ପରିବାର ସହ ଦକ୍ଷିଣ ଆଫ୍ରିକାରେ ଛୁଟି କାଟିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଦୀପାବଳୀ ଭାରତରେ ନ କାଟି ନିଜ ପରିବାର ସହ ବିଦେଶ ବୁଲିବାକୁ ଯାଇଛନ୍ତି। ପତ୍ନୀ ଟ୍ୱିଙ୍କିଲ, ପୁଅ ଅରବ ଏବଂ ଝିଅ ନିତାରା ସହ ଅକ୍ଷୟ ଦକ୍ଷିଣ ଆଫ୍ରିକାର କେପ୍‌-ଟାଉନ୍‌ ଯାଇଛନ୍ତି। ସେଠାରେ ପୁରା ପରିବାର ସହ ଅକ୍ଷୟ ବେଶ ମସ୍ତି କରିଛନ୍ତି।

କେପ-ଟାଉନରୁ ଫେରିବା ପୂର୍ବରୁ ଅକ୍ଷୟ ଟ୍ୱିଙ୍କିଲ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, “ଯେତେବେଳେ ଆପଣ ଜଣିପାରିବେ ନାହିଁ କେତେ ଦିନି ବିତିଗଲାଣି। ଏହାର ମାନେ ଆପଣ ଭଲ ସମୟ ବିତାଉଛନ୍ତି। ସ୍ୱର୍ଗରେ ଶେଷ ଦିନ …..।”

ଅକ୍ଷୟ ବି-ଟାଉନ୍‌ରେ ଜଣେ ବ୍ୟସ୍ତ କଳାକାର। ଏହା ସମସ୍ତେ ଜାଣିଛନ୍ତି। ଏହା ସତ୍ତ୍ୱେ ସେ ସବୁ ବେଳେ ନିଜ ପରିବାର ପାଇଁ ସମୟ ବାହାର କରିଥାନ୍ତି।