କ୍ୱାରେଣ୍ଟାଇନରେ ସାଉଥ୍ ସୁପର୍ ଷ୍ଟାର୍ ପବନ କଲ୍ୟାଣ

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର୍ ପବନ କଲ୍ୟାଣ ନିଜକୁ ହାଇଦ୍ରାବାଦସ୍ଥିତ ଘରେ କ୍ୱାରେଣ୍ଟାଇନ୍ କରିଛନ୍ତି। ତାଙ୍କ ସହ କାମ କରୁଥିବା କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପବନ କଲ୍ୟାଣ ଏଭଳି ନିଷ୍ପତ୍ତି ନେଇଛନ୍ତି। ପବନ କଲ୍ୟାଣଙ୍କର ସୁରକ୍ଷା କର୍ମୀ, ଏକଜିକ୍ୟୁଟିଭ ଓ ତାଙ୍କର କିଛି ବ୍ୟକ୍ତିଗତ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଭିନେତା ସହ ପବନ କଲ୍ୟାଣ ଜନସେନା ପାର୍ଟିର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଏହି କାରଣରୁ ସେ କ୍ୱାରେଣ୍ଟାଇନ୍ ପିରିୟଡରେ ରହିବା ସତ୍ତ୍ୱେ […]

Pawan-Kalyan

Ranjit Kumar Jena
  • Published: Sunday, 11 April 2021
  • , Updated: 11 April 2021, 10:00 PM IST

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର୍ ପବନ କଲ୍ୟାଣ ନିଜକୁ ହାଇଦ୍ରାବାଦସ୍ଥିତ ଘରେ କ୍ୱାରେଣ୍ଟାଇନ୍ କରିଛନ୍ତି। ତାଙ୍କ ସହ କାମ କରୁଥିବା କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପବନ କଲ୍ୟାଣ ଏଭଳି ନିଷ୍ପତ୍ତି ନେଇଛନ୍ତି। ପବନ କଲ୍ୟାଣଙ୍କର ସୁରକ୍ଷା କର୍ମୀ, ଏକଜିକ୍ୟୁଟିଭ ଓ ତାଙ୍କର କିଛି ବ୍ୟକ୍ତିଗତ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଅଭିନେତା ସହ ପବନ କଲ୍ୟାଣ ଜନସେନା ପାର୍ଟିର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଏହି କାରଣରୁ ସେ କ୍ୱାରେଣ୍ଟାଇନ୍ ପିରିୟଡରେ ରହିବା ସତ୍ତ୍ୱେ ଫୋନ୍ ଓ ଭିଡିଓ କନଫରେନ୍ସ ଜରିଆରେ ନିଜ ସମର୍ଥକଙ୍କ ସହ ଯୋଗାଯୋଗ କରି ସେମାନଙ୍କର ଭଲମନ୍ଦ ବୁଝୁଛନ୍ତି। ତାଙ୍କ ପାର୍ଟି ତିରୁପତି ସଂସଦୀୟ ଉପନିର୍ବାଚନରେ ବିଜେପିକୁ ସମର୍ଥନ କରୁଛି।

https://twitter.com/JanaSenaParty/status/1381184455449079812?s=20

ପବନ କଲ୍ୟାଣ ତିନି ବର୍ଷ ତଳେ ନିଜର ଅଭିନୟ କ୍ୟାରିୟରକୁ ଛାଡ଼ି ଦେଇଥିଲେ। ଯାହା ପରେ ସେ ରାଜନୀତି ଉପରେ ପୂରା ଫୋକସ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ଫିଲ୍ମ ଲାଇନକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଚଳିତ ମାସ ୯ ତାରିଖରେ ପବନ କଲ୍ୟାଣଙ୍କ ଅଭୀନିତ 'ବକୀଲ୍ ସାବ' ରିଲିଜ୍ ହୋଇଥିଲା। ଏହା ବଲିଉଡ୍ ଫିଲ୍ମ 'ପିଙ୍କ'ର ତେଲୁଗୁ ରିମେକ୍।

ପବନ କଲ୍ୟାଣଙ୍କ 'ବକୀଲ୍ ସାବ' ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରୁଛି। ରିପୋର୍ଟ ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ପ୍ରାୟ ୪୨ କୋଟି ଟଙ୍କାର ବ୍ୟବସାୟ କରିଛି। ଦ୍ୱିତୀୟ ଦିନରେ ମଧ୍ୟ ତାଙ୍କ ଫିଲ୍ମର ଜଲୱା ଜାରି ରହିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବେଣୁ ଶ୍ରୀରାମ୍। ଫିଲ୍ମକୁ ଯୁଗ୍ମ ଭାବେ ପ୍ରଯୋଜନା କରିଛନ୍ତି ଦିଲ୍ ରାଜୁ ଓ ବୋନୀ କପୁର। ଏହି ଫିଲ୍ମର ପବନ କଲ୍ୟାଣଙ୍କ ବ୍ୟତୀତ ନିବେତା ଥୋମାସ୍, ଅଞ୍ଜଳୀ, ଅନନ୍ୟା ନାଗଲା ଓ ପ୍ରକାଶ ରାଜ୍ ପ୍ରମୁଖ ଭୂମିକାରେ ଅଛନ୍ତି।

Related story