ଝିଅ ସପକ୍ଷରେ ବାହାରିଲେ ଚଙ୍କି ପାଣ୍ଡେ
ମୁମ୍ୱାଇ: ଅନନ୍ୟା ପାଣ୍ଡେ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍ ୨’ ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଛନ୍ତି। ବଲିଉଡ୍ରେ ଡେବ୍ୟୁ କରିବା ପରେ ପରେ ଅନନ୍ୟା ବିବାଦରେ ଫସି ଯାଇଥିଲେ। ତେବେ ଫିଲ୍ମ ପାଇଁ ନୁହେଁ, ପାଠପଢ଼ାକୁ ନେଇ ଏହି ବିବାଦ ଦେଖାଯାଇଥିଲା।
ଇନଷ୍ଟାଗ୍ରାମ୍ରେ ଜଣେ ୟୁଜର୍ ନିଜକୁ ଅନନ୍ୟାଙ୍କ କ୍ଲାସ୍ମେଟ୍ ବୋଲି ଦାବି କରି ଅଭିଯୋଗ କରିଥିଲେ ଯେ ‘University of Southern California’ରେ ସେ ଭୁଲ୍ ଉପାୟରେ ନାଁ ଲେଖାଇଥିଲେ।
‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍ ୨’ ଫିଲ୍ମର ପ୍ରୋମୋସନ୍ କରୁଥିବା ସମୟରେ ଅନନ୍ୟା କହିଥିଲେ, University of Southern Californiaରେ ତାଙ୍କର ଆଡମିଶନ୍ ହୋଇ ସାରିଥିଲା। କିନ୍ତୁ ଅଭିନୟ ପାଇଁ ସ୍ୱପ୍ନ ଦେଖୁଥିବାରୁ ସେ ପଢ଼ିବାକୁ ଯାଇପାରିଲେ ନାହିଁ। ଅନନ୍ୟାଙ୍କର ଏହି ମନ୍ତବ୍ୟକୁ ଇନଷ୍ଟାଗ୍ରାମ୍ରେ ତାଙ୍କ ସାଙ୍ଗ ମିଛ ବୋଲି କହିଥିଲେ। ଏପରିକି ସେ ଅନନ୍ୟାଙ୍କର କିଛି ବ୍ୟକ୍ତିଗତ ମେସେଜ୍ ମଧ୍ୟ ଶେଆର୍ କରି ତାଙ୍କୁ ମିଛେଇ ବୋଲି ପ୍ରମାଣ କରିଥିଲେ।
ଏହାର ଜବାବ ଦେବା ପାଇଁ ଅନନ୍ୟା ତାଙ୍କ ଇନଷ୍ଟାଗ୍ରାମ୍ ପେଜ୍ରେ ଏକ ଫଟୋ ପୋଷ୍ଟ କରିଥିଲେ। ସେଥିରେ ସେ ନିଜ ସାର୍ଟିଫିକେଟ୍ ଦେଖାଇଥିଲେ।
ଏବେ ଏହି ପ୍ରସଙ୍ଗରେ ଅନନ୍ୟାଙ୍କ ବାପା ତଥା ଅଭିନେତା ଚଙ୍କି ପାଣ୍ଡେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ‘ଏହି ଘଟଣା ପରେ ମୋ ଝିଅ ଚିନ୍ତାରେ ପଡ଼ିଯାଇଥିଲା। କିନ୍ତୁ ଏଥିରେ ଭୟଭୀତ ନହୋଇ ସେ ଏହାକୁ ଠିକ୍ ଭାବରେ ହ୍ୟାଣ୍ଡେଲ୍ କରିଥିଲା। ଏହି ବିଷୟରେ ଅଧିକ ସମୟ ପର୍ଯ୍ୟନ୍ତ ଚୁପ୍ ନ ରହିବା ପାଇଁ ମୁଁ ତାକୁ ପରାମର୍ଶ ଦେଇଥିଲି।’
ବର୍ତ୍ତମାନ ଅନନ୍ୟା କାର୍ତ୍ତିକ୍ ଆର୍ୟନ୍ଙ୍କ ସହିତ ‘ପତି ପତ୍ନୀ ଔର୍ ବୋ’ ଫିଲ୍ମର ଶୁଟିଂ କରୁଛନ୍ତି। ଏଥିରେ ତାଙ୍କ ସହିତ ଭୂମି ପେଡନାକର ମଧ୍ୟ ଅଛନ୍ତି। ଏହା ବ୍ୟତୀତ ଅନନ୍ୟାଙ୍କୁ ‘ଖାଲି ପିଲି’ ଫିଲ୍ମରେ ଇଶାନ୍ ଖଟ୍ଟରଙ୍କ ସହ ଦେଖିବାକୁ ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।