲା କ୍ୟାମେରାରେ। ଫିଲ୍ମଟିର ଲିଡ୍ ନାୟିକା ହେଉଛନ୍ତି ଜଣାଶୁଣା ଅଭିନେତ୍ରୀ ଝିଲିକ୍। ପ୍ରଥମଥର ପାଇଁ ଝିଲିକଙ୍କ ସହ ସ୍କ୍ରିନ୍ ସେୟାର କରିବେ ନୂଆ ହିରୋ ଜ୍ୟୋତି। ଦର୍ଶକ ତାଙ୍କୁ ଦେଖିବେ ଟିକେ ଅଲଗା ଷ୍ଟାଇଲରେ। ସୁଟିଂ ସମୟରେ ଝିଲିକ ଥିଲେ ପୂରା ସିମ୍ପୁଲ ଲୁକରେ , ଖୁବ ସୁନ୍ଦର ବି ଲାଗୁଥିଲେ। ସିନରେ ଦୁଇ ଷ୍ଟାରଙ୍କ ଭିତରେ କଥା କଟାକଟି ହେଉଛି। ଝଗଡା ପରେ ଆରମ୍ଭ ହେଉଛି ସପିଂ। ମଝିରେ ମଝିରେ ସୁଟିଂରୁ ବ୍ରେକ୍ ନେଇ ପୂରା ଟିମ୍ ମାତି ଯାଉଛି ମସ୍ତିରେ।

ଏହି ନୂଆ ଓଡ଼ିଆ ଫିଲ୍ମ  ‘ତୁ ମୋ ହିରୋ’ର ନିର୍ଦ୍ଦେଶନା ଦେଉଛନ୍ତି ଜଣାଶୁଣା ମେକର୍ ଦିଲୀପ ପଣ୍ଡା। ତାଙ୍କ ମତରେ ସେ ଏହି ଫିଲ୍ମରେ ଚେଷ୍ଟା କରୁଛନ୍ତି ଓଡ଼ିଆ ଦର୍ଶକଙ୍କୁ କିଛିଟା ନୂଆ ଟେଷ୍ଟ ଦେବେ। କାହାଣୀ ପୂରା ନୂଆ ଓ ଏଣ୍ଟରଟେନିଂ , ଓଡ଼ିଆ ଦର୍ଶକ ଟିକେ ନୂଆ ସ୍ୱାଦ ପାଇବେ।

ଦୁଇ ଷ୍ଟାରଙ୍କ ଭିତରେ ଜବରଦସ୍ତ ରୋମାନ୍ସ ସହ କାହାଣୀରେ ଅନେକ ଟୁଇଷ୍ଟ ବି ଦେଖିବାକୁ ମିଳିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ଏବେସୁଦ୍ଧା ଫିଲ୍ମଟି ବିଷୟରେ ଏତିକି ହିଁ ଖବର ଅଛି। ଫିଲ୍ମଟିର ସୁଟିଂ ସେଟ୍ ଦୃଶ୍ୟ (ଭିଡିଓ ଦେଖନ୍ତୁ) ଦେଖିଲେ ଆପଣ ବି କିଛି କିଛି ଅନୁମାନ କରିପାରିବେ। ଫିଲ୍ମଟି ଦଶହରାରେ ରିଲିଜ୍ ହେବ ବୋଲି ଅନୁମାନ କରାଯାଉଛି।

Ordigital Desk
• Published: Tuesday, 08 August 2017
• Updated: 08 August 2017, 06:19 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos