ମୁମ୍ବାଇ: ବିମୁଦ୍ରାକରଣ ସତ୍ତ୍ୱେ ଶାହାରୁଖଙ୍କ ‘ରଇସ’ର ଟ୍ରେଲରକୁ ଗୋଟିଏ ଦିନରେ ୨କୋଟି ଲୋକ ଦେଖିଛନ୍ତି। ମୁମ୍ବାଇରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା। ନିଜେ ଶାହାରୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ବିମୁଦ୍ରାକରଣ ନେଇ ଶାହାରୁଖ କହିଛନ୍ତି,“ସ୍ଥିତିରେ ସୁଧାର ଆସିଲାଣି। ନୋଟବନ୍ଦୀ ସତ୍ତ୍ୱେ ‘ଡିୟର ଜିନ୍ଦେଗୀ’ ଭଲ ରୋଜଗାର କରିପାରିଛି। ଟଙ୍କା ଅଭାବ ଯୋଗୁଁ ଲୋକେ ମନୋରଞ୍ଜନଠାରୁ ଦୂରେଇ ରହୁଥିଲେ। ଏବେ ସ୍ଥିତି ସୁଧୁରୁଛି। ମୁଁ ଆଶା କରୁଛି, ଜାନୁଆରୀ ସୁଦ୍ଧା ସ୍ଥିତିରେ ସୁଧାର ଆସିଯିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।