ଜିନା ଖୋଜୁଛନ୍ତି ଜୀବନସାଥୀ: ଟିଭିରେ ସ୍ୱୟଂବର କରି ବାଛିବେ ସ୍ୱାମୀ

Ordigital Desk
• Published: Tuesday, 29 August 2017
• , Updated: 29 August 2017, 06:09 PM IST

ଭୁବନେଶ୍ବର(ଓଡିଶା ରିପୋର୍ଟର): ଝିଅଙ୍କ ପାଇଁ ବିବାହ କେବଳ ଏକ ଉତ୍ସବ ନୁହେଁ, ଏହା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ । ଏଥିପାଇଁ ଝିଅଙ୍କ ମନରେ ଥାଏ କେତେ କେତେ ଖାସ୍ ସ୍ୱପ୍ନ । ନୂଆ ଜୀବନ ସାଥୀଟିଏକୁ ନେଇ ଥାଏ ଅନେକ ଉତ୍କଣ୍ଠା । ଆମ ପରିବାର ଗୁଡ଼ିକରେ ଝିଅଟିଏ ପାଇଁ ବରପାତ୍ର ଖୋଜିବା ବାପା ମାଆଙ୍କ ପାଇଁ ଏକ ଚିନ୍ତା । କିନ୍ତୁ ଓଡ଼ିଆ ଟେଲିଭିଜନ ଦୁନିଆରେ ଘଟିବାକୁ ଯାଉଛି ଏକ ନୂଆ ଇତିହାସ, ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

ଓଡ଼ିଆ ଟିଭି ଦୁନିଆର ଜଣାଶୁଣା ସିରିଏଲ୍ ଅଭିନେତ୍ରୀ ଜିନା ସାମଲ ଏବେ ବାହା ହେବାକୁ ଯାଉଛନ୍ତି, କିନ୍ତୁ ବରପାତ୍ର ଠିକ୍ ହୋଇନାହାଁନ୍ତି । ଆପଣ ଭାବୁଥିବେ ବରପାତ୍ର ଠିକ୍ ହୋଇନଥିଲେ ଜିନା ବାହାହେବେ କାହାକୁ  ଅସଲ କଥା ହେଲା ନିଜ ବରପାତ୍ର ଖୋଜିବାକୁ ଜିନା ଏକ ସ୍ୱୟଂବରର ଆୟୋଜନ କରିବାକୁ ଯାଉଛନ୍ତି । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗିବଣି, କିନ୍ତୁ ଏହା ସତ । ରାଜା ରାଜୁଡ଼ା ସମୟରେ ରାଜକୁମାର କିମ୍ବା ରାଜକୁମାରୀମାନେ ପାତ୍ର ବା ପାତ୍ରୀ ଖୋଜିବାକୁ ସ୍ୱୟଂବରର ଆୟୋଜନ କରୁଥିଲେ । କିନ୍ତୁ ଆଧୁନିକ ଯୁଗରେ ଜଣେ ଜଣାଶୁଣା ଅଭିନେତ୍ରୀ ସ୍ୱୟଂବରର ଆୟୋଜନ କରିବା ଖୁବ୍ ଚର୍ଚ୍ଚା ସୃଷ୍ଟି କରିଛି ।

ଅସଲ କଥା ହେଲା, ତରଙ୍ଗ ଟିଭିରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଧମାକାଦାର ରିଆରିଟି ସୋ ‘ଜିନାଙ୍କ ଜୀବନସାଥୀ’ । ଏହି ସୋ’ରେ ଜଣାଶୁଣା ଅଭିନେତ୍ରୀ ଜିନା ଏକ ସ୍ବୟଂବର ମାଧ୍ୟମରେ ତାଙ୍କ ଜୀବନ ସାଥୀ ଖୋଜିବେ । ପାଠକଙ୍କ ପାଇଁ ଏଠାରେ ସୂଚନା ଦେବାକୁ ଚାହୁଁଛୁ ଯେ, ପୂର୍ବରୁ ଜଣାଶୁଣା ଅଭିନେତ୍ରୀ ରାକ୍ଷୀ ସାବନ୍ତ, ରତନ ରାଜପୁତ ଓ ରାଜନେତା ପ୍ରମୋଦ ମହାଜନଙ୍କ ପୁଅ ରାହୁଲ ମହାଜନ ଟିଭି ସ୍ୱୟଂମ୍ବର ମାଧ୍ୟମରେ ରିଅଲ୍ ରାଇଫ୍ ଜୀବନସାଥୀ ବାଛିଥିଲେ । ତେବେ ପ୍ରଥମଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଜଗତରେ ଏପରି ସ୍ୱୟଂବରର ଆୟୋଜନ କରୁଛି ଲୋକପ୍ରିୟ ଟିଭି ଚ୍ୟାନେଲ ତରଙ୍ଗ ପରଦାରେ ।

“ ଜିନାଙ୍କ ଜୀବନସାଥୀ ” ନାଁରେ ହେବାରୁ ଯାଉଥିବା ଏହି ରିଆଲିଟି ସୋ ସେପ୍ଚେମ୍ବର ୧ରୁ ଆରମ୍ଭ ହେବ । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦ ଜଣ ପ୍ରତିଯ଼ୋଗୀ ଭାଗ ନେଇଛନ୍ତି। ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗିତାର ପ୍ରତି ସ୍ତରରେ ଜିନା କିଛି କିଛି ଚ୍ୟାଲେଞ୍ଜ ଦେବେ, ଯାହାକୁ ସେମାନେ ସଫଳତାର ସହ ପୂରଣ କରିପାରିଲେ ହିଁ ସେହି ଅନୁଯାୟୀ ସେମାନେ ପଏଣ୍ଟ ପାଇବେ ଓ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପାରିବେ ।ପ୍ରତିଯୋଗିତାର ପ୍ରତି ପର୍ଯ୍ୟାୟରେ ଓଡ଼ିଶାର ଜଣେ ଜଣେ ସେଲିବ୍ରିଟି ଆସି ପ୍ରତିଯୋଗୀଙ୍କ ସହ କଥା ହେବେ। ପ୍ରତି ଦୁଇଟି ଏପିସୋଡ ପରେ ଜଣେ ଲେଖାଏଁ ପ୍ରତିଯୋଗୀ ପ୍ରତିଯୋଗିତାରୁ ବିଦାୟ ନେବେ । ଶେଷରେ ଯାହାଙ୍କୁ ଜିନା ନିଜ ପାଇଁ ଫିଟ୍ ବୋଲି ଭାବିବେ, ତଙ୍କୁ ବିଜୟୀ ଘୋଷଣା କରିଯିବା ସହ ସେ ହିଁ ଜିନାଙ୍କୁ ପିନ୍ଧାଇବେ ବରଣ ମାଳା, ଏହି ସୋ ତରଙ୍ଗ ଚ୍ୟାନେଲରେ ପ୍ରତ୍ୟେକ ଶୁକ୍ରବାର ଓ ଶନିବାର ରାତି ସାଢ଼େ ୯ଟାରେ ପ୍ରସାରଣ ହେବ।

[vc_video link="" align="center"]

Related story