ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିରୋଧରେ ଏତଲା

ମୁମ୍ବାଇ: ‘ମ୍ୟାରୀକମ୍’ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିରୋଧରେ ପୁଣେରେ ଏତଲା ଦାୟର କରାଯାଇଛି। ସିଦ୍ଧାର୍ଥ ଚୋପ୍ରାଙ୍କ ବିରୋଧରେ ଏକ ରେଷ୍ଟୁରାଣ୍ଟ ବାହାରେ ହୁକ୍କା ବ୍ୟବସାୟ କରିବାର ଅଭିଯୋଗ ଲଗାଯାଇଛି। ନୋ-ସ୍ମୋକିଂ ଜୋନରେ ହୁକ୍କା ବ୍ୟବସାୟ କରୁଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ନିକଟରେ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା ପୁଣେରେ ଭାଗିଦାରୀ ଭାବରେ ଏକ ପବ୍‌-ଲାଉଞ୍ଜ ଖୋଲିଛନ୍ତି। ଯେଉଁ ଅଞ୍ଚଳରେ ଏହି ପବ୍ ଖୋଲାଯାଇଛି ତାହା ନୋ-ସ୍ମୋକିଂ ଜୋନରେ ଆସୁଛି। […]

priyanka-chopra4

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 09:26 PM IST

ମୁମ୍ବାଇ: ‘ମ୍ୟାରୀକମ୍’ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିରୋଧରେ ପୁଣେରେ ଏତଲା ଦାୟର କରାଯାଇଛି। ସିଦ୍ଧାର୍ଥ ଚୋପ୍ରାଙ୍କ ବିରୋଧରେ ଏକ ରେଷ୍ଟୁରାଣ୍ଟ ବାହାରେ ହୁକ୍କା ବ୍ୟବସାୟ କରିବାର ଅଭିଯୋଗ ଲଗାଯାଇଛି। ନୋ-ସ୍ମୋକିଂ ଜୋନରେ ହୁକ୍କା ବ୍ୟବସାୟ କରୁଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ନିକଟରେ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା ପୁଣେରେ ଭାଗିଦାରୀ ଭାବରେ ଏକ ପବ୍‌-ଲାଉଞ୍ଜ ଖୋଲିଛନ୍ତି। ଯେଉଁ ଅଞ୍ଚଳରେ ଏହି ପବ୍ ଖୋଲାଯାଇଛି ତାହା ନୋ-ସ୍ମୋକିଂ ଜୋନରେ ଆସୁଛି।

ସେଠି ଗ୍ରାହକମାନଙ୍କୁ ହୁକ୍କା ଟାଣିବାର ସୁଯୋଗ ଦେଇଥିବାରୁ ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ପୋଲିସ ମାମଲାର ଖୋଳତାଢ଼ କରୁଛି।

Related story