‘ନୂର’ରେ ସୋନାକ୍ଷୀଙ୍କ ସହ ସନ୍ନୀ ଲିଓନ୍‌

ମୁମ୍ବାଇ: ୨୦୧୪ ମସିହାରେ ପ୍ରକାଶିତ ଶାବା ଇମ୍‌ତିଆଜ୍‌ଙ୍କ ପାକିସ୍ତାନୀ ଉପନ୍ୟାସ ‘କରାଚୀ ୟୁ ଆର କିଲିଂ ମି’ ଉପରେ ପର୍ଯ୍ୟବସିତ ଫିଲ୍ମ ‘ନୂର’ରେ ‘ଦବଙ୍ଗ’ ଷ୍ଟାର ସୋନାକ୍ଷୀ ସିହ୍ନାଙ୍କ ସହ ଦେଖିବାକୁ ମିଳିବ ପର୍ଣ୍ଣଷ୍ଟାରରୁ ଅଭିନେତ୍ରୀ ବନିଥିବା ସନ୍ନି ଲିଓନ୍‌ଙ୍କୁ। ସେ ଏକ ବିଶେଷ ଭୂମିକାରେ ଏହି ଫିଲ୍ମରେ ନଜର ଆସିବେ। କମେଡି ଓ କ୍ରାଇମ୍‌ ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସୋନାକ୍ଷୀ ସିହ୍ନା, କମେଡିଆନ୍‌ କାନନ୍‌ ଗିଲ୍‌ ଓ ଶିବାନୀ ଦଣ୍ଡେକରଙ୍କୁ ଦେଖିବାକୁ […]

maxresdefault

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 06:40 PM IST

ମୁମ୍ବାଇ: ୨୦୧୪ ମସିହାରେ ପ୍ରକାଶିତ ଶାବା ଇମ୍‌ତିଆଜ୍‌ଙ୍କ ପାକିସ୍ତାନୀ ଉପନ୍ୟାସ ‘କରାଚୀ ୟୁ ଆର କିଲିଂ ମି’ ଉପରେ ପର୍ଯ୍ୟବସିତ ଫିଲ୍ମ ‘ନୂର’ରେ ‘ଦବଙ୍ଗ’ ଷ୍ଟାର ସୋନାକ୍ଷୀ ସିହ୍ନାଙ୍କ ସହ ଦେଖିବାକୁ ମିଳିବ ପର୍ଣ୍ଣଷ୍ଟାରରୁ ଅଭିନେତ୍ରୀ ବନିଥିବା ସନ୍ନି ଲିଓନ୍‌ଙ୍କୁ। ସେ ଏକ ବିଶେଷ ଭୂମିକାରେ ଏହି ଫିଲ୍ମରେ ନଜର ଆସିବେ। କମେଡି ଓ କ୍ରାଇମ୍‌ ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସୋନାକ୍ଷୀ ସିହ୍ନା, କମେଡିଆନ୍‌ କାନନ୍‌ ଗିଲ୍‌ ଓ ଶିବାନୀ ଦଣ୍ଡେକରଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ବିକ୍ରମ ମାଲହୋତ୍ରା ଓ ଭୂଷଣ କୁମାର ନିର୍ଦ୍ଦେଶନା ଦେଇଛନ୍ତି।

ଏସମ୍ପର୍କରେ ନିର୍ଦ୍ଦେଶକମାନେ କହିଛନ୍ତି,“ଏହି ଫିଲ୍ମୀରେ ସନ୍ନି ଏକ ବିଶେଷ ଭୂମିକାରେ ନଜର ଆସିବେ। ସେ ଏବେ ଆମ ଫିଲ୍ମର ଏକ ସଦସ୍ୟ। ତାଙ୍କୁ ଯେଉଁ ରୋଲ୍‌ଟି ଦିଆଯାଇଛି ସେହି ରୋଲକୁ ତାଙ୍କ ଛଡା ଆଉ କେହି ଅତି ନିଖୁଣ ଭାବେ କରିପାରିବେ ନାହିଁ। ଆପଣମାନେ ଏହି ଫିଲ୍ମକୁ ଦେଖିଲେ ତାଙ୍କୁ ଭୂମିକା କ’ଣ ଜାଣିପାରିବେ।”

Related story