ଖୋଲିବ ମଞ୍ଚ, ୨୦୦୦ ଦର୍ଶକଙ୍କୁ ନେଇ ପରିବେଷଣ ହେବ ଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ମାସ ଗାଇଡ୍‌ଲାଇନ୍‌ରେ ଯାତ୍ରା ପାଇଁ କଟକଣା କୋହଳ କଲେ ରାଜ୍ୟ ସରକାର। ଯାତ୍ରା ଓ ଅପେରା ପାଇଁ ସର୍ବାଧିକ ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ଏଥିପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେବାକୁ ପଡ଼ିବ। କରୋନାର ସମସ୍ତ ଗାଇଡଲାଇନ ମାନି ଯାତ୍ରା ପରିବେଷଣ କରାଯାଇପାରିବ। ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ। ସିଟ୍ ମଧ୍ୟରେ ୬ ଫୁଟ ଦୂରତ୍ୱ ରହିବ। ରୋଗାକ୍ରାନ୍ତଙ୍କୁ ଅନୁମତି ମନା। ଇନଫ୍ଲୁଏଞ୍ଜା ଲକ୍ଷଣ ଥିବା […]

jatra

Manoranjan Sial
  • Published: Saturday, 27 February 2021
  • , Updated: 27 February 2021, 06:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ମାସ ଗାଇଡ୍‌ଲାଇନ୍‌ରେ ଯାତ୍ରା ପାଇଁ କଟକଣା କୋହଳ କଲେ ରାଜ୍ୟ ସରକାର। ଯାତ୍ରା ଓ ଅପେରା ପାଇଁ ସର୍ବାଧିକ ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ଏଥିପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେବାକୁ ପଡ଼ିବ। କରୋନାର ସମସ୍ତ ଗାଇଡଲାଇନ ମାନି ଯାତ୍ରା ପରିବେଷଣ କରାଯାଇପାରିବ। ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ। ସିଟ୍ ମଧ୍ୟରେ ୬ ଫୁଟ ଦୂରତ୍ୱ ରହିବ। ରୋଗାକ୍ରାନ୍ତଙ୍କୁ ଅନୁମତି ମନା। ଇନଫ୍ଲୁଏଞ୍ଜା ଲକ୍ଷଣ ଥିବା ଦର୍ଶକଙ୍କୁ ଯାତ୍ରା ଦେଖିବାକୁ ଅନୁମତି ନାହିଁ। ଅନଲାଇନ ଟିକେଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି। ଅଧିକରୁ ଅଧିକ ଟିକେଟ କାଉଣ୍ଟର କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି।

ମହାମାରୀ କରୋନା ପାଇଁ ବର୍ଷେରୁ ଅଧିକ ସମୟ ଧରି ମଞ୍ଚ ବନ୍ଦ ରହିଥିଲା। ଯାହାଫଳରେ କଳାକାରମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଥିଲା। ମହାମାରୀ କରୋନାର କୋପ କମିବା ପରେ ରାଜ୍ୟ ସରକାର ବିଭିନ୍ନ ସେକ୍ଟର ଖୋଲିଥିଲେ। ଫେବ୍ରୁଆରୀ ମାସ ଗାଇଡ୍‌ଲାଇନ୍‌ରେ ମଞ୍ଚ ଖୋଲିବାକୁ ଅନୁମତି ଦିଆଯାଇଥିଲା। ୫୦୦ରୁ ଅଧିକ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ଯାହାକୁ ନେଇ ଯାତ୍ରା ପାର୍ଟି ମାଲିକ ଓ ଆୟୋଜକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ମଞ୍ଚ ଖୋଲିବା ଦାବିରେ କଳାକାରମାନେ ଦୀର୍ଘ ୬ ଦିନ ଧରି ଭୁବନେଶ୍ୱର ପିଏମ୍‌ଜିରେ ଧାରଣାରେ ବସିଥିଲେ। ଦାବି ପୂରଣ ନହେଲେ ଉଠିବେ ନାହିଁ ବୋଲି କଳାକାରମାନେ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଆଜି ରାଜ୍ୟ ସରକାର କାଳାକାରଙ୍କ ଦାବିକୁ ମାନି ନେଇଛନ୍ତି। ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା କରାଯାଇପାରିବ ବୋଲି ମାର୍ଚ୍ଚ ମାସ ଗାଇଡ୍‌ଲାଇନ୍‌ରେ ଅନୁମତି ଦିଆଯାଇଛି।

Related story