ରିଲିଜ୍‌ ହେଲା ଫିଲ୍ମ 'ଫଟୋଗ୍ରାଫ'ର ଟ୍ରେଲର୍

ମୁମ୍ବାଇ: ନୱାଜ ଉଦ୍ଦିନ୍‌ ସିଦ୍ଧିକି ଓ ସାନ୍ୟା ମଲହୋତ୍ରାଙ୍କ ଫିଲ୍ମ ‘ଫଟୋଗ୍ରାଫ୍’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଫିଲ୍ମଟିକୁ ରିତେଶ ବର୍ମା ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ନୱାଜ ଉଦ୍ଦିନ ସିଦ୍ଧକି ଓ ସାନ୍ୟା ମଲହୋତ୍ରାଙ୍କ ମଧ୍ୟରେ ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ରିଲିଜ ହେବାମାତ୍ରେ ହିଁ  ଦର୍ଶକ ଏହାକୁ ବେଶ ପସନ୍ଦ କରିଛନ୍ତି। ଏହା ଜଣେ ସଂଘର୍ଷରତ ରୋଡସାଇଡ୍ ଫଟୋଗ୍ରାଫର୍‌ର କାହାଣୀ ଯିଏକି, ତାଙ୍କ ଜେଜେମାଙ୍କ ଚାପରେ ଆସି ବାହାହେବାକୁ ଚାହୁଁଛନ୍ତି। ତେଣୁ […]

photograph

photograph

Chinmayee Roy
  • Published: Wednesday, 20 February 2019
  • Updated: 20 February 2019, 01:41 PM IST

Sports

Latest News

ମୁମ୍ବାଇ: ନୱାଜ ଉଦ୍ଦିନ୍‌ ସିଦ୍ଧିକି ଓ ସାନ୍ୟା ମଲହୋତ୍ରାଙ୍କ ଫିଲ୍ମ ‘ଫଟୋଗ୍ରାଫ୍’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଫିଲ୍ମଟିକୁ ରିତେଶ ବର୍ମା ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ନୱାଜ ଉଦ୍ଦିନ ସିଦ୍ଧକି ଓ ସାନ୍ୟା ମଲହୋତ୍ରାଙ୍କ ମଧ୍ୟରେ ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ରିଲିଜ ହେବାମାତ୍ରେ ହିଁ  ଦର୍ଶକ ଏହାକୁ ବେଶ ପସନ୍ଦ କରିଛନ୍ତି।

https://youtu.be/hUL2z8Ps_Ik

ଏହା ଜଣେ ସଂଘର୍ଷରତ ରୋଡସାଇଡ୍ ଫଟୋଗ୍ରାଫର୍‌ର କାହାଣୀ ଯିଏକି, ତାଙ୍କ ଜେଜେମାଙ୍କ ଚାପରେ ଆସି ବାହାହେବାକୁ ଚାହୁଁଛନ୍ତି। ତେଣୁ ସେ ଜଣେ ମହିଳାଙ୍କୁ ନିଜ ପତ୍ନୀ ଭାବେ ଅଭିନୟ କରିବାକୁ କହୁଛନ୍ତି। ତେବେ ଏହି ଅଭିନୟ ଭିତରେ ସେମାନଙ୍କ ଭିତରେ ଗଢ଼ି ଉଠୁଛି ସତସତିକା ପ୍ରେମ ସମ୍ପର୍କ। ତେବେ କାହାଣୀଟି କେଉଁ ମୋଡ଼ ନେଉଛି ତାହା ଆପଣଙ୍କୁ ଫିଲ୍ମ ରିଲିଜ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ଫିଲ୍ମ ‘ଫଟୋଗ୍ରାଫର’କୁ ଏହାପୂର୍ବରୁ ସନଡାନ୍ସ ଫେଷ୍ଟିଭାଲରେ  ପ୍ରିମିୟର କରାଯାଇଥିଲା। ଏଥିସହ  ଅନ୍ତରାଷ୍ଟ୍ରୀୟ ପିଲ୍ମ ସମାରୋହ ବର୍ଲିନରେ ଦେଖାଯାଇଥିଲା। ସେଠାରେ ଏହି ଫିଲ୍ମକୁ ବେଶ୍ ପସନ୍ଦ କରାଯାଇଥିଲା।  ଫିଲ୍ମରେ ନୱାଜ ଓ ସାନ୍ୟାଙ୍କ ନିଆରା ଯୋଡ଼ି ଦର୍ଶକଙ୍କୁ ବେଶ୍‌ ଆକୃଷ୍ଠ କରିଛି। ସାନ୍ୟା ପୂର୍ବରୁ ଫିଲ୍ମ 'ବଧାଇ ହୋ'ରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ନଜର ଆସିଥିଲେ। ରିତେଶ ବତ୍ରାଙ୍କ ଲିଖିତ ଓ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଆମାଜନ୍ ଷ୍ଟୁଡିଓ, ଦ ମ୍ୟାଚ୍‌ ଫ୍ୟକ୍ଟ୍ରି ସହ ମିଶି ପ୍ରସ୍ତୁତ କରିଛନ୍ତି। ‘ଫଟୋଗ୍ରାଫ’ ମାର୍ଚ୍ଚ ୧୫ରେ ରିଲିଜ୍‌ ହେବ।

https://www.instagram.com/p/BuBd-UpAwe-/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos